Odisha news

ଖଣି ମନ୍ତ୍ରୀ ଜିଲ୍ଲାରେ ବେଧଡକ ଖଣିଜ ସଂପଦ ଚୋରୀ : ଆକ୍ସନ ମୋଡରେ ବନ ବିଭାଗ

0

ଖଣି ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଛି ଚୋରା ଖଣିଜ ସଂପଦର ବ୍ୟାପକ ଚାଲଣ । କରୋନା ସମୟରେ ସମସ୍ତ ସରକାରୀ ଅଧିକାରୀ  ଲୋକଙ୍କ ଜୀବନ ବଂଚାଇବାକୁ ପ୍ରଚେଷ୍ଠା କରୁଥିବାବେଳେ   ଖଣିଜ ସଂପଦ ଚୋରା ଚାଲଣ କରୁତରବା ମାଫିଆ ମାନଙ୍କ ନିମନ୍ତେ ପାଲଟିଛି ପୁଷ ମାସ  । ଏହି ସୁଯୋଗରେ ଜିଲ୍ଲାରେ ଏହି ଚାଲାଣରେ ମାତିଥିବା ବ୍ୟକ୍ତି ବିଶେଷ ସୁଯୋଗର ହାତ ଛଡା କରିନାହାନ୍ତି  । ଦୈନିକ ୫୦ରୁ ଉଦ୍ଦ୍ର ଗାଡି ମାଙ୍କଡା ପଥର ଗଁଦିଆ, ନିହଲପ୍ରସାଦ , ଏବଂ ସଦର ଥାନା ଅଚଂଲରୁ ଭୁବନ ବ୍ଲକ ରାସ୍ତାରେ ଦେଇ ଚାଲଣ ହେଉଛି କଳିଙ୍ଗନଗର , ମଠକରଗୋଳା ପର୍ଯ୍ୟନ୍ତ  । ଏହି ଚାଲାଣରେ ସ୍ଥାନୀୟ ଯୁବକ ମାନେ ସଂଶ୍ଲିଷ୍ଟ ରହୁଥିବାରୁ ଅନେକ ସମୟରେ ଗାଁ ଗାଁ ମଧ୍ୟରେ ଉପୁଜିଛି ସାଙ୍ଗାତିକ ଅବସ୍ଥା  । ଯାହାକୁ ନେଇ ବିଭିନ୍ନ ଥାନାରେ ହୋଇଛି ମମମଲା ।

ସ୍ଥାନ୍ୟ ତହସିଲ କର୍ମଚାରୀ ,  ପୋଲିସ , ଏପରିକି ବନବିଭାଗ କର୍ମଚାରୀଙ୍କୁ ହାତ କରି ରାଜସ୍ୱ, ଓ ଜଙ୍ଗଲ କିସମ ଜମିରୁ  କଟାଯାଉଛି ମାଙ୍କଡା ପଥର   । ବିଶେଷ କରି ଦେବତୋର ଜମିରୁ କଟାଯାଉଛି ପଥର  । ଚାଲାଣ ହେଉଛି ଜିଲ୍ଲା ଓ ଜିଲ୍ଲା ବାହାରକୁ  ।  ଜିଲ୍ଲା ପ୍ରଶାସନ ଉପରେ ଭରସା କରିପାରିନଥିବା ଅଭିଯୋଗକାରୀ ସ୍ପୋଶାଲ ଟ୍ୟାକ୍ସ ଫୋର୍ସଙ୍କୁ ଜଣାଇଥିଲେ  । ଶୁକ୍ରବାର ମଧ୍ୟ ରାତିରେ  ଏହି ଫୋର୍ସ ରେଙ୍କାନାଳ ଜିଲ୍ଲା ମଧ୍ୟଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ମନ୍ଦାର ନିଳକଣ୍ଡପୁର ଘାଟଠାରେ ଥିବା ବ୍ରିଜି ଉପରେ ଛକି ବସିଥିଲେ  । ତିନୋଟି ଗାଡି ବ୍ରିଜ ଉପରକୁ ଆସିବା ପରେ ସ୍ୱେଶାଲ ଟ୍ୟାକ୍ସ ଫୋର୍ସଙ୍କ ହାବୁଡରେ ପଡିଯାଇଥିଲେ  । ଏହି ରାସ୍ତାରେ ଗାଡି ବୁଲାଇ ପଛକୁ ଫେରିଯିବାର କୈଣସି ସମ୍ବାବନା ନଥିବାରୁ ମାଫିଆଙ୍କ କଳାକାରନାମା ଧରାପଡିଯାଇଥିଲା  ।

