Odisha news

ବେଆଇନ ଭାବେ ଗଛ କାଟୁଥିବା ବେଳେ ଗଛରୁ ପଡି ଗଛ କଟାଳି ଗୁରୁତର : କ୍ଷତି ପୂରଣ ପାଇଁ ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ  ମିଳିଛି l ବେଆଇନ ଭାବେ ଗଛ କାଟୁଥିବା ବେଳେ ଅସାବଧାନତା ବଶତଃ ଗଛରୁ ପଡି ମନୋଜ ଡିଗାଲ ନାମକ ଜଣେ ଗଛ କଟାଳି  ଗୁରୁତର ହୋଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ,ବାଲିଗୁଡା-ବୁଡ଼ାଗୁଡା  ରାସ୍ତା ପାର୍ଶ୍ୱରେ ସରକାରୀ ଜମି ଉପରେ ଥିବା ଏକ ଗଛକୁ ନୁଆସାହିରେ ରହୁଥିବା  ଶିକ୍ଷକ ନନ୍ଦ କିଶୋର ପଣ୍ଡା ଜଣେ ଗଛ କଟାଳି ମନୋଜ ଡିଗାଲଙ୍କୁ ଡାକି ଗଛ କଟାଉଥିଲେ l
ଶୁଖିଲା ଗଛ ହୋଇଥିବାରୁ ଗଛ ଡାଳ ସହ କଟାଳି ଜଣକ ପ୍ରାୟ ଚାଳିଶ ଫୁଟ ଉଚ୍ଚରୁ ଖସି ପଡି ଗୁରୁତର ହୋଇଥିଲେ l ଗୁରୁତର ମନୋଜକୁ ଉଦ୍ଧାର କରି ପ୍ରଥମେ ବାଲିଗୁଡା ମେଡିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଥିଲା  ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେସଙ୍ଗେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି l
ଏନେଇ ଶିକ୍ଷକ ନନ୍ଦକିଶୋର ପଣ୍ଡାଙ୍କୁ ପଚାରିବାରୁ ସେ  କର୍ପୋରେସନର କର୍ମଚାରୀ ଗଛ କାଟୁଥିଲା ବୋଲି କହିଥିଲେ କିନ୍ତୁ ପରେ ଜଣା ପଡିଥିଲା ଯେ ସେ ନିଜ ଘରକୁ ଲାଗିରହିଥିବା ଏକ ସରକାରୀ ଜମିକୁ ଲାଗି ଘର ନିର୍ମାଣ କରିଥିଲେ, ସେଠାରୁ ଉକ୍ତ ଗଛକୁ ହଟାଇବାକୁ ବେଆଇନ ଭାବେ ଜଣକୁ ଡାକି  ଗଛ କଟାଉଥିବା ବେଳେ ଏଭ ଳି  ଦୁର୍ଘଟଣା ଘଟିଥିଲା l ତେବେ ଏନେଇ  ବାଲିଗୁଡା ରେଞ୍ଜର ଉଦିତ ପ୍ରଧାନଙ୍କୁ  ପଚାରିବାରୁ  ସେ କୌଣସି ଲୋକ ଗଛ କାଟିବା ଲାଗି ବିଭାଗ ପକ୍ଷରୁ  କୌଣସି ଅନୁମତି ଦିଆଯାଇନି କିମ୍ବା କୌଣସି ଲୋକ ଅନୁମତି ମାଗିବାକୁ ରେଞ୍ଜ  ଅଫିସ କୁ  ଆସିନଥିଲେ ବୋଲି କହିଛନ୍ତି l  ତେବେ ଏନେଇ ସେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି  କହିଛନ୍ତି l
ସେହିପରି ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବ ବୋଲି ଜଣାପଡିଛି l ହେଲେ ଆହତ  କାଠ କଟାଳି ମନୋଜ ଡିଗାଲ କୁ ଆବଶ୍ୟକ କ୍ଷତି ପୁରଣ  ଯୋଗାଇ  ଦେବା ଲାଗି ଦାବି କରିଛନ୍ତି ପରିବାର ଲୋକେ l ବେଆଇନ  ଭାବେ ସରକାରୀ  ଗଛ କାଟୁଥିବା  ଶିକ୍ଷକ ଙ୍କ  ବିରୁଦ୍ଧରେ ଦୃଢ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହି ବାସିନ୍ଦାଙ୍କ ତରଫରୁ ଦାବି ହେଉଛି l
IEC 2 years

Comments are closed.