Odisha news

ଜାତୀୟ କୃଷି ବିଲ୍-୨୦୨୦

0

ଡାକ୍ତର ସୁରନେ୍ଦ୍ର ନାଥ ଦାଶ : ନିକଟ ଅତୀତରେ ଦେଶର ରାଜ୍ୟ ସଭାରେ କେନ୍ଦ୍ର କୃଷିମନ୍ତ୍ରି ନରେନ୍ଦ୍ର ସିଂ ତୋମାର ଆଗତ କରିଥିବା ତିନୋଟି ଜାତୀୟ କୃଷି ବିଲ ଗତ ଗୁରୁବାର ଦିନ ରାଜ୍ୟ ସଭାରେ ବାଚନିକ ଭୋଟରେ ଗୃହିତ ହେଲା ପରେ ସ୍ୱୀକୃତି ଲାଭ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ପାଖକୁ ପଠାଇ ଦିଆଯାଇଛି । ତାଙ୍କ ଦସ୍ତଖତ ପରେ ତାହା ଆଇନରେ ପରିଣତ ହୋଇ ସାରା ଦେଶରେ କାର୍ଯ୍ୟକାରି ହେବ । ଏହି ନୂତନ ଆଇନକୁ ଦେଶର ବିଭିନ୍ନ ଦଳ ଓ ସଂଗଥନ ବିରୋଧ କରୁଛନ୍ତି । ରଜ୍ୟ ସଭାରେ ବିରୋଧିଦଲ ମାନେ ହଙ୍ଗାମା କରି ବିଲକୁ ଏକ ସ୍ୱତନ୍ତ୍ର ରିଭୁ୍ୟ କମିଟି କୁ ପଠାଇବା ପାଇଁ ଦାବି କରିଛନ୍ତ । ିବିଲ ଗୃହିତ ହେଲା ପରେ ବିଜେପି ର ସହେଯାଗୀ ପଞ୍ଜାବର ସିରୋମଣି ଅକାଳୀ ଦଳର ସଭ୍ୟା ହରସିମତ କାଉର କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ରୁ ଇସ୍ତଫା ଦେଇଛନ୍ତି ।

ସାରା ପଞ୍ଜାବ ଓ ହରିଆନାରେ କୃଷକ ମାନେ ବିକ୍ଷୋଭ ଓ ରାସ୍ତା ରୋକ କରିଛନ୍ତି । କଂଗ୍ରେସ ଦଳ ଏହାକୁ ଏକ କଳା ଆଇନ ଓ କୃଷକ ମାନଙ୍କୁ ମିଲମାଲିକ ଓ ଶିଳ୍ପପତିଙ୍କ ହାତରେ ଟେକି ଦିଆଗଲା ବୋଲି ଅଭିଯୋଗ କରିଛି । କୃଷି ରାଜ୍ୟ ତାଲିକା ଅନ୍ତର୍ଭୁକ୍ତ । ଏ ଆଇନ କେନ୍ଦ୍ର ସରକାରଙ୍କ ରାଜ୍ୟର କ୍ଷମତାରେ ଅନୁପ୍ରବେଶ କରିଛି ବୋଲି ବିରୋଧି ମାନେ ଅଭିଯୋଗ କରିଛନ୍ତି ।

ବିଜେପି ଏହାକୁ ଏକ ନୁଆ ଯୁଗର ପ୍ରବର୍ତନ ବୋଲି ଦାବି କରିଛି । କଂଗ୍ରେସ ଦଳମଣ୍ଡି ମାଧ୍ୟମରେ ଦୁର୍ନିତି ଦ୍ୱାରା ଅଜସ୍ର ଅର୍ଥ ହରିଲୁଟ କରୁଥିଲା ବୋଲି ବିଜେପି ଅଭିଯୋଗ କରିଛି ।

ଫାର୍ମ ବିଲ କଅଣ: ପ୍ରତି ଦଶ ବର୍ଷରେ କେନ୍ଦ୍ର ସରକାର ଏକ ନୁତନ କୃଷି ନିତୀର ପ୍ରଚଳନ ପାଇଁ ଆଇନର ସଂସ୍କାର କରନ୍ତି । ମାଗଣା ବା ଟଙ୍କା କିଆ ଚାଉଳ ବଂଟନ,ଅତ୍ୟବଶ୍ୟକିୟ ଦ୍ରବ ଆଇନ. ସର୍ବନିମ୍ନ ଶସ୍ୟ ମୁଲ୍ୟ ନିର୍ଦ୍ଧାରଣ, ସହାୟକ ରାଶି ବା ଇନପୁଟ ସବସିଡ ପ୍ରଦାନ, ଶସ୍ୟ ବୀମା, ଖାଦ୍ୟ ନିରାପତା ବ୍ୟବସ୍ଥା ଭଳି ଆଇନ ୨୦୦୯ ଓ୨୦୧୪ ମସିହା କୃଷି ଆଇନରେ କରା ଯାଇଛି ।