ଘଟଣାସ୍ଥଳରୁ  ଡ୍ରାଇଭର ମାନେ ଫେରାର ହୋଇଯାଇଥିଲେ  । ପରେ ଗାଡି ଗୁଡିକ ଟ୍ୟାସ୍କ ଫୋର୍ସ ହେପାଜତରେ ଅଣାଯାଇ ବନବିଭାଗ କାର୍ଯ୍ୟାଳୟ ପରିସରରେ ରଖାଯାଇଛି  । ସୂଚନାଯୋଗ୍ୟ ଗତ  ଜୁନ ମାସ ୨ ତାରିଖରେ ଏହି ପୋଲ ଉପରେ ବନବିଭାଗ ଦ୍ୱାରା ଏକ ହାଇୱା ଧରାଯାଇଥିଲା  । ଶୁକ୍ରବାର ଧରାଯାଇଥିବା ଗାଡି ଗୁଡିକ ମଧ୍ୟରେ ରହିଛି ୩୧ ବର୍ଷ ପୂର୍ବରୁ କିଣାଯାଇଥିବା ଟ୍ରକ ଯାହାର ଫିଟନେସ ରୋଡଟ୍ୟାକ୍ସ ଠିକଥିବା ବେଳେ ଅନ୍ୟ ଦୁଇଟି ଟ୍ରକ ୧୫ବର୍ଷ ଓ ୧୧ବର୍ଷର ବୋଲିଜଣାପଡିଛି  । ଓଆର ୦୯ ଏଫ ୮୫୩୭, ଓଆର ୧୯ ଏଫ ୭୭୮୫ ଓଆର ୟ୍ୟ୩୫୮୫ ଗାଡି ଗୁଡିକ ବନ ବିଭାଗ ର ରେଜ୍ଞ କାର୍ଯ୍ୟାଳୟରେ ରଖାଯାଇଛି  । ଖାଲି ଶୁକ୍ରବାର ଦିନ ନୁହେଁ ସବୁଦିନ ୫୦ରୁ ଏର୍ଦ୍ଦ ଟ୍ରକ ଏହି ପୋଲ ଦେଇ ପାର ହେଉଛି  । ସବୁ ଗାଡି ଗୁଡିକୁ ପାର କରିବା ପାଇଁ ଗାଡି ଆଗରେ ବାହୁବଳୀମାନେ ପାଇଲଟିଙ୍ଗି କରୁଥିବା ଦେଖାଦେଇଛି  ।

ପାଇଲଟିଙ୍ଗିକରୁଥିବା ଯୁବକ ମାନେ ସ୍ଥାନୀୟ ସ୍ତରର ହୋଇଥିବାରୁ  ସ୍ଥାନୀୟ ଜନତା ପ୍ରତିବାଦ କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି  । ଭରସା କରିଛନ୍ତି ପୋଲିସ ବାହିନୀ ଉପରେ  । କିନ୍ତୁ ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜୁଛି  । ଖବର ଦେଇଥିବା ବ୍ୟକ୍ତିଙ୍କୁ ଠେଲିଦେଉଛି ମରଣ ମୁହଁକୁ  । ଫଳରେ ଭରସି ପାରୁନାହାନ୍ତି ରକ୍ଷକଙ୍କ ଉପରେ  । ଖଣିମନ୍ତ୍ରୀଙ୍କ ଜିଲ୍ଲାରେ ହେଉଥିବା ଚୋରା ଚାଲଣକୁ କିଭଳି ରୋକାଯାଇପାରିବ  ।  ଭୁବନ ବ୍ଲକର ଅଳଁଝରୀ ଠାରେ ହେଉଥିଲା  ପଥର ଖଣି   । ରାଜନୈତକ ପଶାପାଲି ମଧ୍ୟରେ ଅଳଁଝରୀର ପଥର ଖାଦାନ ବନ୍ଦ ହୋଇଯାଇଛି  । ଭୁବନ ଅଚଂଳବାସୀ ଗଁଦିଆ ଅଚଂଳରୁ ପଥର ଆଣୁଛନ୍ତି  । ଚଢାଦରରେ ଭୁବନ ବାସୀ କିଣୁଛନ୍ତି ପଥର  । ଜିଲ୍ଲାରେ ଚାଲିଥିବା ଚୋରା ଚାଲାଣ ରୋକିଯିବାକୁ ଜିଲ୍ଲାର  ମନ୍ତ୍ରୀ ବିଧାୟକ  ଧ୍ୟାନ ଦିଅନ୍ତୁ  । ରାଜନୈତିକ ଚାପରେ କାହାର ଜୀବିକା ବନ୍ଦ ନକରାଯାଉ  ବୋଲି ସାଧାରଣରେ ଦାବି ହେଉଛି  ।

 

Leave A Reply