Odisha news

ଫ୍ୟାଟି ଲିଭର ସମସ୍ୟା ଠିକ କରିବା ପାଇଁ ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

0

ଲିଭର ଆମ ଶରୀରର ସବୁଠୁ ମହତ୍ୱପୂର୍ଣ୍ଣ ଅଙ୍ଗ l ଲିଭର ପ୍ରାୟ ୧୦୦ ଟି ରୁ ଅଧିକ କାର୍ଯ୍ୟ କରିଥାଏ l ବିଶେଷ ଭାବରେ ଖାଦ୍ୟ ହଜମ କରିବା, ଶରୀରକୁ ଶକ୍ତି ପ୍ରଦାନ କରିବା, ଶରୀରରେ ଥିବା ବିଷାକ୍ତ ପଦାର୍ଥ କୁ ବାହାର କରିବା, ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ଦେଇଥାଏ l ଏପରି ସ୍ଥିତିରେ ଲିଭର ରେ ଯନ୍ତ୍ରଣା, ଇନଫେକ୍ସନ କିମ୍ବା ଅନ୍ୟ କୌଣସି ରୋଗ ଥିଲେ ତାର ତୁରନ୍ତ ଉପଚାର କରିବା ଆବଶ୍ୟକ , ନଚେତ ଏହା ଆମ ଶରୀର ପକ୍ଷରେ ବିପଦ ପୁର୍ଣ ହୋଇପାରେ l ଏହି ସମସ୍ୟା ସାଧାରଣତଃ କୋଷ୍ଠ କାଠିନ୍ୟ ସମସ୍ୟା ଯୋଗୁଁ, ନକଲି ଔଷଧ ସେବନ, ଆଣ୍ଟି ବାୟୋଟିକ ଔଷଧ ଅଧିକ ସେବନ, ତେଲ ମସଲା ଅଧିକ ଖାଇବା, ଅଧିକ ମାତ୍ରାରେ ଧୂମ୍ର ପାନ ଓ ମଦ୍ୟ ପାନ କାରଣରୁ ଲିଭର ଫୁଲି ଥାଏ ଅର୍ଥାତ ଫ୍ୟାଟି ଲିଭର ସମସ୍ୟା ଦେଖା ଯାଇଥାଏ l

– କଫି ସେବନ କରନ୍ତୁ :
କଫି ଲିଭର ସମସ୍ୟା ପାଇଁ ଖୁବ ହିତକର l ଏଥିରେ କ୍ଲୋରୋଜେନିକ ଏସିଡ ରହିଥାଏ , ଯାହା ଲିଭର ଫୁଲିବା ସମସ୍ୟା କୁ ଠିକ କରିଥାଏ l ଯଦି ଲିଭର ଫାଇବ୍ରୋଶିଶ ସମସ୍ୟା ରହୁଛି ଏହାକୁ ମଧ୍ୟ ଠିକ କରିଥାଏ l

– ହର୍ବାଲ ଟି :
ଗ୍ରୀନ ଟି ରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି l ଏହା ଲିଭର ସମସ୍ୟା ପାଇଁ ଖୁବ ହିତକର l ତେଣୁ ଯଦି ଫ୍ୟାଟି ଲିଭର ସମସ୍ୟା ରହୁଛି ତେବେ ଗ୍ରୀନ ଟି କିମ୍ବା ହର୍ବାଲ ଟି ପିଇବା ଆବଶ୍ୟକ l

– ଜିରା ପାଣି :
ଜିରା ଆମର ଶରୀର ପକ୍ଷରେ ଖୁବ ଉପଯୋଗୀ l ପେଟର ସମସ୍ତ ସମସ୍ୟାକୁ ଜିରା ଠିକ କରିଥାଏ l ତେଣୁ ଫ୍ୟାଟି ଲିଭର ପାଇଁ ନିୟମିତ ଜିରାକୁ ଫୁଟାଇ ତାକୁ ଛାଣି ସେହି ପାଣି କୁ ସେବନ କରନ୍ତୁ l

– ହଳଦୀ ସେବନ :
ହଳଦୀ ରେ ଶରୀରରୁ ବିଷାକ୍ତ ପଦାର୍ଥ କୁ ବାହାର କରିବାର ଗୁଣ ରହିଛି l ହଳଦୀ ଶରୀରକୁ ଡିଟକ୍ସିଫାଏ କରିଥାଏ l ଫ୍ୟାଟି ଲିଭର ସମସ୍ୟା ରେ ହଳଦୀ ବ୍ୟବହାର ଖୁବ ଲାଭ ଦାୟକ l

– ଅଖରୋଟ ସେବନ ହିତକର :
ଅଖରୋଟ ରେ ଓ଼ମେଗା 3 ଫ୍ୟାଟି ଏସିଡ ରହିଛି l ଏହା ଅନେକ ଗମ୍ଭୀର ରୋଗରୁ ଶରୀରକୁ ରକ୍ଷା କରିଥାଏ l ଶରୀରରେ ରକ୍ତର ପ୍ରବାହ କୁ ଠିକ ରଖିଥାଏ l ଫ୍ୟାଟି ଲିଭର ସମସ୍ୟା ପାଇଁ ନିୟମିତ ଅଖରୋଟ ଖାଇବା ହିତକର l

Leave A Reply