ରା.ଉଦୟଗିରି : ଓଡିଶା ଓ ବୈଷୟିକ ବିଶ୍ୱବିଦ୍ୟIଳୟ ଅଧିନସ୍ଥ କୃଷି ଶ୍ରମ ବିଜ୍ଞାନ ଓ ସୁରକ୍ଷା ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର, ଗଜପତିର ମିଳିତ ଉଦ୍ୟମରେ ଗଜପତି ଜିଲ୍ଲାର କଙ୍କଡ଼ାଗୁଡ଼ା ଗ୍ରାମଠାରେ ମହିଳାଙ୍କ ଶ୍ରମ ଲାଘବ ନିମନ୍ତେ ଉନ୍ନତ କୃଷି ଯନ୍ତ୍ରପାତି ବିଷୟରେ ଏକ ତାଲିମ ଶିବିରର ଆୟୋଜନ କରାଯାଇଥିଲା I
ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସନ୍ତୋଷ କୁମାର ମହାନ୍ତି ଯୋଗ ଦେଇ ପ୍ରକଳ୍ପ ତରଫରୁ ବିକଶିତ ହୋଇଥିବା ବିଭିନ୍ନ ଉନ୍ନତ କୃଷି ଯନ୍ତ୍ରପାତି ଯଥା ଉନ୍ନତ ଦIଆ, ତିନି ଧାଡ଼ିଆ ଧାନ ତଳି ରୁଆ ଯନ୍ତ୍ର, ନଡ଼ିଆ ଚୋପା ଛଡା ଯନ୍ତ୍ର, ମକା ମଞ୍ଜି ଛଡା ଯନ୍ତ୍ର ଇତ୍ୟାଦି ବିଷୟରେ ସବିଶେଷ ବିବରଣୀ ଦେଇଥିଲେ I
କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଶ୍ରୀ ସଂଗ୍ରାମ ପରମଗୁରୁ ଓ କୃଷି ଯାନ୍ତ୍ରିକ ବୈଜ୍ଞାନିକ ଇଂ ଦ୍ୱାରିକା ମୋହନ ଦାସଏହି କାର୍ଯ୍ୟକ୍ରମରେ ଭାଗନେଇ କୃଷିର ଆଧୁନିକୀକରଣଦ୍ୱାରା କୃଷକର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆସିପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ I ଏହି କାର୍ଯ୍ୟକ୍ରମରେ ଭାଗନେଇ ବିଭିନ୍ନ ବେସରକାରୀ ସଂସ୍ଥାର କର୍ମକର୍ତ୍ତାମାନେ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ରର ଭୂମିକାର ଭୁୟସୀ ପ୍ରଶଂସା କରିଥିଲେ I କରୋନା ମହାମାରୀ ସମୟରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସମସ୍ତ ଚାଷୀ ଭାଇ , ବୈଜ୍ଞାନିକ ଓ ଅନ୍ୟାନ୍ୟ କର୍ମକର୍ତା ମାନେ ସାମାଜିକ ଦୂରତ୍ୱ ପାଳନ କରି ସୁରକ୍ଷା ମଧ୍ୟରେ ଭାଗନେଇ କୃଷିର ଉନ୍ନତି ପାଇଁ ଆଲୋଚନା କରିବାର ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛିI