ଧାମନଗର : ଧାମନଗର ପଞ୍ଚାୟତ ସମିତି ସଭାଗୃହରେ ଶାନ୍ତି କମିଟିର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ କମିଟିର ଆବାହକ ତଥା ସ୍ଥାନୀୟ ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିିତ ହୋଇଯାଇଛି । ପବିତ୍ର ଇଦ-ଉଲ-ଫିଦର ପର୍ବ ଆସନ୍ତା ୩ କିମ୍ବା ୪ ତାରିଖରେ ଧାମନଗର ଠାରେ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେ ନେଇ ବ୍ୟାପକ ଆଲୋଚନା କରାଯାଇଥିଲା । ଇଦ୍ ପର୍ବ ଦିନ ସକାଳ ୮ଠାରେ ଧାମନଗର ଇଦ୍ଗା ମଇଦାନରେ ପ୍ରାୟ ୫ହଜାରରୁ ଉଦ୍ଧ୍ୱର୍ ମୁସଲମାନ ଭାଇ ମାନଙ୍କୁ ଧାମନଗର ଖାନକା ସରିଫ୍ ର ମତୱଲୀ ସୟଦ ଗୋଲାମ ମହମ୍ମଦ ହବିବି ନମାଜ ପାଠ କରାଇବେ । ପ୍ରଚଣ୍ଡ ରୌଦ୍ରତାପକୁ ଆଖି ଆଗରେ ରଖି ଉକ୍ତ ଦିନ ଧାମନଗର ଏନଏସିର ବିଭିନ୍ନ ସ୍ଥାନରେ ଥଣ୍ଡା ପନୀୟ ଜଳ ଯୋଗାଇବା ସହିତ ଅହରହ ବିଦୁ୍ୟତ୍ ସେବା ଯୋଗାଇ ଦେବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଭଦ୍ରକ ସାଂସଦଙ୍କ ପ୍ରତିନିଧି ତଥା ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ବିଧାୟକଙ୍କ ପ୍ରତିନିଧି ଅରବିନ୍ଦ ପତି, ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର, ଏବିଡିଓ ସର୍ମିଷ୍ଠା ମଲ୍ଲିକ, ବରିଷ୍ଠ ଶାନ୍ତି କମିଟି ସଦସ୍ୟ ବାସୁଦେବ ତି୍ରପାଠୀ, ଏମଡି ଇସ୍ରାଇଲ, ରଣଜିତ୍ ମହାନ୍ତି, ପ୍ରତାପ ଚନ୍ଦ୍ର ସାମଲ, ସୁଶାନ୍ତ ରାଉତ, ସେକ୍ ଜାଫର ଅଲ୍ଲୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜଗବଂଧୁ ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