Odisha news

ବେଙ୍ଗ ଗିଳିଦେଲା ବିଷଧର ସାପ

0

ନୂଆଦିଲ୍ଲୀ: ସାପ ବେଙ୍ଗକୁ ଖାଇବା ଏକ ସାଧାରଣ କଥା। କିନ୍ତୁ ନିକଟରେ ଏକ ବେଙ୍ଗ ଦୁନିଆର ତୃତୀୟ ସବୁଠାରୁ ଅଧିକ ବିଷଧର ସାପକୁ ଖାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଆପଣ ଭାବୁଥିବେ ଏହା କେମିତି ସମ୍ଭବ ହେଲା । ଆଉ ଏତେ ବିଷଧର ସାପକୁ ଖାଇବା ପରେ ବେଙ୍ଗର କ’ଣ ହେଲା। ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବରେ ଏମିତି ଘଟିଛି।

ଫଟୋ ଟିକୁ ଟିକେ ଭଲ କରି ଦେଖନ୍ତୁ । କିଭଳି ସବୁଜ ରଙ୍ଗର ବେଙ୍ଗ ଏକ ବିଷଧର ସାପକୁ ଜିଅନ୍ତା ଗିଳିଦେଇଛି । ଏହି ସାପଟି ଦୁନିଆର ତୃତୀୟ ସବୁଠାରୁ ଅଧିକ ବିଷଧର । ଯାହାର ନାମ କୋଷ୍ଟାଲ ତାଇପାନ୍‌ ବୋଲି କୁହାଯାଉଛି। ଏହି ସାପ କାମୁଡିବାର କିଛିଟା ମିନିଟ୍‌ ମଧ୍ୟରେ ଜୀବନ ଚାଲିଯାଇଥାଏ। ଏହା ଏତେ ବିଷଧର ଯେ, ଚୋଟ ମାରିବା ମାତ୍ରେ ସାରା ଦେହରେ ଖୁବ ଶୀଘ୍ର ବିଷ ଚରିଯାଇଥାଏ। ଆଉ ବିଶେଷ ଭାବେ ମସ୍ତିଷ୍କ ଉପରେ ଏହାର ବଡ଼ ପ୍ରଭାବ ପଡିଥାଏ ।

ଏହି ସାପ ଅଷ୍ଟ୍ରେଲିଆର ଉତ୍ତର ଏବଂ ପୂର୍ବ ଉପକୂଳ ଅଞ୍ଚଳରେ ଏବଂ ନ୍ୟୁ ଗିନି ଦୀପରେ ଅଧିକାଂଶ ଦେଖିବାକୁ ମିଳିଥାନ୍ତି । ତେବେ ଏଭଳି ଏକ ବିଷଧର ସାପକୁ ଏକ ବେଙ୍ଗ ଜୀଅନ୍ତା ଗିଳିଦେବା ଘଟଣା ଏବେ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଏହି ଫଟୋ ଅଧିକ ମାତ୍ରାରେ ସେୟାର ହୋଇଥିବା ବେଳେ ଏହା ଆଶ୍ଚର୍ଯ୍ୟଜନକ ବୋଲି ଅଧିକାଂଶ ମତ ଦେଇଛନ୍ତି।
Govt
Leave A Reply