Odisha news

ପ୍ରହସନ

ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ଆଜ୍ଞା! ଆପଣ ଠିକ୍ ଧରିଛନ୍ତି । ନେତାମାନଙ୍କ ଛଡା ଆଉ କିଏ ପ୍ରହସନ କରିବ କହିଲେ? ଅବଶ୍ୟ ଅଳ୍ପକିଛି ସେମାନଙ୍କ ଭିତରେ ଭଲ ବି ଅଛନ୍ତି, ନହେଲେ ଦୁନିଆ ଚଳିବ କେମିତି!ଏବେ ପଶ୍ଚିମବଙ୍ଗରେ ହଠାତ୍ ସମସ୍ତନେତା ରାଷ୍ଟ୍ରବାଦୀ ହୋଇଯିବାର ଏକ ଅନୋଖା ଉଦାହରଣ ସୃଷ୍ଟି କରୁଛନ୍ତି । ନିର୍ବାଚନୀ ସଭା ଅପେକ୍ଷା ମିଶ୍ରଣପର୍ବ ପ୍ରହସନ ବେଶୀ ଦେଖିବାକୁ ମିଳୁଛି । ସମସ୍ତେ ଭାବୁଛନ୍ତି ଏଥର ପରିବର୍ତ୍ତନ ନିଶ୍ଚିତ । ପରିବର୍ତ୍ତନ ଅର୍ଥ ତୃଣମୂଳ ଗଡିବ ପଦ୍ମମୂଳ ଚଢିବ ବୋଲି ସର୍ବସାଧାରଣଙ୍କ ସହ ଗଣମାଧ୍ୟମମାନେ ବିଶ୍ୱାସର ସହ ଡେଙ୍ଗୁରା ପିଟି କହୁଛନ୍ତି । ସତ୍ତା ବଦଳିବ ହେଲେ ବ୍ୟବସ୍ଥା!ପୁରୁଣା ଶାସକମାନଙ୍କୁ ନେଇ ମୋଦୀ ମହୋଦୟ ଶାସନ କେମିତି ବଦଳେଇବେ! ଆଶା କମ୍ । କାରଣ ସେଇସବୁ ବାମପନ୍ଥି ଚିନ୍ତାଧାରାରେ ଜନ୍ମିତ ଅସଂଖ୍ୟ ଲୋକନେତା ଜ୍ୟୋତିବସୁଙ୍କ ତମ୍ବୁରୁ ଖସିଆସି ବିଗତକିଛି ବର୍ଷହେଲା ମମତାଦିଦିଙ୍କ ଛତ୍ରଛାୟା ତଳେ ଶାସନ କରୁଥିଲେ, ସେଇମାନେ ଏବେ ପଦ୍ମପତିଙ୍କ ଶରଣରେ ଆସି “ଜୟ ଶ୍ରୀରାମ” କହୁଛନ୍ତି । ଆଗରୁ “ଭାରତ ମାତା କି ଜୟ” କହିବାକୁ ଲଜ୍ଜ୍ୟା ଲାଗୁଥିଲା ।