ସାରା ଦେଶରେ ମଣ୍ଡି ବ୍ୟବସ୍ଥା କରା ଯାଇଛି ଓ ସରକାରୀ ନିୟନ୍ତ୍ରଣରେ ମଣ୍ଡିରେ କିଣାବିକା ହେଉଛି ବର୍ତମାନ ତିନୋଟି କୃଷି ସଂସ୍କାର ବିଲ ଅଣା ଯାଇଛି । ସେଗୁଡିକ ହେଲା:1.Farmers Produce Trade and Commerce Bill-2020. 2.Farmers Empowerment and Protection, Agreement on price assurance Bill-2020. 3.The essential Commodity Ammendment Bill-2020. ବର୍ତମାନ ଆସିଥିବା କୃଷିବିଲ ରେ ତିନୋଟି ଧାରାରୁ ପ୍ରଥମ ବିଲ(ମାର୍କେଟିଙ୍ଗ ବିଲ) ଟି କୃଷକ ମାନଙ୍କର ବିପଣି ସଂମ୍ବନ୍ଧରେ । ବର୍ତମାନ ମଣ୍ଡି ମାନଙ୍କ ମାଧ୍ୟମରେ ସରକାରୀ ଏ ପି.ଏମସ.(ଇଚଗଉ) ମାଧ୍ୟମରେ କିଣାବିକା ହେଉଛି । ଏକ ସର୍ବନିମ୍ନ ସହାୟକ ମୁଲ୍ୟ ନିର୍ଦ୍ଧାରିତ ହୋଇଛି । ଇଲେକ୍ରୋ୍ଟନିକ ମଣ୍ଡି ବ୍ୟବସ୍ଥା ହୋଇଛି । ନୁତନ ବ୍ୟବସ୍ଥାରେ କୃଷକ ତାର କୃଷି ଜାତ ଦ୍ରବ୍ୟ କୁ ଯେକୌଣସି ସ୍ଥାନରେ ତାର ମନମୁତାବକ ସଂସ୍ଥା ବା ବ୍ୟକ୍ତି କୁ ବିକିବାର ସ୍ୱାଧୀନତା ପାଇଲା ।

ମଣ୍ଡି କୁ ନେବା ବାଧ୍ୟତା ମୁଳକ ନୁହେଁ । ସେ ଚାହିଁଲେ ମଣ୍ଡିି କୁ ନଜାଇ ନିଜ ଗେଟ ପାଖରେ ବିକି ପାରିବାର ଅଧିକାର ପାଇଛି । ସରକାରଙ୍କ କହିବା କଥା ମଣ୍ଡିରେ ଦଲାଲ,ଏଜେଂଟ ମାନେ ଚାଷି ଙ୍କୁ ଶୋଷଣ କରୁଥିଲେ । ରାଜ୍ୟ ସରକାର ତାଠାରୁ ଟିକସ ନେଉଥିଲେ । ପରିବହନ ଖର୍ଚ୍ଚ, ଦିନଦିନ ଧରି ମଣ୍ଡିରେ ପଡି ରହିବା,ବିକ୍ରୟ ଅର୍ଥକୁ ପାଇବାରେ ଅହେତୁକ ବିଳମ୍ବ ହଉଥିଲା । ଦଲାଲ ମାନେ ନିଜ ଫିସ ନେଉଥିଲେ । ବିଭିନ୍ନ ସରକାରୀ ସଂସ୍ଥା ମଧ୍ୟରେ ସମନ୍ୱୟ ରହୁନଥିଲା । ବାରମ୍ବାର ଧାଇଁ ବାକୁ ପଡୁଥିଲା ।

