Odisha news

ଆସିକା ବନଖଣ୍ଡ ଅଧିନରୁ ଉଧ୍ଯାର ହେଲା ହାତୀ ଛୁଆର ଶବ

0
ଆସିକା : (ସୁଶାନ୍ତ କୁମାର ପଟ୍ଟନାୟକ) : ଗଞ୍ଜାମ ଜିଲ୍ଲା ଆସିକା ବନଖଣ୍ଡ ଅଧିନରେ ଥିବା ରତନେଇ ପାହାଡ଼ ଏକ ଧାନବିଲରୁ ଏକ ଦେଢମାସର ଛୁଆ ହାତୀର ମୃତ ଶରୀର ଉଧ୍ଯାର ହୋଇଛି। ଗତ ରାତିରେ ଖାଦ୍ୟ ଅନ୍ବେଷଣରେ ଆସିଥିବା ଏକ ହାତୀପଲରୁ ଛୁଆ ହାତୀଟି କାଦୁଅରେ ଫଶି ଯାଇ ଗୋଟିଏ ଅଣ୍ଡିରା ଛୁଆ ହାତୀ ମୃତ୍ୟୁ ବରଣ କରିଥିବା ଆସିକା ବନଖଣ୍ଡ ଅଧିକାରୀଙ୍କୁ ସୂଚନା ମିଳିଥିଲା।
ପୂର୍ବରୁ ଶେରଗଡ, ଧରାକୋଟ ଅଞ୍ଚଳରେ ହାତୀପଲ ବହୁଥର ଖାଦ୍ୟ ଅନ୍ବେଷଣରେ ଆସି ଧାନ ଫସଲରେ ଉପଦ୍ରବ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଘଟଣା ସ୍ଥଳରେ ଆସିକା ବନଖଣ୍ଡ ଅଧିକାରୀ ପହଂଚି ହାତୀଛୁଆର ମୃତଦେହକୁ ଉଦ୍ଧାର କରିବା ସହିତ ମୃତ ଛୁଆ ହାତୀର ଶବକୁ ବ୍ୟବଛେଦ ନିମନ୍ତେ ପଠାଇ ଦିଆଯାଇଛି।
Leave A Reply