ହେଲେ ଏବେ ଗଳା ଫଟେଇ ସେହି ସବୁ ନାରା ପ୍ରାଞ୍ଜଳ ଭାବରେ ଭକ୍ତିର ସହ ବଜାରଗଳି କନ୍ଦିରେ ବୁଲିବୁଲି କହୁଛନ୍ତି । ସବୁଜରଙ୍ଗ ପୋଷାକ ଛାଡି ଗେରୁଆ ପିନ୍ଧିଲେ କ’ଣ ଅନ୍ତର୍ମନର ବିଚାର ବଦଳିବ! ଭବିଷ୍ୟତରେ ଏବିଷୟ ସମୟ କହିବ । ନିର୍ବାଚନକୁ ଆଖିଆଗରେ ରଖି ବଜେଟରେ ସେହିସବୁ ରାଜ୍ୟମାନଙ୍କ ପାଇଁ ଯଥେଷ୍ଟ ପରିମାଣର ଲଲିପପ୍ର ବନେ୍ଦାବସ୍ତ କରାଯାଇଛି । ତେଣୁ ଚବିଶପରେ ଲାଗୁଛି ସମ୍ପୂର୍ଣ୍ଣ ଭାରତ ଗେରୁଆ ହେବ ସତ କିନ୍ତୁ ପଦ୍ମଫୁଲ ଛାଇରେ କିଛି ବାମପନ୍ଥି ଏବଂ ମାଓବାଦୀ ମଧ୍ୟ ନିଜକୁ ଉପରେଉପରେ ରାଷ୍ଟ୍ରବାଦୀ ବୋଲି ପରିଚୟ ଦେଇ ସୁଶାସନର ନାଟକ କରିବେ । ଏମାନଙ୍କୁ ଚିହ୍ନି ପ୍ରକୃତ କ୍ଷମତାର ବାହାରେ ରଖି ଜନସାଧାରଣଙ୍କୁ ନ୍ୟାୟ ଦେବା ବିଜେପି ଦଳର ପୁରୋଧାମାନଙ୍କ ପାଇଁ ଆଗାମିଦିନରେ ଏକ ବଡ ଚୁନୌତି ହିସାବରେ ସାମ୍ନାକୁ ଆସିବ ।ଏମାନଙ୍କୁ ଖୋଲା ଛାଡିଦେଲେ ପଦ୍ମ ପୋଖରୀ ଗୋଳିଆ କରି ଗେରୁଆରଙ୍ଗରେ କାଦୁଅ ଛିଟା ବୋଳିଦେବେ ।
ଗତ ନିର୍ବାଚନରେ ଆମ ରାଜ୍ୟରେ ମଧ୍ୟ ଏପରି କିଛି ନେତା ରୁଖାଉପରକୁ ଉଠିଛନ୍ତି । ତନ୍ମଧ୍ୟରେ ଜଣଙ୍କୁ ଏବେ ବହୁତ ରାଗ ଆସୁଛି । ସକାଳୁ ସଞ୍ଜ ସାଂସଦ ପରିକା ପୂର୍ଣ୍ଣ ନିଶାରେ ରହୁଛନ୍ତି ।

ଯେବେଠାରୁ ସାହାକୁ ଅତିରିକ୍ତ ବ୍ୟକ୍ତିଗତ ସଚିବ ହିସାବରେ ନିଯୁକ୍ତି କଲେଣି ସେବେଠାରୁ ଆଉ ପଛକୁ ଦେଖି ଚାହିଁବାକୁ ବେଳ ନାହିଁ । ସବୁଦୃଷ୍ଟିରୁ ଉନ୍ନତି କରୁଛନ୍ତି, ହେଲେ ଆରଥରକୁ କ’ଣ ହେବ କିଛି କହିହେଉନି । ତାଙ୍କ ବିଷୟରେ କିଛି କଥା ବିଜେପି ଦଳର କାର୍ପଟଦାରମାନଙ୍କ ସହ ଜନସାଧାରଣ ବି ଜାଣିବା ଉଚିତ୍ । କିନ୍ତୁ ତା ପୂର୍ବରୁ ମୁଁପ୍ରିୟଭାଇ, ଛୋଟେଲାଲ୍, ଅଶୋକଭାଇ, ରଥୁବାବୁ ଏବଂ ମୋର ଅନ୍ତରଙ୍ଗ ସହପାଠୀ ସୁଦର୍ଶନ ଓ ସୁବ୍ରତଭାଇଙ୍କୁ କ୍ଷମା ପ୍ରାର୍ଥନା କରୁଛି । ଏମାନେ ଟୁଡୁ ମହାଶୟଙ୍କ ଆଗରେ ସ୍ୱଚ୍ଛ ଦର୍ପଣ ରଖି ଏକାଧିକ ବାର ନିଜର ମୁହଁ ଦେଖିବାକୁ ବିନମ୍ର ଅନୁରୋଧ କରିଛନ୍ତି, ହେଲେ ସିଏ କାହାକୁ ଶୁଣିନାହାନ୍ତି । ଓଧ ସାଙ୍ଗରେ ଭୁଆଁ ବିରାଡି ବାଇ ହେଲା ପରି ଗୋଟେ ମାରୁଆଡି ଜଣେ ନେତାକୁ ଉଠେଇଦେଲା ବୋଲି ତୁମେ ଯଦି ସେମିତି ସେହି ଜାତିର ଗୋଟିଏ ବ୍ୟକ୍ତିଗତ ସଚିବ ଖୋଜି ରାଜନୀତିକୁ ବେପାର ବୋଲି ଭାବିବ ତେବେ କେମିତି ଚଳିବ! ପ୍ରକଳ୍ପ ଅଧିକାରୀଙ୍କୁପଚାଶ ଲକ୍ଷ ମାଗିବା ପାଂଚ ଲକ୍ଷ ନେଇ ଚିଠି କରେଇବା କଥା କ’ଣ ସମ୍ପୁର୍ଣ୍ଣ ମିଥ୍ୟା? ଠିକାଦାରଙ୍କ ସହ ପ୍ରକଳ୍ପ ଅଟକଳର ଏକ ପ୍ରତିଶତ, ଅର୍ଥାତ୍ ଆଠଶହ କୋଟିରୁ ଆଠ କୋଟି ଦାବିକରି ପରିଶେଷରେ ଏକ ଚୌଥା ଅର୍ଥାତ୍ ଶୂନ ଦଶମିକ ଦୁଇପାଂଚ ପ୍ରତିଶତ ଯାଏ ଖସି ଦୁଇକୋଟିରେ ଅଟକି ପ୍ରକଳ୍ପ ସହ ଜଡିତ ଅନେକ ନିରିହ ଲୋକମାନଙ୍କୁ ହଇରାଣ କରିବା କ’ଣ ଜଣେ ପାଗଳର କପୋଳ କଳ୍ପିତ! ଆଖିବୁଜି ବିରାଡି କ୍ଷୀର ପିଇଲା ଭଳି ବ୍ୟବହାର ଜଣେ ଜନପ୍ରତିନିଧିଙ୍କ ଠାରୁ ଆଶା କରାଯାଏନି । ଡାକୁ କୁ ଡାକୁ କହିବା କି ଲେଖିବା ସାମର୍ଥ୍ୟ ସମସ୍ତଙ୍କ ପାଖରେ ଅଛି, ହେଲେ ଗେରୁଆ ଦଳପ୍ରତି ମୋହ ଏବଂ କିଛି ବନ୍ଧୁଙ୍କ ସମ୍ପର୍କ ଯୋଗୁଁ କିଛି ଉପକ୍ରମର ଉପସ୍ଥାପନା ବିଳମ୍ବ ହେଉଛି । ତଥ୍ୟ ଅଛି, ହେଲେ ଉଟିତ୍ ସମୟରେ ପ୍ରକାଶିତ ହେବ । କାରଣ ଅନ୍ୟାୟ ସହିବା ମଧ୍ୟ ମହାପାପ ।