ଅସାଧୂୁ ଯୋଗାଣ କର୍ମଚାରୀ ମାନେ ସବସିଡ କୁ ଆତ୍ମସାତ କରୁଥିଲେ । ନୂଆ ବିଲରେ ଉତ୍ପାଦିତ ଶସ୍ୟକୁ ନିଜ ମନ ମୁତାବକ ବିକି ଚାଷି ଲାଭ ଓ ସ୍ୱାଧିନତା ପାଇଳା । ଏହାର ବିରୁଦ୍ଧରେ ପଞ୍ଜାବ, ହରିଆନା, ୟୁପି ଯେଉଁଠି ମଣ୍ଡି ବ୍ୟବସ୍ଥା ଦୃଢ, ସେଠାରେ ପ୍ରତିବାଦ ହେଉଛି । କୁହାଯାଉଛି ଯେ, ମଣ୍ଡି ଉଛେଦ ଦ୍ୱାରା ଚାଷି ବ୍ୟବସାୟୀ ଙ୍କ ଦ୍ୱାରା ଶୋଷିତ ହେବ । ସର୍ବନିମ୍ନ ଦରର ସୁରକ୍ଷା ଓ ଇନପୁଟ, ସବସିଡ ପାଇବ ନାହିଁ । ରାଜ୍ୟ ସରକାର ତାଙ୍କ ଟିକସ ହରାଇବେ ।

ଦ୍ୱିତୀୟ ବିଲ(ଚୁକ୍ତି ବା ଆଗ୍ରିମେଂଟ) ଟି କୃଷକ ମାନେ ନିଜ ବିପଣି ର ବିକ୍ରୟ ପାଇଁ ବଡବଡ ବ୍ୟବସାୟୀ ଙ୍କ ସହ ସିଧା ଚୁକ୍ତି କରି ନିଜର ଦ୍ରବ୍ୟର ମୁ୍ରୁଲ୍ୟ ସ୍ଥିର କରି ପାରିବେ । ନିବେଶକ ମାନେ ପ୍ରତିଯୋଗିତା କରି ଚାଷି ମାନଙ୍କର ବିଶ୍ୱାସ ଭାଜନ ହେବାକୁ ପ୍ରୟାସ କରିବେ । ଚାଷିଙ୍କ ସୁବିଧା ପାଇଁଶୀତଳ ଭଣ୍ଡାର, ମାର୍କେଟମ୍ପ୍ଲେସ ମାନ ତିଆରି କରିବେ । ଚାଷି ମାନଙ୍କୁ ଉନ୍ନତ ମାନର ଜ୍ଞାନ କୈøଶଳ ଯୋଗାଇ ଦେବେ । ଜଳ ସେଚନ ପାଇଁ ଅର୍ଥ ଲଗାଇବେ । ଅର୍ଥକାରୀ ଫସଲ,ଫଳ ଉତ୍ପାଦନ ଦିଗରେ ଧ୍ୟାନ ଦେବେ । ନୁତନ ପ୍ରଣାଳୀର ଚାଷ ପାଇଁ ପ୍ରଚୁର ଅର୍ଥ ଦରକାର ହେଉଥିବାରୁ ସାଧାରଣ ଚାଷି ତାହା କରିପାରୁ ନାହାନ୍ତି । ନାମମାତ୍ର ଚାଷି ମାନେ ଅନ୍ୟ ମାନଙ୍କ ସହ ମିଶି ଚୁକ୍ତି ଭିତିକ ଚାଷ ପାଇଁ ନିଜ ଜମିକୁ ଦେଇପାରିବେ ।ଏହି ଚୁକ୍ତି ସର୍ବନିମ୍ନ ଏକ ଓ ସର୍ବୋଚ୍ଚ୫ ବର୍ଷ ରହିପାରିବ ।

