ନୂଆଦିଲ୍ଲୀ : ତାମିଲନାଡୁର ସାଲେମ ଜିଲ୍ଲାରେ ଗଂଭୀର ଭାବରେ ରୋଗଗ୍ରସ୍ତ ଥିବା ଜଣେ ୭୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କୁ ଫ୍ରୀଜରବକ୍ସରୁ ଉଦ୍ଧାର କରାଯାଇଛି l ସୂଚନା ଯୋଗ୍ୟଯେ ବୟସ୍କ ବ୍ୟକ୍ତିଙ୍କୁ ଡାକ୍ତର ଖାନାରୁ ଡିସ୍ଚାର୍ଜ ମିଳିବl ପରେ ତାଙ୍କର ପରିବାର ଲୋକେ କଥିତ ଭାବରେ ତାଙ୍କର ମରିବାର ଅପେକ୍ଷା କରିବାକୁ ଲାଗିଲେ ,ସେଥିପାଇଁ ସେମାନେ ତାଙ୍କୁ ରାତିସାରା ଫ୍ରୀଜରବକ୍ସ ରେ ପୁରାଇ ରଖିଥିଲେ l ବୟସ୍କ ବ୍ୟକ୍ତିଙ୍କୁ ସେହି ସମୟରେ ଉଦ୍ଧାର କରାଗଲା ଯେତେବେଳେ କର୍ମଚାରୀ ଜଣେ ଫ୍ରୀଜରବକ୍ସ ନେବାକୁ ଆସିଥିଲେ l ଉକ୍ତ କର୍ମଚାରୀ ଜଣକ ବୃଦ୍ଧ ବ୍ୟକ୍ତି ଜୀବିତ ଥିବାର ସୂଚନା ଦେଇଥିଲେ l
ସୂଚନା ମୁତାବକ ୭୪ ବର୍ଷୀୟ ବ୍ୟକ୍ତିଙ୍କର ଭାଇ ଭଡାରେ ସେହି ଫ୍ରୀଜରବକ୍ସକୁ ଗୋଟିଏ ଏଜେନ୍ସି ପାଖରୁ ଆଣିଥିଲେ l ଦେଖିବାକୁ ମିଳିଥିଲା ଯେ ସେହି ବୟସ୍କ ବ୍ୟକ୍ତି ଜଣଙ୍କ ବକ୍ସ ମଧ୍ୟରେ ନିଶ୍ୱାସ ନେବାପାଇଁ କଷ୍ଟ ଅନୁଭବ କରୁଥିଲେ l ଏହାପରେ ତାଙ୍କୁ ଫ୍ରୀଜରବକ୍ସରୁ ବାହାର କରାଯାଇ ଡାକ୍ତର ଖାନରେ ଭର୍ତି କରାଯାଇଛି l ଘଟଣାର ଯାଞ୍ଚ କରୁଥିବା ଅଧିକାରୀ ଜଣେ କହିଛନ୍ତି ଯେ ନିକଟରେ ଏହି ୭୪ ବର୍ଷୀୟ ବ୍ୟକ୍ତିଙ୍କୁ ଡାକ୍ତର ଖାନାରୁ ଡିସ୍ଚାର୍ଜ କରାଯାଇଥିଲା l ତାଙ୍କ ଭାଇ ଗୋଟିଏ ଏଜେନ୍ସି ନିକଟରୁ ଫ୍ରୀଜରବକ୍ସ ଭଡାରେ ଆଣିଥିଲେ ଏବଂ ତାଙ୍କୁ ତା ମଧ୍ୟରେ ରଖି ତାଙ୍କ ମୃତ୍ୟୁକୁ ଅପେକ୍ଷା କରିଥିଲେ l
କିନ୍ତୁ ଏଜେନ୍ସିରୁ ଆସିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ଜୀବିତ ଅବସ୍ଥାରେ ପାଇ ଡାକ୍ତର ଖାନରେ ପହଞ୍ଚିlଇଥିଲେ l ଯେଉଁ ବ୍ୟକ୍ତି ଜଣକ ତାଙ୍କୁ ଡାକ୍ତରଖାନା ନେଇ ଛନ୍ତି ସେ କହିଲେ ଯେ ମତେ କୁହାଯାଇଥିଲା ଏହି ବୟସ୍କ ବ୍ୟକ୍ତି ଜଣଙ୍କ ମାରି ସାରିଛନ୍ତି ଓ ତାଙ୍କୁ ଫ୍ରୀଜରବକ୍ସର ଆବଶ୍ୟକ ରହିଛି l କିନ୍ତୁ ମୁଁ ଏଠାକୁ ଆସି ଦେଖିଲି ଯେ ସେ ବର୍ତ୍ତମାନ ମଧ୍ୟ ବଞ୍ଚିଛନ୍ତି l ପୋଲିସ ସୂଚନା ଅନୁସାରେ ବୟସ୍କ ବ୍ୟକ୍ତି ଜଣଙ୍କ ଗୋଟିଏ ଘରୋଇ କମ୍ପାନୀରେ ଷ୍ଟୋର କିପର ଭାବରେ ଅବସର ନେଇଥିଲେ l ସେ ନିଜର ଭାଇ ଓ ଝିଆରୀଙ୍କ ସହିତ ରହୁଥିଲେ l ତାଣ୍କ ପରିବାରଙ୍କ ବିରୁଦ୍ଧରେ ପୋଲିସ ଅଲଗା ଅଲଗା ଧାରାରେ କେସ ଦର୍ଜ କରିଛି l