ଜଣେ ବ୍ୟକ୍ତି ସାସଂଦରେ ପହଁଚି ମଧ୍ୟ କଟକି ମୟୁରଭଂଜ ଆଂଚଳିକ ଭାଦଭାବରୁ ଉର୍ଦ୍ଧକୁ ଉଠି ନ ପାରିଲେ କେମିତି ହେବ? ଜଣେ ବୁଦ୍ଧିମାନ ବ୍ୟକ୍ତି ତାଙ୍କୁ ତାଙ୍କର ଜଣେ ବ୍ୟକ୍ତିଗତ ସହାୟକ ମାଧ୍ୟମରେ ଭ୍ରମିତ କରେଇଅନ୍ୟ ଜଣଙ୍କର ଘୋର ଅନିଷ୍ଟ କରିବାରେ କିପରି ସକ୍ଷମ ହେଲା? କଣ ସାଂସଦ ମହାଶୟଙ୍କର ନିଜସ୍ୱ ବୁଦ୍ଧି କିଛି ନାହିଁ! ସେଠୀର କ’ଣ ଅଛି, ସରକାରୀ ପୁର୍ତ୍ତବିଭାଗ ଏବଂ ରାଜପଥ ବିଭାଗରୁ ଲହୁଣି କାଢି ଯେତିକି ଘିଅ ଜମେଇଛି, ତା ନାତି ପଣନାତି ଚଉଦପୁରୁଷ ଖାଇଲେ ବି ସରିବନି । ତା ସାଙ୍ଗକୁ ସ୍ତ୍ରୀ ରୋଜଗାର ମାସକୁ ତିନିଲକ୍ଷ । ସିଏ ଚକ୍ରାନ୍ତ କରି ଏକ ସୁଚିନ୍ତିତ ଷଡଯନ୍ତ୍ର ଉପାୟରେ ସାଂସଦଙ୍କ କଂଚାକାନରେ ଯାହା ଫୋଡିବ, ସାସଂଦମହାଶୟ ବିନା ଖୋଳତାଡରେ ବିଶ୍ୱାସକରି କୁହୁଡି ପହଁରିଯିବାକେତେଦୂର ସମୀଚୀନ? ବିଗତ ନିର୍ବାଚନରେ ଆମେ ଅପରାଜିତା ଷଡଙ୍ଗୀ ମହୋଦୟାଙ୍କ ପରି ଦକ୍ଷ ପ୍ରଶାସକ ସହ ପ୍ରତାପନନାଙ୍କ ପରି କିଛି ସଚ୍ଚୋଟ ନିର୍ମାୟା ମଣିଷଙ୍କୁବିଜେପି ଦଳରେ ପାଇଛେ । କିନ୍ତୁସବୁଥିରେ ଅଶିକୋଡିଏ ନିୟମ ଲାଗୁ, ସେମିତି ଆଠନଅ ଜଣଙ୍କ ଭିତରେ ଗୋଟେ ଦୁଇଟା ବାମପନ୍ଥି ଓ ମାଓବାଦୀ ଚିନ୍ତାଧାରାର ଅମଣିଷ ରହିବା ସ୍ୱଭାବିକ୍ କଥା ।

