Odisha news

ଗଣେଶ ଚତୁର୍ଥୀ ରେ ନିଜ ରାଶି ଅନୁସାରେ ଗଣପତି ଙ୍କୁ ଅର୍ପଣ କରନ୍ତୁ ଏହିସବୁ ଜିନିଷ

0

ଗଣେଶ ଚତୁର୍ଥୀ ଭାଦ୍ରବ ମାସ ଶୁକ୍ଲପକ୍ଷ ର ଚତୁର୍ଥୀ ଦିନ ପାଳିତ ହୋଇଥାଏ, ଏବଂ ଅନନ୍ତ ଚତୁର୍ଦଶୀ ପର୍ଯ୍ୟନ୍ତ ଗଣପତି ଙ୍କୁ ଅନେକ ସ୍ଥାନରେ ପୂଜା କରାଯାଇଥାଏ l ଚଳିତ ବର୍ଷ ଗଣେଶ ଉତ୍ସବ ଅଗଷ୍ଟ ୨୭ ତାରିଖ ରେ ଆରମ୍ଭ ହୋଇ ସେପ୍ଟେମ୍ବର ୬ ତାରିଖ ରେ ସମାପ୍ତ ହେବ l

ଭଗବାନ ଗଣେଶ ବୁଦ୍ଧି ,ବିବେକ, ସମୃଦ୍ଧି ଏବଂ ବିଘ୍ନ ଦୂର କରିବାର ଦେବତା ଅଟନ୍ତି, ମାନ୍ୟତା ରହିଛି ଯଦି ଗଣେଶ ଚତୁର୍ଥୀ ଦିନ ଶ୍ରଦ୍ଧା ପୂର୍ବକ ଏବଂ ବିଧି-ବିଧାନ ଦ୍ୱାରା ଗଣପତି ଙ୍କୁ ପୂଜା କରିବା ଦ୍ୱାରା ଜୀବନ ରେ ଦୁଃଖ ର ସମାପ୍ତ ହୋଇଥାଏ, ଗଣେଶ ଚତୁର୍ଥୀ ଦିନ ଯଦି ଆପଣ ନିଜ ରାଶି ଅନୁସାରେ ଭଗବାନ ଙ୍କୁ ପୂଜା କରିବେ , ତେବେ ଗଣପତି ଙ୍କ କୃପା ବର୍ଷ ସାରା ମିଳିଥାଏ l

ରାଶି ଅନୁସରେ ଗଣପତି ଙ୍କ ପୂଜା –
ମେଷ ରାଶି – ମେଷ ରାଶିର ବ୍ୟକ୍ତି ଗଣପତି ଙ୍କ ପୂଜା ସମୟ ରେ ଗଣେଶ ଙ୍କୁ ନାଲି ରଙ୍ଗର ଫୁଲ ଏବଂ ୨୧ ଟି ଦୁବ ଅର୍ପଣ କରନ୍ତୁ, ଏହା ସହିତ ମୋଦକ ର ଭୋଗ ଅର୍ପଣ କରନ୍ତୁ ଏବଂ ‘ଓଂ ଗଂଗ ଗଣପତୟେ ନମଃ ‘ ମନ୍ତ୍ର ପାଠ କରନ୍ତୁ l

ବୃଷ ରାଶି – ବୃଷ ରାଶିର ବ୍ୟକ୍ତି ଧଳା ରଙ୍ଗର ଫୁଲ ଗଣପତି ଙ୍କୁ ଅର୍ପଣ କରନ୍ତୁ , ଏବଂ ଘିଅ ଦୀପ ଜଳାନ୍ତୁ ଏବଂ ପ୍ରସାଦ ରେ ହଳଦିଆ ଲଡୁ ଅର୍ପଣ କରନ୍ତୁ l

