Odisha news

କାର ସହ ଗଞ୍ଜେଇ ଜବତ,ଜଣେ ମହିଳା ଗିରଫ

0

ଭଞ୍ଜନଗର,୨୯/୦୩(ଗଞ୍ଜାମ ଜିଲ୍ଲା ବିରୋ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର)  : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବୁଦୁଲି ଗାଁ ନିକଟରେ ଗଞ୍ଜେଇ ଭର୍ତି କାର ଜବତ କରିବା ସହ କାର ରେ ବସିଥିବା ଜଣେ ମହିଳାଙ୍କୁ ଗିରଫ କରିଛି ଭଞ୍ଜନଗର ପୋଲିସ।ସୂଚନା ମୁତାବକ ଗତକାଲି ରାତି ସମୟରେ ଏସ ଆଇ ମୋହନ କହଁର ଏବଂ ଥାନାର ଅନ୍ୟ ପୋଲିସ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରିବା ସମୟରେ ମୁଜାଗଡ଼ ପଟୁ ଆସୁଥିବା ଏକ ଫୋର୍ଡ଼ କାର ପୋଲିସ କୁ ଦେଖି ରାସ୍ତା ରେ ଅଟକାଇ ଚାଳକ ଫେରାର ହୋଇ ଯାଇଥିଲା।ପୋଲିସ କୁ ସନ୍ଦେହ ହେବାରୁ ଗାଡି ନିକଟ କୁ ଯାଇ ଯାଞ୍ଚ କରିବା ପରେ ଗାଡ଼ିରେ ଜଣେ ମହିଳା ବସିଥିବା ସହ ଗଞ୍ଜେଇ ଥିବା ଜଣା ପଡିଥିଲା। ପୋଲିସ ମହିଳାଙ୍କ ଠାରୁ ୭୨ କେଜି ୧୪୦ ଗ୍ରାମ ଗଞ୍ଜେଇ ସହ କାର କୁ ଜବତ କରିଛି। ଭଞ୍ଜନଗର ଥାନା କେଶ ନମ୍ବର ୩୨୦/୨୪ ରେ ଏକ ମାମଲା ରୁଜୁ କରି ମହିଳାଙ୍କୁ କୋର୍ଟ ଚାଲାଣ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Leave A Reply