ସେମାନେ ନିଜକୁ ରାଷ୍ଟ୍ରବାଦୀ ପରିଚୟ ଦେଇ ପ୍ରହସନ କରିବେ ହିଁ କରିବେ । ସ୍ୱୟଂସେବକ ନାଁରେ ସବୁଲୋକ କ’ଣ କେବଳ ସେବା କରିବାକୁ ସଂଘ ଶରଣରେ ଆସନ୍ତି? ମୋଟେ ନୁହେଁ । କିଛି ନିଜର ମହତ୍ୱକାଂକ୍ଷାକୁ ଚରିତାର୍ଥ କରି ନିଜିସ୍ୱାର୍ଥସାଧନ ଉଦେ୍ଦଶ୍ୟରେ ସଂଘକାର୍ଯ୍ୟାଳୟ ଆସିଥାନ୍ତି । ଗଳିପଶି ନିଃସ୍ୱାର୍ଥପର ସ୍ୱୟଂସେବକମାନଙ୍କ ସାଙ୍ଗରେ ବସିଉଠି ଦିନେ ନା ଦିନେ ବିଧାୟକ କି ସାସଂଦଟିଏ ହେବେ । ଥରେ ରୁଖା ଉପରକୁ ଉଠିଗଲେ ଆଉ କିଏ କାହାକୁ ପଚାରେ! ଯାହାହେଉ ନା କାହିଁକି ଏବେ ତ ଆମେ ନିରୁପାୟ, ଚବିଶଯାଏ ତାଙ୍କୁ ସହିବାକୁ ହେବ । ସାହାର ସାହାରାରେ କେତେ କାହାର ପେଟପାଟଣା ମାରି ସିଏ ରାଜନୀତି ଖେଳ ଖେଳିବେ ଆଗାମି ଦୁଇବର୍ଷରେ ଦେଖାଯାଉ ।

ରାଜ୍ୟରେଚବିଶ ମସିହା ଯେତେଯେତେ ପାଖେଇ ଆସୁଛି, ନେତାମାନଙ୍କ ମନରେ ସେତେସେତେ ଛନକା ପଶି ଛାତି ଧକଧକ ହୋଇ ବେଳେବେଳେ ଝାଳ ବୋହି ଯାଉଛି । କ’ଣ କରିବେ କିଛି ବୁଝି ହେଉନି । ସେଥିପାଇଁ ଅନେକ ନେତା ପ୍ରହସନ କରିବାର ଅଭିନବ ଉପାୟମାନ ନିିତିନିତି ବାହାର କରି ବସ୍ତା ଡେରିବାରେ ଲାଗି ପଡିଛନ୍ତି । ମୋଦୀଙ୍କର ଅପାର କରୁଣା ଏବଂ ଧର୍ମେନ୍ଦ୍ରବାବୁଙ୍କର କୃପାଦୃଷ୍ଟିରେ ପଦ୍ମପୋଖରୀରେ ପହଁରିବାର ସୁଯୋଗପାଇ କିଛି ସାସଂଦ ହେଲେ ସିନା ହେଲେ ନିଜର ଅନ୍ତଃକରଣରେ ଆବାହାନକାଳରୁ କ୍ୟାନସର୍ ପରି ଗଣ୍ଠି ହୋଇଯାଇଥିବା ସଂକୀର୍ଣ୍ଣତାକୁ ଛାଡି ପାରିଲେନି । ଛାଡିବା ବି ଏତେ ସହଜ ନୁହେଁ । ଅଙ୍ଗାର ଶତ ଧୌତେନ ମଳିନତ୍ୱ ନ ମୂଚ୍ୟେତେ । ଅନୁକୂଳ ପବନସୋ୍ରତରେ ଭାସି ମୋଦୀହାୱାରେ ସାସଂଦ ହୋଇ ଏବେ ମିଛ ନାଁ ନେବାକୁ ବହୁତ ମିଶ୍ରଣ ପର୍ବର ଆୟୋଜନ କରୁଛନ୍ତି ।

