ବିହାର ନିର୍ବାଚନରେ ମହାଗଠବନ୍ଧନ ମଧ୍ୟରେ ସିଟ ଭାଗବାଣ୍ଟା କୁ ନେଇ କୌଣସି ସ୍ଥିତି ହୋଇପାରୁନାହିଁ, ପାର୍ଥି ମାନଙ୍କ ତାଲିକା ରେ ସମ୍ପୂର୍ଣ ଭାବରେ ଦର୍ଶାଉଛି ଯେ ୧୧ ଟି ସିଟ ରେ କଡା ମୁକାବିଲା ହେବ, ଏହି ସ୍ଥିତି ବିପକ୍ଷ ଦଳ ରେ ସମନ୍ବୟର କମି ଓ ଭିତିରିଆ ମତଭେଦ କୁ ଉଜାଗର କରୁହି, ନିର୍ବାଚନ ପୂର୍ବରୁ ଏହା ପାର୍ଥି ମାନଙ୍କ ମଧ୍ୟରେ ଅସନ୍ତୋଷ କୁ ସିଧାସଳଖ ଦେଖାଇ ଦେଉଛି l
RJD ଓ କଂଗ୍ରେସ ମଧ୍ୟରେ ୬ଟି ସିଟ କୁ ନେଇ , ଏବଂ CPI ଏବଂ କଂଗ୍ରେସ ମଧ୍ୟରେ ୪ଟି ସିଟ କୁ ନେଇ କଡା ମୁକାବିଲା ହେବ, ଏବଂ ଅନ୍ୟପକ୍ଷରେ ବିକାଶଶୀଳ ଇନସାନ ପାର୍ଟି ଓ RJD ମଧ୍ୟରେ ଗୋଟିଏ ସିଟ ରେ ମୁକାବିଲା ହେବ l ସୋମବାର ଦିନ RJD ପକ୍ଷରୁ ୧୪୩ ଜଣ ପାର୍ଥି ଙ୍କର ଲିଷ୍ଟ ଜାରି ହୋଇଛି, ଏହି ତାଲିକାରେ ୬ଟି ସିଟ ମଧ୍ୟ ସାମିଲ ରହିଛି, ବର୍ତମାନ ସଭିଙ୍କ ନଜର ଅକ୍ଟୋବର ୨୩ ଉପରେ ଅଟକିଛି l
ବିଜେପି ର ରାଷ୍ଟ୍ରୀୟ ପ୍ରବକ୍ତା ସୟେଦ ଶାହlନଵାଜ ହୁସେନ୍ ମହାଗଠବନ୍ଧନ କୁ ନେଇ କହିଛନ୍ତି ଯେ RJD ନିଜ ପ୍ରତିନିଧିଙ୍କ ଲିଷ୍ଟ ଜାରି କରିଦେଇଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଟିକେଟ ବଣ୍ଟା ଯିବାରେ କୌଣସି ମାନଦଣ୍ଡ ର ବ୍ୟବହାର ହୋଇନାହିଁ l ଚିରାଗ ପାଶୱାନ କହିଛନ୍ତି ଯେ ମୁଁ କଦାପି ଦେଖିନାହିଁ ଯେ ଏତେବଡ଼ ମହାଗଠବନ୍ଧନ ଭାଙ୍ଗିବା ସ୍ଥିତିରେ ରହିଛି, ଏବଂ ସିଟ ସଂଖ୍ୟାକୁ ନେଇ ସହମତି ରହୁନାହିଁ l ଚିରାଗ ପାର୍ଟି ଚଳିତ ଥର ୨୯ ଟି ସିଟ ରେ ନିର୍ବାଚନ ଲଢ଼ୁଛି l
 
						 
			 
						