ମିଥୁନ ରାଶି -ମିଥୁନ ରାଶିର ବ୍ୟକ୍ତି ଗଣେଶ ଚତୁର୍ଥୀ ରେ ବେସନ ଲଡୁ ଗଣେଶ ଙ୍କୁ ଅର୍ପଣ କରନ୍ତୁ ଏବଂ ଦୁବ ମଧ୍ୟ ଅର୍ପଣ କରନ୍ତୁ l

କର୍କଟ ରାଶି – ଗଣେଶ ଚତୁର୍ଥୀ ରେ କର୍କଟ ରାଶି ର ବ୍ୟକ୍ତି ନଡ଼ିଆ ଏବଂ ଦୁଗ୍ଧ ରେ ପ୍ରସ୍ତୁତ ମିଠା ଜିନିଷ ଅର୍ପଣ କରନ୍ତୁ l

ସିଂହ ରାଶି – ସିଂହ ରାଶିର ବ୍ୟକ୍ତି ବିଧି ବିଧାନ ରେ ଗଣପତି ଙ୍କୁ ପୂଜା କରନ୍ତୁ ଏବଂ ଗଣପତି ଙ୍କୁ ନାଲି ଚନ୍ଦନ ଏବଂ ନଡ଼ିଆ ଅର୍ପଣ କରନ୍ତୁ l

କନ୍ୟା ରାଶି – ପ୍ରସାଦ ରେ ମୋଦକ ଅର୍ପଣ କରନ୍ତୁ , ହଳଦିଆ ଫୁଲ ଅର୍ପଣ କରନ୍ତୁ, ପ୍ରସାଦ ରେ ମୋଦକ ନିହାତି ଅର୍ପଣ କରିବା ଜରୁରୀ l

ତୁଳା ରାଶି- ଗଣେଶ ଚତୁର୍ଥୀ ଦିନ ଗଣପତି ଙ୍କୁ ପୂଜା କରିବା ସମୟ ରେ ହଳଦିଆ ଫୁଲ ଅର୍ପଣ କରନ୍ତୁ ଏବଂ ମିଠା ଜିନିଷ ଅର୍ପଣ କରନ୍ତୁ l

ବିଛା ରାଶି – ଏହି ରାଶିର ବ୍ୟକ୍ତି ଗଣପତି ଙ୍କ ନକଟାରେ ନାଲି ଫୁଲ ଏବଂ ଗୁଡ଼ ଅର୍ପଣ କରନ୍ତୁ, ଏବଂ ପ୍ରସାଦ ରେ ଡାଳିମ୍ବ ଅର୍ପଣ କରନ୍ତୁ l

ଧନୁ ରାଶି – ହଳଦିଆ ରଙ୍ଗର ଫୁଲ ଏବଂ ହଳଦୀ ଗଣପତି ଙ୍କୁ ଅର୍ପଣ କରନ୍ତୁ ଏବଂ ହଳଦିଆ ଲଡୁ ପ୍ରସାଦ ରେ ଅର୍ପଣ କରନ୍ତୁ l

ମକର ରାଶି – ମକର ରାଶିର ବ୍ୟକ୍ତି ନୀଳ ଏବଂ ବାଇଗଣୀ ରଙ୍ଗର ଫୁଲ ଅର୍ପଣ କରନ୍ତୁ ଏବଂ ରାଶି ଓ ଗୁଡ଼ ରେ ପ୍ରସ୍ତୁତ ଲଡୁ ଅର୍ପଣ କରନ୍ତୁ l

କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ନୀଳ ଫୁଲ ଏବଂ ଶାମି ପତ୍ର ଅର୍ପଣ କରନ୍ତୁ, ପ୍ରସାଦ ଭାବରେ ରାବିଡି ଅର୍ପଣ କରନ୍ତୁ l

ମୀନ ରାଶି – ମିନ ରାଶିର ବ୍ୟକ୍ତି ଗଣପତି ଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ, ବିଧି ରେ ପୂଜା କରି ପ୍ରସାଦ ରେ ପେଡା ଅର୍ପଣ କରନ୍ତୁ l

Leave A Reply