Odisha news

କଣ ଫ୍ୟାଟି ଲିଭର ହାର୍ଟ ଆଟାକର କାରଣ ? ଆସନ୍ତୁ ଜାଣିବା କଣ କହୁଛି ରିସର୍ଚ୍ଚ

0

ବର୍ତମାନ ଦ୍ରୁତ ଗତିରେ ହାର୍ଟ ଆଟାକ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ହେଉଛି, ଏଥିପାଇଁ ନିର୍ଦ୍ଧିଷ୍ଟ ବୟସ ସୀମା କିଛି ରହୁନାହିଁ l ପ୍ରତ୍ୟେକ ଆୟୁ ବର୍ଗର ଲୋକେ ଆଜିର ଦିନରେ ହାର୍ଟ ଆଟାକ ରେ ପ୍ରଭାବିତ ହେଉଛନ୍ତି l ନିକଟରେ ହିନ୍ଦୀ ସିରିଏଲ ର ଟିଭି ଆକ୍ଟର ମହସୀନ ଖାଁ ମାତ୍ର ୩୫ ବର୍ଷ ଅୟୁରେ ହାର୍ଟ ଆଟାକ  ଦ୍ୱାରା ପ୍ରଭାବିତ ହୋଇଥିଲେ l ଏହାର କାରଣ ଫ୍ୟାଟି ଲିଭର ସମସ୍ୟା ବୋଲି କୁହାଯାଇ ଥିଲା l ଯାହାକୁ ନେଇ ନିକଟରେ ଗୋଟିଏ ଅଧ୍ୟୟନ ଫ୍ୟାଟି ଲିଭର କୁ ନେଇ ହୋଇଥିଲା l ଏବଂ ଏହି ଅଧୟନ ରେ ବିଶେଷଜ୍ଞ କିଛିଟା ନିର୍ଦ୍ଧିଷ୍ଟ କାରଣ ଦର୍ଶାଇଛନ୍ତି l

* ଫ୍ୟାଟି ଲିଭର ଦ୍ୱାରା ହାର୍ଟ   କିପରି ପ୍ରଭାବିତ ହୋଇଥାଏ –
– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଫ୍ୟାଟି ଲିଭର ସମସ୍ୟା ବିଶେଷ ଭାବରେ ମଦ୍ୟ ପାନ କାରଣରୁ ହୋଇଥାଏ, ଏହାଛଡା ଖାଦ୍ୟପେୟ ର ପ୍ରଭାବ ମଧ୍ୟ ଲିଭର ଉପରେ ପଡିଥାଏ l ଆମ ଜୀବନ ଶୈଳୀ ମଧ୍ୟ ଫ୍ୟାଟି ଲିଭର ର କାରଣ ମଧ୍ୟ ଅଟେ l ଏହିସବୁ କାରଣରୁ ଲିଭର ରେ ଫ୍ୟାଟ ସମସ୍ୟା ବୃଦ୍ଧି ହୋଇଥାଏ ଏବଂ ଏହାର ପ୍ରଭାବ ହାର୍ଟ ଉପରେ ପଡିଥାଏ l

– ଯେତେବେଳେ ଲିଭର ରେ ଫ୍ୟାଟ ଜମିଥାଏ ଶରୀର ରେ ଇନ୍ସୁଲିନ ପ୍ରସ୍ତୁତ ହେବାରେ ଅସୁବିଧା ହୋଇଥାଏ l ଏହି କାରଣରୁ ଲିଭର ଫୁଲିବା ସହିତ ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥାଏ , ଏହି କାରଣରୁ ଆମେ ଅନେକ ପ୍ରକାର ରୋଗରେ ମଧ୍ୟ ପୀଡିତ ହୋଇଥାଉ l ଯେପରିକି ହାଇ ବିପି, ହାର୍ଟ ସମ୍ବନ୍ଧିତ ରୋଗ ଇତ୍ୟାଦି l ବିଶେଷ ଭାବରେ ଆମର ଖରାପ ଜୀବନଶୈଳୀ ଅଧିକ ଏହି ସମସ୍ୟାକୁ ବୃଦ୍ଧି କରିଥାଏ l

– ଏହାଛଡା ଯେଉଁ ବ୍ୟକ୍ତିମାନେ ଅଧିକ ଆମିଷ ଖାଦ୍ୟ, ତୈଳ ଯୁକ୍ତ ଖାଦ୍ୟ, ନିଦ୍ରା ହୀନତା ସମସ୍ୟା ଏବଂ କୌଣସି ଶାରୀରିକ ଗତି କରି ନଥାଏ ଏଭଳି ବ୍ୟକ୍ତି ଫ୍ୟାଟି ଲିଭର ସହିତ ହାର୍ଟ ର ସମସ୍ୟା ଦେଖାଯାଇ ଥାଏ l

– ଏହାଛଡା ଯେଉଁ ବ୍ୟକ୍ତିମାନେ ଦୀର୍ଘ ସମୟ ଧରି ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ବସି ରହି କାର୍ଯ୍ୟ କରି ଥାଆନ୍ତି, ସେମାନେ ଅଧିକ ଏହି ସମସ୍ୟା ରେ ପୀଡିତ ହୋଇ ଥାଆନ୍ତି l ତେଣୁ ଶାରୀରିକ ଗତିବିଧି ସହିତ ସନ୍ତୁଳିତ ଭୋଜନ , ଉଚିତ ମାତ୍ରା ର ନିଦ୍ରା ର ଆବଶ୍ୟକତା ରହିଛି l

Leave A Reply