ନୂଆଦିଲ୍ଲୀ : ପାକିସ୍ତାନରେ ମୁତୟନ ହୋଇଥିବା ଚୀନ ରାଜଦୂତଙ୍କ “ହ୍ୱିଜାଵ “ଅର୍ଥାତ ପରଦାକୁ ନେଇ କରାଯାଇଥିବା ଟ୍ୱିଟକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି l ପାକିସ୍ତାନର ଧାର୍ମିକ ସଂଗଠନ ସହିତ ସାଧାରଣ ନାଗରିକ ମଧ୍ୟ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି l ଜନସାଧାରଣ ଏହାକୁ ଇସ୍ଲାମ ଓ ହିଜାଵ ଉପରେ ଆକ୍ରମଣ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି l ଚୀନ ପୂର୍ବରୁ ସିନଜୀୟାଙ୍ଗ ଅଂଚଳରେ ମୁସଲମାନ ମାନଙ୍କ ଉପରେ ଅତ୍ୟାଚାର କରିଆସୁଛି l
କଣ ରହିଥିଲା ଘଟଣା : ଦୁଇଦିନ ପୂର୍ବରୁ ପାକିସ୍ତାନର ଚୀନ ଦୂତାବାସର କାଉନସେଲର ଓ ଡ଼ାଇରେକ୍ଟର ଜେଙ୍ଗ ହେକବିଙ୍ଗ ଚୀନର ମୁସ୍ଲିମ ବହୁଳ ରାଜ୍ୟ ସିନଜୀୟାଙ୍ଗର ଗୋଟିଏ ଝିଅର ନାଚ ଭିଡିଓକୁ ଟ୍ୱିଟ କରିଥିଲେ l ଯାହାର କ୍ୟାପ୍ସନରେ ସେ ଇଂଲିଶ ଓ ଚୀନ ଭାଷାରେ ଲେଖିଥିଲେ “ତମେ ହିଜାଵ ଉଠାଅ ,ମୁଁ ତମର ଆଖି ଦେଖିବି l “ସେ ଆଉ ଗୋଟିଏ ଟ୍ଵିଟରେ ଲେଖିଥିଲେ ଚୀନର ଅଧିକାଂଶ ଲୋକ ଏହି ଗୀତକୁ ଗାଇବାକୁ ଚାହୁଁଛନ୍ତି l
ଚୀନ ପୂର୍ବରୁ ମଧ୍ୟ ଉଇଗର ମୁସଲମାନଙ୍କ ଉପରେ ଅତ୍ୟାଚାର କରିଆସୁଛି l ପୁରୁଷ ମାନଙ୍କୁ ଓ ମହିଳା ମାନଙ୍କୁ ଜବରଦସ୍ତି ଧରି ପରିବାର ନିୟନ୍ତ୍ରଣ ଅସ୍ତ୍ର ପ୍ରଚାର କରି ଚାଲିଛି l ଏହାକୁ ମଧ୍ୟ ପାକିସ୍ତାନ ମୁକ ଭାବରେ ଦେଖି ଚାଲିଛି l କୌଣସି ମୁସ୍ଲିମ ରାଷ୍ଟ୍ର ମଧ୍ୟ ଏହାକୁ ନେଇ ପାଟି ଖୋଲୁନାହାନ୍ତି l ମିଳିଥିବା ସୂଚନା ଅନୁସାରେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ୪୧୫୦୦୦ ଉଇଗର ମୁସଲମାନଙ୍କୁ ବନ୍ଦୀ କରି ରଖା ଯାଇଥିଲା l