ଏହା ବିରୁଦ୍ଧରେ କୁହା ଯାଉଛି, ଯେ ଚାଷି ମାନେ ବଡବଡ କମ୍ପାନୀଙ୍କ ସହ ଦୁର୍ବଳ ସହଯୋଗୀ ହୋଇପଡିବେ । ନିଜର ଅର୍ଥ ବଳରେ କମ୍ପାନୀ ମାନେ ନିଜହାତକୁ ଚାଷ ନେଇଯିବେ । ଶେଷକୁ ଚାଷଜମି ମଧ୍ୟ ତାଙ୍କ ହାତକୁ ଚାଲିଯିବ । ଚାଷି ତାର ଶେଷ ସମ୍ବଳ ହରାଇବ । ତୃତିୟ ବିଲଟି ହେଉଛି ଅତ୍ୟାବଶ୍ୟକିୟ ଦ୍ରବ୍ୟ ଆଇନ ୧୯୫୫ ର ସଂଶୋଧନ ।ଏହି ଆଇନର ଦୁରୁପୋଯୋଗ ବିଷୟରେ କହିବା ନିଷ୍ପ୍ରୟୋ ଜନ । ଏହି ଆଇନ ବଳରେ ଯୋଗାଣ ବାବୁ ମାନେ ବ୍ୟବସାୟୀକୁ ଡରାଇ ବଟି ନିଅନ୍ତି । ଜେଲ ପଠାଇବାକୁ ଡରାନ୍ତି । ଅବାଧ ଯୋଗାଣରେ ବାଧା ଦିଅନ୍ତି । ଅନ୍ୟ ପ୍ରଦେଶରେ ଉଚ୍ଚା ଦର ଥିଲେ ମଧ୍ୟ ଚାଷି ନିଜ ଶସ୍ୟ ସେଠାକୁ ପଠାଇ ପାରେ ନାହିଁ ।

କେତେ ଷ୍ଟକ ରଖି ପାରିବ ତାହାର ସୀମା ଥିଲା ଏହି ଆଇନ କୃତ୍ରିମ ଅଭାବ ସୃଷ୍ଟି ହୁଏ । ସମସ୍ତେଏହାର ଅପକାରିତା ଜାଣିଲେ ମଧ୍ୟ ନିଜର ସ୍ୱାର୍ଥ ପାଇଁ ଚାଷି ନିଜ ଶସ୍ୟ ସେଠାକୁ ପଠାଇ ପାରେ ନାହିଁ । କେତେ ଷ୍ଟକ ରଖି ପାରିବ ତାହାର ସୀମା ଥିଲା ଏହି ଆଇନ କୃତ୍ରିମ ଅଭାବ ସୃଷ୍ଟି ହୁଏ । ସମସ୍ତେଏହାର ଅପକାରିତା ଜାଣିଲେ ମଧ୍ୟ ନିଜର ସ୍ୱାର୍ଥ ପାଇଁ ଏହି କଳା ଆଇନ କୁ ବଂଚାଇ ରଖିଥିଲେ । ସରକାର ଧାନ ଚାଉଳ, ଗହମ, ତୈ÷ଳବିଜ, ମକା ବାଜରା ଭଳି ଶସ୍ୟ ଓ ତୈଳବିଜର ପରିବହନକୁ ସଂପୂର୍ଣ୍ଣ ନିୟନ୍ତ୍ରଣ ମୁକ୍ତ କରି ଏକ ବଡ କଳଙ୍କ ଦୂର କରିଛନ୍ତି । ଶସ୍ୟ ପରିବହନ ପାଇଁ କୌଣସି ସୀମା ବା ପ୍ରତିବନ୍ଧକ ରହିବ ନାହିଁ ।ଏହାର ବିରୁଦ୍ଧରେ କୁହାଯାଉଛି ବଡବଡ ବ୍ୟବସାୟୀ ମାନେ ଜିନିଷ ମାନ ଲୁଚାଇ କୁତ୍ରିମ ଅଭାବ ସୃଷ୍ଟି କରିବେ । ଅଭାବ ବେଳା ଦରବୃଦ୍ଧି ହେ, ଯାହା ପିଆଜ ଓ ତେଲ ରେ ହେଉଛି ।

କଥାରେ ଅଛି ଫଳେନ ପରିଚୟତେ । ଆଇନ କୁ ସମର୍ଥନ ବା ବିରୋଧ ଆମଦେଶ ରେ କୌଣସି ନିତୀକୁ ନେଇ ହୁଏନା । ନିଜ ଦଳର ସ୍ୱାର୍ଥ ଓ ବ୍ୟକ୍ତି ର ଲାଭ କ୍ଷତି ନେଇ ବିରୋଧ ବା ସମର୍ଥନ କରାଯାଏ । ଆମ ରାଜ୍ୟ ବିଜେଡି ଲୋକସଭାରେ ସମର୍ଥନ କରି ରାଜ୍ୟସଭାରେ ବିରୋଧ କଲା । ଆମ ଦେଶରେ ଲୋକଙ୍କ ମଙ୍ଗଳ ପାଇଁ ତିଆରି ହେଉଥିବା ଆଇନ ର ହିସାବ ନାହିଁ । କିନ୍ତୁ ସରକାରୀ ବାବୁ ମାନେ ଆଇନକୁ ନିଜର ଲାଭ ପାଇଁ ବ୍ୟବହାର କରୁଛନ୍ତି । ସେମାନଙ୍କ ଯୋଗୁ କୌଣସି ଯୋଜନା ସଫଳ ହେଉନି ।

