ଛତ୍ରପୁର ୨୪/୬ ; ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭି. କୀର୍ତ୍ତି ୱାସନ୍ ଆଭାସୀ ମାଧ୍ୟମରେ ଶୁକ୍ରବାର ଏମନରେଗା, ଗ୍ରାମୀଣ ଗୃହ ଯୋଜନା, ୫ ଟି ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟର ପରିବର୍ତ୍ତନ ସମେତ ବିଭିନ୍ନ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଚାଲିଥିବା ଅଙ୍ଗନବାଡି ଓ ମିଶନ ଶକ୍ତି ଗୃହ ଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ନିମନ୍ତେ ପ୍ରକଳ୍ପ ନିର୍ଦ୍ଦେଶକ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ୫ ଟି ରୁପାନ୍ତରିତ ହାଇସ୍କୁଲରେ ଚାଲିଥିବା କାର୍ଯ୍ୟ ଗୁଡିକ ଉତ୍ତମ ମାନର କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ବ୍ୟାଙ୍କ ଲିକେଜ୍ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ଗୁଡିକ ଉପରେ ପ୍ରକଳ୍ପ ନିର୍ଦ୍ଦେଶକ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଓରମାସ୍ ର ଡେପୁଟି ସିଇଓ ଡଃ ଜ୍ୟୋତି ପ୍ରକାଶ ମହାନ୍ତି, ଓଡିଶା ଜିବୀକା ମିଶନ୍ ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ନବୀନ କୁମାର ସେନାପତି, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସାସ୍ୱତ କୁମାର ସାହୁ, ଏପିଡି (ଗ୍ରାମୀଣ ଗୃହ) ସୌମ୍ୟ ରଞ୍ଜନ ହୋତାଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିବା ବେଳେ ସମସ୍ତ ବିଡିଓ, ଏପିଓ, ବିପିଏମ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ ।