ଗରୁଡ ପୁରାଣ ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି l କେବଳ ଏତିକି ନୁହେଁ ଯେ ଗରୁଡ ପୁରାଣରେ କେବଳ ଭୟ ଦେଉଥିବା ଓ ନର୍କର ଯନ୍ତ୍ରଣା ବିଷୟରେ ଲେଖା ହୋଇଛି l ଆମ ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଯାଏ ତେବେ ଗରୁଡ ପୁରାଣ ପଢ଼ାଯାଇଥାଏ ,କିନ୍ତୁ ଆପଣ ଯଦି ଗରୁଡ ପୁରାଣ ଏମିତିରେ ମଧ୍ୟ ଥରଟିଏ ପଢିବେ ତେବେ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିବା ଓ ଜୀବନ- ମୃତ୍ୟୁ ସହିତ ଯୋଡି ହୋଇଥିବା ଅନେକ କଥା ବିଷୟରେ ଜାଣିବେ l
ଗରୁଡ ପୁରାଣରେ ସ୍ୱର୍ଗ ,ନର୍କ ,ପାପ ,ପୁଣ୍ୟ ବ୍ୟତୀତ ଅନେକ କଥା ରହିଛି l ଆମ ସନାତନ ଧର୍ମରେ ଗରୁଡ଼ ପୁରାଣର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ରହିଛି l ଗରୁଡ ପୁରାଣରେ ଗୋଟିଏ ପଟେ ମୃତ୍ୟୁର ରହସ୍ୟ ରହିଥିବା ବେଳେ ଅନ୍ୟ ପଟରେ ଜୀବନର ରହସ୍ୟ ମଧ୍ୟ ଲୁଚି ରହିଛି l ଏହାକୁ ପୂର୍ବ କାଳରେ ମୁନିଋଷି ମାନେ ଏକ ସ୍ୱତନ୍ତ୍ର ସ୍ଥାନରେ ରଖିଥିଲେ l କିନ୍ତୁ ଆଜିର ସମାଜରେ ଗରୁଡ ପୁରାଣକୁ କେହି ଏତେ ଗୁରୁତ୍ୱ ଦେଉନାହାନ୍ତି l ପୂର୍ବକାଳରେ କୁହାଯାଉଥିଲା ରାଜା ମାନେ ଯଦି ଗରୁଡ ପୁରାଣ ପାଠ କରୁଥିଲେ ତେବେ ସେମାନଙ୍କର ଅନେକ ବିପର୍ତ୍ତି ଦୁରେଇ ଯାଉଥିଲା l
ଗରୁଡ ପୁରାଣର ଅନେକ କଥା ମଧ୍ୟରୁ ଏହି ଗୋଟିଏ କଥାକୁ ଧ୍ୟାନ ଦିଅନ୍ତୁ -ଆମ ହିନ୍ଦୁ ଧର୍ମର ଲୋକମାନେ ବିଭିନ୍ନ ପ୍ରକାରର ଶାସ୍ତ୍ର ଉପରେ ବିସେନ୍ସ ଜ୍ଞାନଲାଭ କରିଥାନ୍ତି ,କିନ୍ତୁ କିଛିଟା ଜ୍ଞାନ ଏପରି ରହିଥାଏ ଯେଉଁ ବିଷୟରେ ଆମର ଧ୍ୟାନ ନଥାଏ l ଯଦି ଆପଣ ଧନଵାନ ଓ ସୌଭାଗ୍ୟ ଶାଳୀ ହେବାକୁ ଚାହୁଁଛନ୍ତି ସେଥିପାଇଁ ଆବଶ୍ୟକ ଆପଣ ସ୍ୱଚ୍ଛ ଭାବରେ ରହି ସଫା ସୁତୁରା ପରିବେଶକୁ ରଖନ୍ତୁ l ଗରୁଡ ପୁରାଣ ଅନୁସାରେ ସେହି ଲୋକମାନଙ୍କର ସୌଭାଗ୍ୟ ନଷ୍ଟ ହୋଇଯାଅ ଯେଉଁ ମାନେ ନିଜେ ଅପରିଷ୍କାର ରହିବା ସହିତ ପରିବେଶକୁ ମଧ୍ୟ ଅପରିଷ୍କାର ରଖିଥାନ୍ତି l
ମା ଲକ୍ଷ୍ମୀଙ୍କର ଗରୁଡ ପୁରାଣ ସହିତ ବିଶେଷ ସମ୍ପର୍କ ରହିଛି l କଥାରେ ଅଛି ଆଚାରେ ବସତି ଲକ୍ଷ୍ମୀ ,ଏହାର ଅର୍ଥ ଆପଣଙ୍କ ଘର ଓ ଆପଣ ଯେତେ ସଫା ସୁତୁରା ହୋଇ ରହିବେ ସେତିକି ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ l ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିଥାଏ ଘରେ ଧନର ଅଭାବ ନଥାଏ କିନ୍ତୁ ଘରର ସଦସ୍ୟ ମାନେ ଅପରିଷ୍କାର ଭାବରେ ନିଜକୁ ରଖିବା ପାଇଁ ବେଶ ଖୁସି ହୁଅନ୍ତି l ଏହି ପ୍ରକାରର ଘରେ ଲକ୍ଷ୍ମୀଙ୍କର ପ୍ରଭାବ ଧୀରେ ଧୀରେ କମିବାକୁ ଲାଗିଥାଏ ଓ ଦରିଦ୍ରତା ନିବାସ କରେ l ଆଉ ଗୋଟିଏ କଥାର ମଧ୍ୟ ଧ୍ୟାନ ଦେବେ ଯଦି ଆପଣଙ୍କ ଘରେ ଗରୁଡ ପୁରାଣ ଅଛି ତେବେ ଗୁରୁବାର ଦିନ ଏହାକୁ ଫୁଲ ଚନ୍ଦନ ଦେଇ ପୂଜା କରନ୍ତୁ ,ଯାହା ଦ୍ୱାରା ଆପଣ ଲକ୍ଷ୍ମୀଙ୍କର ବିଶେଷ କୃପା ଲାଭ କରିବେ l