ନୂଆଦିଲ୍ଲୀ : ଫ୍ରାନ୍ସର ରାଷ୍ଟ୍ରପତି ଈମାନୁଏଲ ମେକ୍ରଙ୍କର ଧର୍ମ ବିରୁଦ୍ଧରେ ଦିଆଯାଇଥିବା ବୟାନ ପରେ ମୁସଲିମ୍ ସମୁଦାୟଙ୍କ ଭିତରବ ଆକ୍ରୋଶ ଦେଖିବାକୁ ମିଳିଛି l ବର୍ତ୍ତମାନ ବିଶ୍ୱର ଅଧିକାଂଶ ସ୍ଥାନରେ ଏହିପରି ପ୍ରତିବାଦ ଦେଖା ଦେଇଛି l ଭାରତରେ ମଧ୍ୟ ଏହି କଥାକୁ ନେଇ ବିରୋଧ ପ୍ରଦର୍ଶନ କର ଯାଉଛି l
ମାୟlନଗରୀ ମୁମ୍ବାଇରେ ମୁସଲିମ୍ ସମୁଦାୟର ଲୋକମାନେ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ଫଟୋକୁ ରାସ୍ତାରେ ଲଗାଇ ବିରୋଧ ପଦର୍ଶନ କରୁଛନ୍ତି l ମୁମ୍ବାଇର ଭିଣ୍ଡି ବଜାର ଅଂଚଳରେ ସଡକ ଉପରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଫଟୋକୁ ଲଗାଯାଇଛି ,ଯାହା ଉପରେ ଗାଡି ଗୁଡିକ ଯିବା ସହିତ ଲୋକମାନେ ମଧ୍ୟ ତାଉପରେ ଚଢି ଯାଉଥିଲେ l
ଫ୍ରାନ୍ସର ରାଷ୍ଟ୍ରପତି ମୁସଲିମ୍ ସମୁଦାୟଙ୍କ ଉପରେ ତିପାଣି ଦେଇ କହିଥିଲେ ଯେ ଇସ୍ଲାମ ଗୋଟିଏ ଏପରି ଧର୍ମ ଯାହାକୁ ନେଇ ସାରା ବିଶ୍ୱ ଆଜି ସଂକଟରେ l ତାଙ୍କର ଏହି ବୟାନ ପରେ ସାରା ବିଶ୍ୱରେ ଅଲଗା ଅଲଗା ଜାଗାରେ ବିରୋଧ ପଦର୍ଶନ କରାଯାଇଥିଲା l ଗୁରୁବାର ଦିନ ଫ୍ରାନ୍ସର ଗୋଟିଏ ଚର୍ଚ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା l
ଆତଙ୍କବାଦୀ ଜଣଙ୍କ ହାତରେ ଛୁରୀ ଧରି ଅଧିକାଂଶ ଲୋକଙ୍କୁ ହତ୍ୟା କରିଥିଲା l ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଘୋର ନିନ୍ଦା କରିଥିଲେ ଓ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଭାରତ ଆତଙ୍କବାଦ ବିରୁଦ୍ଧରେ ଏହି ଲଢେ଼ଇରେ ଫ୍ରାନ୍ସର ସହିତ ରହିଛି l