ପ୍ରତ୍ୟେକ ମଣିଷ ଅଳ୍ପ ବହୁତେ ଭାବପ୍ରବଣ ଅଟନ୍ତି l ଯାହାକୁ ଆମେ ଇଂରାଜୀ ରେ ଇମୋସନାଲ କହିଥାଉ l କୁହାଯାଏ ଯେ ଯଦି ମଣିଷ ଜୀବନରେ ଇମୋସନ ନଥାଏ ତେବେ ସେ ଅନ୍ୟକୁ ବୁଝିପାରି ନଥାଏ l କିନ୍ତୁ ଏହି ଇମୋସନ ଅର୍ଥାତ ଭାବପ୍ରବଣତା ଅଧିକ ମାତ୍ରାରେ ହେଲେ ଶରୀର ପାଇଁ କ୍ଷତିକାରକ ଅଟେ, ଏହା ହୁଏତ ଆମେ ଜାଣି ନଥିବା l ଭାବପ୍ରବଣତା ମଣିଷ ମନର ବିଭିନ୍ନ ଭାବକୁ ପ୍ରକାଶ କରିଥାଏ l
ଯେପରିକି କ୍ରୋଧ,ଦୁଃଖ,ବ୍ୟସ୍ତ,ଚିନ୍ତା,ଭୟ ଇତ୍ୟାଦି, ଏହି ସ୍ଵଭାଵ ପ୍ରତିଟି ମଣିଷ ମଧ୍ୟରେ ରହିଥାଏ l ଏହା ସହିତ ପ୍ରତ୍ୟେକ ଭାବପ୍ରବଣ ଗୁଣ ଶରୀରର ଗୋଟିଏ ନିର୍ଦ୍ଧିଷ୍ଟ ଅଙ୍ଗ ପାଇଁ ମଧ୍ୟ କ୍ଷତିକାରକ ଅଟେ l ଆସନ୍ତୁ ଆଜି ଜାଣିବା କେଉଁ ଗୁଣ ଶରୀର ର କେଉଁ ଅଙ୍ଗକୁ ପ୍ରଭାବିତ କରୁଛି l
* କ୍ରୋଧ – କ୍ରୋଧ ଗୋଟିଏ ଏପରି ଭାବ ଯାହା ପ୍ରତିଟି ମଣିଷ ନିକଟରେ ଦେଖିବାକୁ ମିଳିଥାଏ l ଏହା ଏକ ଏପରି ଗୁଣ ଯାହା ଆମ ଭିତରେ ଦେଖାଦେବା ମାତ୍ରକେ ଆମେ ନିଜର ଆୟତ୍ତ ହରାଇ ଥାଉ l କିନ୍ତୁ କ୍ରୋଧ ସମୟରେ ଆମ ମସଲସ ଏତେ କାର୍ଯ୍ୟ କରିଥାଏ ଯେ ଏହା ଆମ ଯକୃତ ଉପରେ ପ୍ରଭାବ ପକାଇ ଥାଏ l ତେଣୁ କ୍ରୋଧ ଠାରୁ ଦୁରେଇ ରହିବା ଆବଶ୍ୟକ l
* ଦୁଃଖ – ଦୁଃଖ ସେତେବେଳେ ପ୍ରକାଶ ପାଇଥାଏ ଯେତେବେଳେ ଆମେ କୌଣସି କଷ୍ଟ କିମ୍ବା ଯନ୍ତ୍ରଣା ଅନୁଭବ କରିଥାଉ l ଦୁଃଖ କାରଣରୁ ଆମର କାନ୍ଦ ପ୍ରକଟ ହୋଇଥାଏ l ଆପଣ ହୁଏତ ଜାଣି ନଥିବେ ଦୁଃଖ ଆମ ଫୁସଫୁସ ଉପରେ ପ୍ରଭାବ ପକାଇ ଥାଏ l
* ବ୍ୟସ୍ତ – ଯେତେବେଳେ ଆମେ କୌଣସି ଅସୁବିଧାରେ ପଡିଥାଉ କିମ୍ବା କୌଣସି କଥାକୁ ନେଇ ଚିନ୍ତିତ ଥାଉ ସେତେବେଳେ ବ୍ୟସ୍ତ ଭାବ ପ୍ରକାଶ କରିଥାଉ l ବେଳେବେଳେ ଖୁବ ଛୋଟ ଛୋଟ କଥାରେ ମଧ୍ୟ ଆମେ ବ୍ୟସ୍ତ ହୋଇଯାଉ l ବ୍ୟସ୍ତ ଭାବ ଆମର ପାକସ୍ଥଳୀ ଉପରେ ପ୍ରଭାବ ପକାଇ ଥାଏ ଓ ଅନେକ ଅସୁବିଧାର ସମୁଖୀନ କରାଇ ଥାଏ l
* ଚିନ୍ତା – ଚିନ୍ତା କରିବା ସମସ୍ତଙ୍କ ର ସ୍ଵଭାଵ ଅଟେ l ଚିନ୍ତା ଆମେ ଏଥିପାଇଁ କରୁ କାହିଁକି ନା ଆମେ ଗୋଟିଏ ନିର୍ଦ୍ଧିଷ୍ଟ କଥାକୁ ନିଜ ମନ ମଧ୍ୟରେ ଅଧିକ ଭାବରେ ଭାବି ଥାଉ ଓ ଏହା ଆମ ଚିନ୍ତାର କାରଣ ହୋଇଥାଏ l ଅଧିକ ଚିନ୍ତା କରିବା ଦ୍ୱାରା ଆମର ହୃତପିଣ୍ଡ ଓ ମସ୍ତିଷ୍କ ଦୁର୍ବଳ ହୋଇଥାଏ l
* ଭୟ – ଭୟ ଭାବନା ମଣିଷ ମନ ଉପରେ ଏପରି ପ୍ରଭାବ ପକାଏ ଯାହାଦ୍ୱାରା ମଣିଷ କଥା କହିବାରେ ଭୟ,ଚାଲିବାରେ ଭୟ,ଏକୁଟିଆ ରହିବାରେ ଭୟ,କରିଥାଉ l ଏହିସବୁ ଭୟ ମଣିଷର କିଡ୍ନୀ ଉପରେ ପ୍ରଭାବ ପକାଇ ଥାଏ l