ଗରୁଡ଼ ପୁରାଣ ରେ ମଣିଷର ମୃତ୍ୟୁ ପରର ଘଟଣା ବର୍ଣିତ ହୋଇଛି, ଗରୁଡ଼ ପୁରାଣ ଅନୁସାରେ ଯେତେବେଳେ ମୃତ୍ୟୁ ପରେ ଆତ୍ମା ଯମପୁରୀ କୁ ଯାତ୍ରା କରିଥାଏ ସେତେବେଳେ ଯମପୁରୀ ବାଟରେ କିଛି ଏଭଳି ନଗରୀ ଆସିଥାଏ, ଯେଉଁଠି ଆତ୍ମାକୁ ଅଟକିବାକୁ ପଡିଥାଏ l ଗରୁଡ଼ ପୁରାଣ ରେ ମୃତ୍ୟୁ ପରର ଯାତ୍ରା ଓ ଯମପୁରୀ ବିଷୟରେ ବିସ୍ତାର ଭାବରେ ବର୍ଣନା କରାଯାଇଛି l ଏହି ଯାତ୍ରା ସମୟ ରେ ଆତ୍ମା ୧୬ ଟି ଭୟାନକ ନଗର ଦେଇ ଯାଇଥାଏ l ଏବଂ ଏହି ସମୟରେ ଆତ୍ମା ନିଜ କର୍ମ ଅନୁସାରେ ପ୍ରତ୍ୟେକ ନଗରୀ ରେ କଷ୍ଟ ଭୋଗୀ ଆଗକୁ ଯାଇଥାଏ l କାହିଁକି ନା ଏହି ନଗରୀ ରେ ଆତ୍ମା କେବଳ କଷ୍ଟ ପାଇଥାଏ l
– ଯମପୁରୀ ର ୧୬ ଟି ନଗର ହେଲା –
ଶୈଲ୍ୟ, ଅସ୍ୟନ୍ଦ, ହ୍ରାସ, ରକ୍ତବାସ, ମୃତ୍ୟୁ, ତାମସ, ଭୟାନକ, ଦୁର୍ଗନ୍ଧ, ପୁତାକର , କାକ ଭୁକ୍ଷ, ଶୁକରାସନ, ରକ୍ତପାତ, କୃମିଭୋଜ, ସର୍ବ ସ୍ବାପ ହରଣ, ଅନ୍ଧତ ମିଶ୍ର ଓ ଏହାପରେ ଯମପୁରୀ l
– ପ୍ରତ୍ୟେକ ନଗରୀରେ ଆତ୍ମା କୁ ନିଜର କର୍ମ ଅନୁସାରେ କଷ୍ଟ ଭୋଗିବା ପାଇଁ ସମୟ ବିତାଇବାକୁ ପଡିଥାଏ l କିଛି ନଗରୀରେ ଯାତନା ଏତେ କଷ୍ଟ ହୋଇଥାଏ ଯେ ଆତ୍ମା ବେହୋସ ମଧ୍ୟ ହୋଇଯାଇ ଥାଏ l
– ଯମଦୂତ ମାନେ ଆତ୍ମା ମାନଙ୍କୁ ଏହି ନଗରୀରେ କଷ୍ଟ ପାଇ ଅତିବାହିତ କରିବା ପାଇଁ ସାହାଯ୍ୟ କରି ଥାଆନ୍ତି l ଗରୁଡ଼ ପୁରାଣ ରେ ଏହା ମଧ୍ୟ କୁହାଯାଇଛି ମୃତ୍ୟୁ ପରେ ଯାତ୍ରା କୁ କିଭଳି କମ କଷ୍ଟ ଦାୟକ କରାଯାଇ ପାରିବ l
– ଆତ୍ମା ଯମପୁରୀ କୁ ଯାଇ ପହଞ୍ଚିବା ପରେ ତାର କର୍ମ ର ହିସାବ କରାଯାଇ ଥାଏ ଏବଂ କର୍ମ ଅନୁସାରେ ତାର ପର ଜନ୍ମର ନିର୍ଧାରଣ କରାଯାଇ ଥାଏ l