ବୁଧବାର ଦିନ ଟି ପ୍ରଭୁ ଗଣେଶଙ୍କ ପ୍ରିୟ ଦିନ ଅଟେ । ଏହିଦିନ ତାଙ୍କର ଭକ୍ତ ମାନେ ତାଙ୍କୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରି ଥାଆନ୍ତି । ପ୍ରଭୁ ବିଘ୍ନ ବିନାଶକ ମଧ୍ୟ ତାଙ୍କର ସମସ୍ତ ଇଚ୍ଛା ପୁରଣ କରନ୍ତି । ହିନ୍ଦୁ ଧର୍ମ ଶାସ୍ତ୍ରରେ ବୁଧବାର ଦିନ ଗଣପତି ଙ୍କ ନିକଟରେ ଏହିସବୁ ଉପାୟ କୁ କରିବା ଦ୍ୱାରା ବୈବାହିକ ଜୀବନ ରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
– ଯଦି ଆପଣ ଶତ୍ରୁ ଭୟ ରେ ରହିଛନ୍ତି କିମ୍ବା ଶତ୍ରୁ ନାସ କରିବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ଗଣପତି ଙ୍କୁ ଚାନ୍ଦି ର ଫାର୍ଶା ଅର୍ପଣ କରନ୍ତୁ ।
– ବୈବାହିକ ଜୀବନରେ ଆସୁଥିବା ସମସ୍ତ ବିଘ୍ନ କୁ ଦୁର କରିବା ପାଇଁ ଗଣେଶ ଙ୍କୁ ହଳଦୀ, କେଶର ତିଳକ ଲଗାନ୍ତୁ । ଓମ୍ ଗଂ ଗଣପତାୟେ ନମଃ ୧୦୮ ଥର ଉଚ୍ଚାରଣ କରନ୍ତୁ ।
– ମଙ୍ଗଳ ଦୋଷ ଯୋଗୁଁ ବିବାହ କାର୍ଯ୍ୟ ରେ ବାଧା ଉପୁଜିଛି ଯଦି ଗଣପତି ଅଷ୍ଟକ ବୁଧବାର ଦିନ ପାଠ କରନ୍ତୁ ।
– ସନ୍ତାନ ମାନଙ୍କ ଜୀବନରେ ଉନ୍ନତି ପାଇଁ ବୁଧବାର ଦିନ ଗଣପତି ଙ୍କୁ ସ୍ନାନ କରାଇ ରକ୍ତ ଚନ୍ଦନ ତିଳକ ଲଗାନ୍ତୁ । ଏହାପରେ ଦୁବଘାସ ଓ ଅରୁଆ ଚାଉଳ ଦେଇ ଗଣପତି ଙ୍କ ସ୍ତୋତ୍ର ପାଠ କରନ୍ତୁ । ସନ୍ତାନ ମାନଙ୍କର ମଙ୍ଗଳ ହେବ ।
– ବ୍ୟବସାୟ ଓ ଚାକିରୀ ଜନିତ ସମସ୍ୟା ପାଇଁ ବୁଧବାର ଦିନ ନିଜ ଦୋକାନ କିମ୍ବା ପ୍ରତିଷ୍ଠାନ ରେ ଗଣପତି ଙ୍କ ନିକଟରେ ଅଖଣ୍ଡ ଦୀପ ଜଳାଇ ଗଣପତି ଙ୍କ ବିଘ୍ନ ନାଶକ ମନ୍ତ୍ର ପାଠ କରନ୍ତୁ ।