Odisha news

ଗରୁଡ଼ ପୁରାଣ ଅନୁସାରେ ଏହି ଚାରିପ୍ରକାର ଲୋକଙ୍କ ଘରେ ଭୋଜନ କରିବା ଆଦୌ ଉଚିତ ନୁହେଁ

0

ବ୍ୟକ୍ତି ଯେଭଳି ଅନ୍ନ ଖାଇଥାଏ ତାର ସ୍ଵଭାଵ ସେହିଭଳି ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି, ଗରୁଡ଼ ପୁରାଣ ରେ ଭୋଜନ କୁ ନେଇ ବିଶେଷ ନିୟମ କୁହାଯାଇଛି l ଯାହାକି ପ୍ରତ୍ୟେକ ବ୍ୟକ୍ତି ଜାଣି ରଖିବା ଜରୁରୀ ଅଟେ l କାହିଁକିନା ଅନ୍ନ ରେ ମଧ୍ୟ ବ୍ୟକ୍ତିର ଭାବନା ଓ ସ୍ଵଭାଵ ଲୁଚି ରହିଥାଏ l ତେଣୁ କିଛିଟା ଲୋକଙ୍କ ଘରେ ଭୋଜନ ଗ୍ରହଣ କରିବା ପୂର୍ବରୁ ଆମେ କିଛିଟା ନିୟମ ଜାଣି ରଖିବା ଜରୁରୀ, କାହିଁକିନା ଗରୁଡ଼ ପୁରାଣ ଅନୁସାରେ କିଛିଟା ଲୋକଙ୍କ ଘରେ ଭୋଜନ ଗ୍ରହଣ କରିବା ଗରୁଡ଼ ପୁରାଣ ଅନୁସାରେ ଠିକ ନୁହେଁ l

– ଯେଉଁ ବ୍ୟକ୍ତି ଅନୈତିକ କାର୍ଯ୍ୟ ଯେପରିକି ଚୋରି, ଡକାୟତି, ହିଂସା କରି ଧନ ଲାଭ କରୁଥିବ ସେଭଳି ବ୍ୟକ୍ତି ଘରେ କଦାପି ଭୋଜନ ଗ୍ରହଣ କରିବା ଉଚିତ ନୁହେଁ l ଏଭଳି ବ୍ୟକ୍ତିଙ୍କ ଘରେ ଭୋଜନ ଗ୍ରହଣ କଲେ ଆପଣ ମଧ୍ୟ ସେତିକି ପାପରେ ଭାଗୀ ହେବେ l

– ଯେଉଁ ବ୍ୟକ୍ତି ପରନିନ୍ଦା , ପର ଆଲୋଚନା, ଏବଂ କୁଟିଳ ସ୍ୱଭାବରେ ଲିପ୍ତ ଥାଏ ତାର ଘରେ କଦାପି ଅନ୍ନ ଗ୍ରହଣ କରିବା ଉଚିତ ନୁହେଁ l କାହିଁକିନା ଏଭଳି ବ୍ୟକ୍ତି କଦାପି ଆପଣଙ୍କୁ ସ୍ଵଛ ମନରେ ଭୋଜନ ପରିବେଷଣ କରିନଥାଏ l ଏବଂ ଏହିଭଳି ଲୋକଙ୍କ ନିକଟରୁ ଭୋଜନ ଗ୍ରହଣ କଲେ ଜୀବନ ରେ ପାପର ଭାର ବୃଦ୍ଧି ହୋଇଯାଏ l

– ଯେଉଁ ବ୍ୟକ୍ତି ଗମ୍ଭୀର ରୋଗରେ ପୀଡିତ ହୋଇଥାଏ ତା ନିକଟରୁ କଦାପି ଭୋଜନ ଗ୍ରହଣ କରିବା ଉଚିତ ନୁହେଁ, କାହିଁକିନା ଶରୀରର ଯନ୍ତ୍ରଣା କୁ ସେ ନିଜ ମଧ୍ୟରେ ଚାପି ରଖି ଆମକୁ ଭୋଜନ ପରିବେଷଣ କରିଥାଏ l ତେଣୁ ଯେଉଁ ବ୍ୟକ୍ତି ମନର କଷ୍ଟ କୁ ଚାପି ଭୋଜନ ଦେଉଥିବା ବ୍ୟକ୍ତି ନିକଟରେ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ l

– ଯେଉଁ ବ୍ୟକ୍ତି ଅଧର୍ମୀ ଅଟେ, ଈଶ୍ୱର ନିନ୍ଦା କରେ ସେହିଭଳି ବ୍ୟକ୍ତି ଘରେ କଦାପି ଅନ୍ନ ଗ୍ରହଣ କରିବା ଉଚିତ ନୁହେଁ, ଏଭଳି ଲୋକଙ୍କ ଘରେ ଭୋଜନ ଗ୍ରହଣ କଲେ ସମାଜ ରେ ଅପଯଶ ବୃଦ୍ଧି ହୋଇଥାଏ ଏବଂ ଜୀବନ କଷ୍ଟ ଦାୟକ ହୁଏ l

Leave A Reply