ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ଗୋଟିଏ ମାରୁତୀ ଅଅଲଟୋ କାର ଯୋଗେ ଫିରିଙ୍ଗିଆ ବ୍ଳକ ଅଂଚଳର ମାଲା ପଟରୁ ଭୁବନେଶ୍ୱରକୁ ଚାଲାଣ ହେଉଥିବାବେଳେ ଚଢାଉ କରି ପୋଲିସ ସେଥରରୁ ଦୁଇଟି ବସ୍ତାରେ ୪୦ କିଗ୍ରା ୪ଶହ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହାସହିତ ସେହି କାରକୁ ଜବତ କରି ଚାଲାଣ କାର୍ଯ୍ୟରେ ଲିପ୍ତ ଥିବା ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅଂଚଳର ମାଝିପଡା ଘାଟିରେ ପୋଲିସ ଏକ ମାରୁତୀ କାର (ଓଆର ୦୨-ଏଏକ୍ସ ୪୨୫୮) କାରକୁ ତଲାସି କରିଥିଲା । ପୋଲିସ କାର ସମେତ ଗଞ୍ଜେଇ ଜବତ କରିବା ସହିତ ଫିରିଙ୍ଗିଆ ଅଂଚଳର ସାନୁଜ କହଁର(୨୫) ଏବଂ ପବିଙ୍ଗିଅଅର କୁବେର ଦିଗାଲ(୫୪)କୁ ଗିରଫ କରିବା ସହିତ ଏହି ସଂକ୍ରନ୍ତରେ ଏକ ମାମଲା ୪୮/୨୧ ରୁଜ୍ଜୁ କରିବାସହିତ ଅଭିଯୁକ୍ତ ମାନଙ୍କୁ ଅଅଜି କୋର୍ଟ ଚାଲାଣ କରିଥିବା ନେଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ସୂତ୍ରରୁ ଜଣାପଡିଛି ।