Odisha news

ଫିରୋଜାବାଦକୁ କଣ ପାଇଁ କୁହାଯାଏ “ସଧବାଙ୍କ ନଗରୀ” : ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଭାରତର ବିଭିନ୍ନ ସ୍ଥାନ ନିଜସ୍ୱ କିଛି ମହତ୍ଵକୁ ନେଇ ପ୍ରସିଦ୍ଧ ଅଟେ l ସେଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଉତ୍ତରପ୍ରଦେଶର ଫିରୋଜାବାଦ,ଯାହାକୁ ସଧବା ନାରୀ ମାନଙ୍କର ନଗରୀ ବୋଲି କୁହାଯାଏ ଥାଏ l ମୋଗଲ ଶାସନ ସମୟରୁ ଏହି ସହରର ଚୁଡ଼ି ବିଶ୍ୱ ପ୍ରସିଦ୍ଧ ଅଟେ l ଏହି ସହରର ଚୁଡ଼ି ବିଦେଶୀ ମାନେ ମଧ୍ୟ ଅନେକ ମାତ୍ରାରେ ପସନ୍ଦ କରି ଥାନ୍ତି l ଆରମ୍ଭରୁ ଫିରୋଜାବାଦରେ ପାଖାପାଖି ୨୦୦ ବର୍ଷ ପୂର୍ବରୁ ଚୁଡ଼ି ବ୍ୟବସାୟ ହୋଇ ଆସୁଛି ଓ ସେମାନଙ୍କର ଜୀବନ ଜାପାନ ଏହା ସହିତ ଯୋଡି ହୋଇଛି l ଏଠାରେ ଆଜି ମଧ୍ୟ ଚୁଡ଼ିକୁ ପୁରୁଣା କାଳ ଭାବରେ ହାତରେ ତିଆରି କରାଯାଉଛି ଓ ରଙ୍ଗ ବେରଙ୍ଗର ରଙ୍ଗ ସଜା ଯାଉଛି l

ବିଶେଷକରି ଫିରୋଜବାଦ କାଚ ତିଆରି ଜିନିଷ ପାଇଁ ପ୍ରସିଦ୍ଧ ଅଟେ l ଫିରୋଜବାଦର ନାମ ୧୫୬୬ ରେ ଆକବରଙ୍କ ଶାସନ ସମୟରୁ ଦିଆ ଯାଇଥିଲା l ଏହା ପୂର୍ବରୁ ତାର ନାମ ଚନ୍ଦବାର ନଗର ଥିଲା l ଯମୁନା ନଦୀ କୂଳରେ ଏହି ଜଗତି ଅବସ୍ଥିତ l ଏଠାରେ ଅଧିକାଂଶ ମୁସଲମାନ ଚୁଡ଼ି ବ୍ୟବସାୟ କରି ଥାନ୍ତି ,ଏହାର ବିଶେଷ୍ୟତ ଯାହାକି ହିନ୍ଦୁ ମାନେ ଅତି ସମ୍ମାନ ଜଣାଇ ସେମାନଙ୍କ ପାଖରୁ ଚୁଡ଼ି କିଣିଥାନ୍ତି l ଏଠାରେ ହିନ୍ଦୁ ପରିବାରରେ କୌଣସି ବିବାହ କାର୍ଯ୍ୟ ହେଲେ ପ୍ରଥମେ ମୁସଲମାନ ମାନେ ସେଠାରେ ଚୁଡ଼ି ନେଇ ପହଂଚିଥାନ୍ତି l

ଅଧିକାଂଶ ଲୋକଙ୍କର ଧାରଣା ରହିଛି ସେମାନଙ୍କ ପାଖରୁ ଝିଅ ବୋହୁ ମାନେ ଚୁଡ଼ି ପିନ୍ଧିବା ଦ୍ୱାରା ଅହିସୁଲକ୍ଷଣୀ ହୋଇଥାନ୍ତି ଓ ତାଙ୍କ ଆଶୀର୍ବାଦରୁ ଭଲରେ ଜୀବନ ଜାପାନ କରି ଥାନ୍ତି l ଅଜିମଧ୍ୟ ଭାରତରେ ଏଭଳି ଅନେକ ସ୍ଥାନ ରହିଛି ଯେଉଁଠି ହିନ୍ଦୁ ମାନଙ୍କ ବିବାହ କାର୍ଯ୍ୟରେ ମୁସଲମାନ ମାନଙ୍କର ହାତ ତିଆରି ଚୁଡ଼ି ଓ ଓଢ଼ଣୀର ବିଶେଷ ମହତ୍ୱ ରହିଛି l ଏହି ସବୁ କାରଣରୁ ଫିରୋଜାବାଦକୁ ସଧବା ମାନଙ୍କର ନଗରୀ କୁହାଯାଇଥାଏ l

Nalco

Comments are closed.