ବାଲିଗୁଡା, ତା, ୨୯/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପୋଲିସ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା I ସୂଚନା ମୁତାବକ ଟିକାବାଲି ବ୍ଲକ୍ ଅନୁର୍ଗତ କଇଁଝର ଗ୍ରାମ ପଞ୍ଚାୟତ ଅଧୀନସ୍ତ ଡକପଦର ଗ୍ରାମରୁ ଏକ ଅଟୋ ରିକ୍ସା ନଂ. ଓଡି-୧୨-ସି-୧୪୦୭ ନମ୍ବର ରେ ଶଙ୍କରାଖୋଲ ଠାରୁ ଟିକାବାଲି ଦେଇ ଆସୁଥିବା ବେଳେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ୍ ଏସ୍ଆଇ ଅବନି ପ୍ରଧାନ, ଓ ରବିନ୍ଦ୍ର ହେମ୍ବ୍ରମ, ଆଖଣ୍ଡଳମଣି ମନ୍ଦିର ସାମ୍ନାରୁ, ଅଟୋ ସମେତ ୧୦୪ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଯୁବକଙ୍କୁ ଗିରଫ କରିଛନ୍ତି । ଗିରଫ ଯୁବକ ଜଣକ ହେଲେ କଇଁଝର ଗ୍ରାମ ପଞ୍ଚାୟତ ଅଧୂନସ୍ତ ଡକପଦର ଗ୍ରାମର ଜିତେନ୍ଦ୍ର ମଲ୍ଲିକ ( ୨୭ ) ଟିକାବାଲି ପାଣିଙ୍ଗିଆ ଗ୍ରାମକୁ ଗଞ୍ଜେଇ ନେଉଥିବା ଜଣାପଡିଛି। ଏନେଇ କେସ୍ ନମ୍ବର ୧୦୩/୨୦୨୫ ରେ ଏକ ମାମଲା ରୁଜୁକରି ଗଞ୍ଜେଇ ସହିତ ଯୁବକଙ୍କୁ ବାଲିଗୁଡ଼ା କୋର୍ଟ ଚାଲାଣ କରାଯାଇଥିବା ବିଷୟ ଅବନି ପ୍ରଧାନ ସୂଚନା ଦେଇଛନ୍ତି।