ପଶ୍ଚିମବଙ୍ଗରୁ ମିଶ୍ରଣ ପର୍ବର କୁଣ୍ଡିଆ ଏବେ ଆମରାଜ୍ୟକୁ ବହୁ ପରିମାଣରେ ଆମଦାନି ହୋଇଛି । ସେହିସବୁ ସ୍ଥିରଚିତ୍ର ସବୁଦିନ ଗ୍ରୁପ୍ରେ ଛାଡି ଦଳମୁଖିଆଙ୍କ ଶୁଭଦୃଷ୍ଟି ଆକର୍ଷଣ କରିବାରେ ଅନେକାଂଶରେ ସକ୍ଷମ ବି ହେଉଛନ୍ତି । ଏ ଦୌଡରେ ସବୁ ଦଳ ନିଜନିଜ ଭିତରେ ଭିଡାଭିଡି, ବହୁତ ବଡ ପ୍ରତିଯୋଗିତା । ଅଳ୍ପ କିଛିଦିନ ତଳେ ଜଣେ ଷଣ୍ଢମାର୍କା କଂଗ୍ରେସ ନେତା ଅଳ୍ପକିଛି ଲିଟର ପେଟୋ୍ରଲ ଏବଂ ବିରିୟାନି ପ୍ୟାକେଟ ବନେ୍ଦାବସ୍ତ କରି ଗୋଟିଏ ବିଜ୍ଞାପିତ ଅଂଚଳ ମୁଖ୍ୟାଳୟରେ ଭିନ୍ନଭିନ୍ନ ରାଜନୈତିକ ଦଳରୁ ପାଖାପାଖି କୋଡିଏ ଜଣ ପରିବାର ମୁଖିଆ ଏବଂ ସାଇନେତା ମାନଙ୍କୁ ନିଜଦଳରେ ଯୋଗଦାନ କରେଇବାକୁ ବହୁକଷ୍ଟରେ ସମର୍ଥ ହେଲେ । ଏସବୁ ପଦ୍ମଦଳର ସ୍ଥାନୀୟନେତାଙ୍କ ଦେହରେ ଗଲାନି ।ସିଏ ପେଟୋ୍ରଲ ବିରିୟାନି ସାଙ୍ଗକୁ ସବୁଜ ଦାମିକାଗଜ ଟୁକୁଡା ଖଣ୍ଡେଖଣ୍ଡେ ବାଂଟି ସେହି ଜାଗାରେ ସେହିସବୁ ନେତାମାନଙ୍କ ସହ ଆଉ ଦଶଜଣ ଯୋଡି ତିରିଶଜଣଙ୍କୁ ପଦ୍ମନାଡ ଧରେଇଲେ । ପୂର୍ବଖବର ଯେଉଁ ଗଣମାଧ୍ୟମ ପ୍ରତିନିଧିମାନେ ଛାପିଥିଲେ ସେହିମାନେ ଏହି ସଭାର ଫଟୋ ବି ଛାପି ଖବର ତିଆରିକଲେ । ତାଙ୍କର ଯାଏ କେତେ ଆସେ କେତେ! ଜଣେ ନାଗରିକକୁ କ’ଣ ଏକାଧିକ ରାଜନୈତିକ ଦଳରେ ଯୋଗଦେବା ଅପରାଧ କି! ଆଦୌ ନୁହେଁ । ଏ ବିଷୟରେ ସମ୍ବିଧାନରେ କେଉଁଠି କିଛି ଏପର୍ଯ୍ୟନ୍ତ ଲେଖାଯାଇନି ।

