Odisha news

ମଇ ୧ ତାରିଖ ଠାରୁ ଏଲପିଜି ସିଲିଣ୍ଡର ହେଲା ଶସ୍ତା :୧୯ କେଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ହେଲା ୪୫ ଟଙ୍କା.୫୦ ପଇସା

0

ନୂଆଦିଲ୍ଲୀ : ଦେଶ ର ମୁଖ୍ୟ ପେଟ୍ରୋଲିୟମ କମ୍ପାନୀ ଗୁଡିକ ଏଲ୍ପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ କରିଛନ୍ତି l ଗ୍ୟାସ କମ୍ପାନୀ ଗୁଡିକ ବ୍ୟବସାୟିକ ବ୍ୟବହାର ପାଇଁ ୧୯ କେଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୪୫ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି l କିନ୍ତୁ ଘରୋଇ ଗ୍ୟାସ ଉପୋଭୋକ୍ତା ମାନଙ୍କ ପାଇଁ କୌଣସି ହାଲୁକା ହେଲା ଭଳି ଖବର ମିଳିନାହିଁ l ଘରୋଇ ଗ୍ୟାସ ସିଲିଣ୍ଡର ୧୪ .୨୦୦ କିଲୋଗ୍ରାମ ର ସିଲିଣ୍ଡର ମୂଲ୍ୟ କୌଣସି ପରିବର୍ତନ ହୋଇନାହିଁ l ଅପ୍ରେଲ ମାସରେ ଘରୋଇ ଗ୍ୟାସ ୧୦ ଟଙ୍କା ଶସ୍ତା ହୋଇଥିଲା l ଏହାପରେ ଦେଶର ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ୮୦୯ ଟଙ୍କାରେ ବିକ୍ରି ହେଲା l

ଇଣ୍ଡେନ ର ୱେବସାଇଟ ରେ ଦିଆଯାଇଥିବା ସୂଚନା ଅନୁସାରେ ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡରର ନୂଆ ମୂଲ୍ୟ ୧୬୪୧ ଟଙ୍କା ବଦଳରେ ୧୫୯୫ .୫୦ ଟଙ୍କାରେ ବିକ୍ରି ହେବ l ମୁମ୍ବାଇ ରେ ୧୫୯୦ .୫୦ ସ୍ଥାନରେ ୧୫୪୫ ଟଙ୍କା ,କୋଲକାତାରେ ୧୭୧୩ ଟଙ୍କା ପରିବର୍ତେ ୧୬୬୭ .୫୦ ଟଙ୍କାରେ ଓ ଚେନ୍ନାଇ ରେ ୧୭୭୧ .୫୦ ତାଙ୍କ ପରିବର୍ତେ ୧୭୨୬ ଟଙ୍କାରେ ବିକ୍ରି ହେବ l

ଜାନୁଆରୀ ମାସରୁ ଏହାର ମୂଲ୍ୟରେ କୌଣସି ପରିବର୍ତନ ହୋଇ ନଥିଲା l କିନ୍ତୁ ଫେବୁଆରି ରେ ଏହାର ମୂଲ୍ୟ ୬୯୪ ରୁ ୨୫ ଟଙ୍କା ବଢି ୭୧୯ ଟଙ୍କା ହୋଇଥିଲା l ଏହାପରେ ୧୫ ଫେବୁଆରୀ ରେ ୫୦ ଟଙ୍କା ବଢିଥିଲା ଓ ଏହା ୭୯୬ ଟଙ୍କାର ହୋଇଗଲା l ପୁଣି ୨୫ ଫେବୁଆରୀ ରେ ୨୫ ଟଙ୍କା ବଢି ୭୯୪ ଟଙ୍କା ହୋଇଗଲା l ମାର୍ଚ୍ଚ ୧ ତାରିଖରୁ ଏହାର ମୂଲ୍ୟ ଆଉଥରେ ୨୫ ଟଙ୍କା ବୃଦ୍ଧି ହୋଇ ୮୯୧ ଟଙ୍କା ହୋଇଥିଲା l ଅପ୍ରେଲ ରେ ୧୦ ଟଙ୍କା ତଳକୁ ଖସି ୮୦୯ ଟଙ୍କାରେ ପହଞ୍ଚିଥିଲା l

 

 

 

 

Leave A Reply