Odisha news

ବୁଧବାର ଦିନ ଏହିଭଳି ଭାବରେ ଶ୍ରୀ ଗଣେଶଙ୍କ ପୂଜା କରି ଘରୁ ସମସ୍ତ ସଙ୍କଟ ଦୂର କରନ୍ତୁ

0

ହିନ୍ଦୁ ଧର୍ମରେ ଆଦି ଦେବ ଭାବେ ଶ୍ରୀ ଗଣେଶଙ୍କର ଆରାଧନା ସର୍ବ ପ୍ରଥମେ ସମସ୍ତ ଦେବାଦେବୀଙ୍କ ପୂର୍ବରୁ କରାଯାଇଥାଏ l ମାନ୍ୟତା ଅନୁସାରେ ବୁଧବାର ଦିନ ଗଣେଶଙ୍କୁ ଆରାଧନା କଲେ ଜୀବନରେ ସୁଖ,ଶାନ୍ତି ଓ ଯଶଃ ଲାଭ ହେବ ସହିତ ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ l କେବଳ ଏତିକି ନୁହେଁ ମଣିଷ ଜୀବନରେ ଜେକେବେବି ଖାଦ୍ୟର ଅଭାବ ରୁହେ ନାହିଁ କିମ୍ବା କୌଣସି ଅସୁବିଧା ଦେଖାଦିଏ ନାହିଁ l ଆସନ୍ତୁ ଜାଣିବା ଗଣେଶଙ୍କ ପାଇଁ ବୁଧବାର ଦିନ ପୂଜା ବିଧି l

* ଶାସ୍ତ୍ର ଅନୁସାରେ ବୁଧବାର ଦିନଟି ଭଗବାନ ଗଣେଶଙ୍କର ଅଟେ l ଯେଉଁ ଶିକ୍ଷାର୍ଥୀ ମାନେ ପାଠ ପଢ଼ାରେ ଦୁର୍ବଳ ଅଟନ୍ତି ସେମାନେ ବୁଦ୍ଧି ଲାଭ କରିବା ପାଇଁ ଏହି ଦିନ ବ୍ରତ ଧାରଣା କରିବା ଆବଶ୍ୟକ ଓ ଗଣେଶଙ୍କର ଆରାଧନା କରିବା ବଶ୍ୟକ l

* ପ୍ରତେକ ବୁଧବାର ଦିନ ଷଣ୍ଢକୁ ଦୁବ ଘାସ ଓ ପାଚିଲା କଦଳୀ ଖାଇବାକୁ ଦେବା ଦ୍ୱାରା ଆପଣଙ୍କର ଅଟକି ରହିଥିବା କାମ ମଧ୍ୟ ହୋଇଯାଇଥାଏ l ତା ସହିତ ଗଣେଶଙ୍କ ନିକଟରେ ଅଖଣ୍ଡ ଦୀପ ଜଳାଇବା ଆବଶ୍ୟକ l

* ଗୃହର କ୍ଳେଶ ଦୂର ହେବ ପାଇଁ ବୁଧବାର ଦିନ ଗଣେଶଙ୍କୁ ଡୁବଘାସ ଅର୍ପଣ କରନ୍ତୁ ଓ ବିଧି ବିଧାନ ଭାବରେ ପୂଜା କରନ୍ତୁ l

* ଧନପ୍ରାପ୍ତି ପାଇଁ ବୁଧବାର ଦିନ ଗଣେଶଙ୍କ ନିକଟରେ ଘିଅ ଓ ଗୁଡ଼ର ପ୍ରସାଦ ଲଗାନ୍ତୁ l ପରେ ଏହି ଘିଅ ଗୁଡ଼ ଗାଈକୁ ଖୁଆଇ ଦିଅନ୍ତୁ l ଏଭଳି କରିବା ଦ୍ୱାରା ଧନ ସମ୍ବଧୀୟ ସମସ୍ୟା ଦୂର ହୋଇଥାଏ l

* ନିଜର ଗ୍ରହ ଦୋଷ ଓ ଶତ୍ରୁ ଦୋଷ ଦୂର କରିବା ପାଇଁ ଗଣେଶଙ୍କ ୧୨ ଟି ନାମ ୧୧ ଥର ଜପ କରିବା ସହିତ ଗଣେଶଙ୍କ ନିକଟରେ ଗୋଟିଏ ନାଲି ସେଲୁକନାରେ ଗୁଆ ଟିଏ ରଖନ୍ତୁ ତା ଉପରେ ସିନ୍ଦୁର ଓ ଚାଉଳ ସମର୍ପଣ କରନ୍ତୁ l ସନ୍ଧ୍ୟା ବେଳେ ପୂଜା ସାରିବା ପରେ ଏହାକୁ ନେଇ ନିଜ ଘର ଆଲମିରାର ରଖନ୍ତୁ ଏହା ଦ୍ୱାରା ଧନ ସମ୍ବଧୀୟ ସମସ୍ୟା ଦୂର ହେବ ସହିତ ସମସ୍ତ ସଙ୍କଟ ମଧ୍ୟ ଦୂର ହେବ  l

Leave A Reply