ଶେଷରେ ଏସବୁ ମିଛ ପ୍ରହସନ ସେଠାକାର ସ୍ଥାନୀୟ ଶଙ୍ଖୁଆନେତାଙ୍କୁ ଆଦୌ ପସନ୍ଦ ହେଲାନି । ସିଏ ସେହି ଜାଗାରେ ତାଙ୍କ ବ୍ୟକ୍ତିଗତ ବେସରକାରୀ ସହାୟକ ମାଧ୍ୟମରେ ମିଶ୍ରଣ ପର୍ବ ସଭାଟିଏ କଲେ । ସେଥିରେ ଆଗର ସବୁ ସୁବିଧା ସୁଯୋଗ ସହ ଗୋଟିଏ ଗୋଟିଏ ଗୋଲାପିନୋଟ୍ରବନେ୍ଦାବସ୍ତ ଅଛି ବୋଲି ପ୍ରଚାର କରାଗଲା । ଏତେ ନେତା ଯୋଗଦେବାକୁ ସ୍ୱତଃପ୍ରବୃତ ହୋଇ ଆସିଲେ ଯେ ମଂଚରେ ଜାଗା ହେଲାନି ।ଏସବୁ ନାଗରିକମାନଙ୍କ ମଧ୍ୟରେ ସେହି ପୂର୍ବର ତିରିଶଜଣ ବି ଥିଲେ । ଏସବୁ ପ୍ରହସନ ସଭାସାଙ୍ଗହେବା ପରେ ଜଣେ ସେପରି ସାଇମୁରବିଙ୍କ ପାଖକୁ ଯାଇ ପଚାରିଲି, ‘ଆଜ୍ଞା! ଆପଣ ପ୍ରଥମେ କଂଗ୍ରେସରେ ଯୋଗଦେଲେ, ସପ୍ତାହ ପରେ ବିଜେପି ମଂଚରେ ବି ଦିଶିଲେ । ଏବେ ବିଜେଡିର ମିଶ୍ରଣପର୍ବର ମହାସଭାରୁ ଓହ୍ଲାଉଛନ୍ତି । ମୋ ମନର ସନେ୍ଦହ ଟିକେ ଦୂର କରିବାକୁ ଦୟା କରିବେକି? ମାତ୍ର ଗୋଟିଏ ପ୍ରଶ୍ନର ମୋତେ ଉତ୍ତର ଦିଅନ୍ତୁ । ଆପଣ ଏବେ ତିନିଦଳର ପ୍ରାଥମିକ ସଭ୍ୟ, ତେବେ ଭୋଟ କାହାକୁ ଦେବେ?’ଉତ୍ତରରେ ଭଦ୍ରବ୍ୟକ୍ତି ଜଣକ ଯାହା କହିଲେ ମୋ ଆଖି ଖୋଲିଗଲା ।

ସିଏ ନିଦ୍ୱର୍ନ୍ଦରେ କହିଲେ,‘ଆଜ୍ଞ! ମୁଁ ଏହି ତିନିଦଳର ପ୍ରାଥମିକ ସଭ୍ୟ ସତ ହେଲେକାହାର ଭୋଟର ନୁହେଁ, ମିଛରେ ଖାଲି ସଭାମଂଚରେ ରହି ଯାହା ମିଳୁଛି ନେଇକି ଘରକୁ ଯିବା କଥା । ମୁଁ ପ୍ରଥମରୁ ଜେଏମ୍ଏମ୍ ଦଳର, ସିବୁ ସୋରେନ୍ ମୋର ଆଦର୍ଶ ଏବଂ ଆମସାଇର ସବୁଭୋଟ୍ ତାଙ୍କଦଳର ପ୍ରାର୍ଥୀକୁ ଆମେ ସବୁ ନିର୍ବାଚନରେ ଦେଉ । ସେ ପ୍ରାର୍ଥୀଟି ଜିତୁ କି ହାରୁ, ଆମର କୋଉନେତା କ’ଣ ଲେଉଟାଉଛନ୍ତି ଯେ ଇଏ ନକଲେ ଆମେ ଭାସିଯିବୁ! ଆଉ କେଇଟା ବର୍ଷ ପାଇଁ ଅନ୍ୟ କାହାକୁ ଅଯଥାରେ କାହିଁକି ଦେଇ ହାତ ଗନ୍ଧିଆ କରିବୁ!ଏଗୁଡା ସବୁ ଗୋଟେଗୋଟେ ମିଛ ପ୍ରହସନ ।’

Comments are closed.