ସେଥିପାଇଁ ରାଜିବ ଗାନ୍ଧି ଖେଦରେ କହିଥିଲେ, ଦିଲ୍ଲୀରୁ ଆସୁଥିବା ଏକ ଟଙ୍କା ରୁ ପନ୍ଦର ପଇସା ଲୋକଙ୍କ ପାଖରେ ପହଂଚୁଛି! ଏହା ମଧ୍ୟରେ ତାହା ଆହୁରି କମିଗଲାଣି । ପି ସି ଆମର ଶାସନର ପରମ୍ପରାରେ ପଡିଗଲାଣି । ନିଶ୍ଚିତ ରୋଜଗାର ଯୋଜନାରେ କାମ ମେସିନ କରୁଛି । ସମେସ୍ତ ଦେଖୁଛନ୍ତି । ତିଆରି ହୋଇଥିବା ସୁଲଭ ପାଇଖାନାରୁ କେତେଟା କାର୍ଯ୍ୟ କରୁଛି? ରାଷ୍ଟ୍ରାୟତ ଈଝଘଖ/ଝଇଓଖଏମାନଙ୍କ ଯୋଗୁ ବନ୍ଦ ହବା ଅବସ୍ଥା କୁ ଆସିଲାଣି । ତେଣୁ କାର୍ଯ୍ୟରେ ସଡଳ ହେଲେ ହି ଁ ଲୋକମାନେ ଲାଭବାନ ହେବେ । କେତେ ଆଶାକରି ବିମୁଦ୍ରା କରଣ କରାଗଲା । ଆଛା ଦିନ ଆସିବ ବୋଲି ଲୋକେ ଚାହିଁ ରହିଲେ । ମାତ୍ର ବାବୁ ମାନେ ସବୁ ଉଲଟ ପାଲଟ କଲେ । ସେରକ ପୁରିଲା, ମାଣକ ପୂରିଲା ହୋଇଗଲା । ଥିଲା ଯେତିକି ଡେରିଲା ସେତିକି, ଫକିର ମୋହନଙ୍କ ଭାଷାରେ ସାହୁ ପୁଅ ହାତ ଖାଲି । ଆମ ନେତା ଓଶିଳ୍ପପତି ମାନଙ୍କ ପାଖରେ ଆଦୌ କଳାଟଙ୍କା ନାହିଁ । ସବୁ କଳାଟଙ୍କା ଧଳା ହୋଇଗଲା ।

ଏହି ଆଇନ ଜୁନ ୫ ତାରିଖରେ ଅଧ୍ୟାଦେଶ ଆକାରରେ ଅଣାଗଲା । ମୌସିମି ଅଧିବେଶନରେ ଲୋକ ସଭାରେ ଗୃହିତ ହେଲା । ଗତ ଗୁରୁବାର ଦିନ ରାଜ୍ୟ ସଭାରେ ଗୃହିତ ହେଲାପରେ ଦେଶରେ ବିରୋଧର ସ୍ୱର ଶୁଣା ଯାଉଛି । ଏହା ମଣ୍ଡି ପ୍ରଥାର ଉଛେଦ କରିବ ନାହିଁ, କିନ୍ତୁ ତାହାକୁ ଘରୋଇ ବ୍ୟବସାୟୀ ମାନଙ୍କ ସହ ପ୍ରତିଯୋଗିତା କରିବାକୁ ପଡିବ । ସେହିପରି ସର୍ବନିମ୍ନ ଦର ବ୍ୟବସ୍ଥା ରହିବ । କୃଷି ଦ୍ରବ୍ୟର କଟକଣା ମୁକ୍ତ ହେଲେ ମଧ୍ୟ ଜରୁରି ଅବସ୍ଥାରେ ତାହାକୁ ସରକାର ପ୍ରୟୋଗ କରାଯାଇ ପାରିବ । କୃଷି ଭାରତର ୮୫ ଭାଗ ଲୋକଙ୍କର ଜୀବିକା । ଯଦି ଆଇନ ସଫଳ ହୁଏ ତାହାଲେ ମୋଦିଙ୍କ ଭାଷାରେ, ଭାରତରେ ନବ ଯୂଗ ଆରମ୍ଭ ହେବ ।

Leave A Reply