Odisha news

ପୁଣି ଫେରିଲା ଝାଡଖଣ୍ଡୀ ଦନ୍ତା

ବୈଶିଙ୍ଗା- : ଦୀର୍ଘ ଦିନ ପରେ ଝାଡଖଣ୍ଡୀ ଦନ୍ତା ହାତୀଟି ପୁଣିଥରେ ମୋହନପୁର ଜଙ୍ଗଲକୁ ଫେରିଆସିଛି। ହାତୀଟି ଫେରିବା ପରେ ପୁଣିଥରେ ଘର ଭାଙ୍ଗିବା ସହ ଚାଷ ବିଲ ଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । ହାତୀ ଉପଦ୍ରବତାକୁ ଲକ୍ଷ୍ୟ କରି ବୈଶିଙ୍ଗା ବିଦ୍ୟୁତ ବିଭାଗ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ହେବା ଦ୍ଵାର ସ୍ଥାନୀୟ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଗତକାଲି ହାତୀଟି ବୈଶିଙ୍ଗା ଥାନା ଅଧୀନ ଯୁଗୋଳ , ତିଳପଦା, ମୁରୁକୁଣ୍ଡିଆ, କାଇଁଚଗଡିଆ , ହାତୀଝୁରୀ,ଯୁଗପୁରା, ଖଇରିବଣି , ଶିଳପୁରିଆ, କ୍ଷୀରପଦା ଓ ମୋହନପୁର ଗ୍ରାମର ଅନେକ ଲୋକଙ୍କର ଚାଷଜମି ଗୁଡିକ ନଷ୍ଟ ହୋଇଥିବାର ସୂଚନା ମିଳିଛି। ବନ ବିଭାଗ  ହାତୀଟିକୁ ସ୍ଥାନାନ୍ତର କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି।

Comments are closed.