ପାଟନା: ଆସନ୍ତା ୨୮ ତାରିଖରେ ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇ ନଭେମ୍ବର ୭ ତାରିଖରେ ଶେଷ ହେବ। ଏଥିପାଇଁ ରାଜନୀତି ପାଣିପାଗ ଗରମ ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଜାରି ରଖିଛନ୍ତି | ଆଜି ବିହାରର ଭୋଜପୁର ଜିଲ୍ଲାର ବର୍ହାରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି | ଭୋଟରଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଓ ଜେଡିୟୁ ଯୋଡିକୁ ପ୍ରତ୍ୟାଖାନ କରନ୍ତୁ ନାହିଁ |
କ୍ରିକେଟରେ ସଚିନ ଓ ସେହୱାଗଙ୍କ ଓପନିଂ ଯୋଡି ଯେଭଳି ଥିଲା ସେହିପରି ବିହାର ରାଜନୀତିରେ ବିଜେପି ଓ ଜେଡିୟୁ ଯୋଡି ଠିକ ଏକାଭଳି ବୋଲି ରାଜନାଥ କହିଛନ୍ତି | ସେ ଜନତାଙ୍କୁ କହିଛନ୍ତି ଯେ ଆପଣ ନୀତିଶ କୁମାରଙ୍କ କାମକୁ ନେଇ ପ୍ରଶ୍ନ କରିପାରିବେ | ୫ ବର୍ଷ ଭିତରେ କେଉଁ କାମ ସେ କରିନାହାଁନ୍ତି ଆପଣ ପଚାରିପାରିବେ |