Odisha news

ଧଇଲା ମାଛ, ଖାଇଲା ନାହିଁ

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଓଡିଆରେ ଏକ ଆପ୍ତ ବାକ୍ୟ ଅଛି- ‘ଆସିଲା ବଡ ଚଢେଇ, ବସିଲା ଡେଣା ମେଲାଇ, ଧଇଲା ମାଛ, ଖାଇଲା ନାହିଁ’ । ଓଡିଶାର ପୁର ପଲ୍ଲୀରେ ପ୍ରଚଳିତ ଏଇ ଲୋକ କଥାଟି ମାଛଧରା-ଜାଲର କଥା କହେ । ଜାଲ ଚଢେଇ ପରି ଡେଣା ମେଲାଇ ପାଣିରୁ ମାଛ ଛାଣିଆଣେ କିନ୍ତୁ ନିଜେ ଖାଇପାରେ ନାହିଁ । ଏହି ଉକ୍ତିଟି ସତ୍ୟବାଦୀ ଯୁଗର ନୀତିନିଷ୍ଠ ଆ·ର୍ଯ୍ୟ, ସାମ୍ବାଦିକ, ସଂସ୍କାରକ, ସାହିତି୍ୟକ, ଗବେଷକ, ଓ ସର୍ବୋପରି ଆଦର୍ଶ ରାଜନୀତିଜ୍ଞ ପଣ୍ଡିତ ନୀଳକଣ୍ଠ ଦାସଙ୍କ କ୍ଷେତ୍ରରେ ଯଥାର୍ଥରେ ପ୍ରଯୁଜ୍ୟ । ପ୍ରକୃତରେ ପଣ୍ଡିତ ଉପାଧି ତାଙ୍କୁୁ ହିଁ ଶୋଭା ପାଉଥିଲା । ଆଜୀବନ ପାଣ୍ଡିତ୍ୟର ଗାରିମା ରକ୍ଷା କରିଥିଲେ ସେ ।

ଏହି ଯୋଗଜନ୍ମା ସାଧକ ୧୮୮୪ ମସିହା ଅଗଷ୍ଟ ୫ ତାରିଖରେ ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । ପିତା ଥିଲେ ଆନନ୍ଦ ଦାଶ ଓ ମାତା ହୀରା ଦେବୀ । ତାଙ୍କ ମେଧାଶକ୍ତି ଥିଲା ଅତୁଳନୀୟ । ପରିବାରର ଆର୍ଥିକ ଦୁଃସ୍ଥିତି ତାଙ୍କ ପ୍ରତିଭାର କଣ୍ଠରୋଧ କରିପାରିନଥିଲା । ଅସୀମ ମନୋବଳ ଓ କଠୋର ଅଧ୍ୟବସାୟ ଯୋଗୁଁ ସେ ଉନ୍ନତିର ଚରମ ସୋପାନରେ ପହଞ୍ଚି ପାରିଥିଲେ । ଘରେ ପରିବାରର ଆଦର୍ଶ, ଶିକ୍ଷାଗୁରୁ ଚନ୍ଦ୍ରମୋହନ ମହାରଣା,ବଙ୍ଗ ଭଙ୍ଗ ଆନେ୍ଦାଳନର ନେତା ଶଶୀଭୂଷଣ ଚୈାଧୁରୀ ,ଦେଶପା୍ରଣ ରାମଚନ୍ଦ୍ର ଦାଶଙ୍କ ପ୍ରଭାବ ଓ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରେରଣା ଏବଂ ସାହଚର୍ଯ୍ୟ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ଆଉ ତାପରର ଘଟଣା ଥିଲା ଏକ ସ୍ୱର୍ଣ୍ଣାଭ ଇତିହାସ ।

କଲେଜ ଶିକ୍ଷା ଶେଷ ପରେ ଦେଶ ଓ ଜାତିକୁ ଗଢିବା ନିମନ୍ତେ ସେ ସତ୍ୟବାଦୀ ବନ ବିଦ୍ୟାଳୟରେ ଯୋଗଦାନ କରି ନିଜର କର୍ମମୟ ଜୀବନର ଶୁଭାରମ୍ଭ କରିଥିଲେ । ଖାଲି ସେତିକି ନୁହେଁ, ନୀଳକଣ୍ଠଙ୍କର ସୃଜନଶୀଳତାର ଚଉହଦୀ ବେଶ୍ ପ୍ରସାରିତ ଥିଲା । ସେ ଥିଲେ ଜଣେ ଉଚ୍ଚକୋଟୀର ସାହିତ୍ୟ ଗବେଷକ ଓ ସମୀକ୍ଷକ । ଓଡ଼ିଆ ସମାଲୋଚନା ସାହିତ୍ୟ ମଧ୍ୟରେ ଲାବଣ୍ୟବତୀ କାବ୍ୟ, ଫକୀର ମୋହନ ଓ ଓଡ଼ିଆ ଉପନ୍ୟାସ ଇତ୍ୟାଦି ତାଙ୍କ ସାରସ୍ୱତ ପ୍ରତିଭାର ମୂଲ୍ୟାୟନ କରେ । ସବୁଠୁ ଉଦ୍ଧ୍ୱର୍ରେ ଥିଲା ତାଙ୍କର ସ୍ୱଦେଶ ଭାବନା ଓ ଚିନ୍ତା । “ସଂସ୍କୃତ ଓ ସଂସ୍କୃତି” ଗ୍ରନ୍ଥ ପଢିଲେ ତାଙ୍କ ଅଗାଧ ପାଣ୍ଡିତ୍ୟର ପ୍ରମାଣ ମିଳେ, ଏଥିରେ ଦ୍ୱିରୁକ୍ତି ନାହିଁ ।

ଜଣେ ସଚ୍ଚା ସ୍ୱାଧୀନତା ସଂଗ୍ରାମୀ ଭାବେ ନୀଳକଣ୍ଠଙ୍କର ନିଆରା ପରିଚୟ ଥିଲା । ସେହିପରି ଦୀର୍ଘଦିନ ଧରି ଓଡ଼ିଶା ରାଜନୀତିରେ ସେ ସକ୍ରିୟ ଥିଲେ । ଅସହଯୋଗ ଆନେ୍ଦାଳନ ଓ ଲବଣ ସତ୍ୟାଗ୍ରହ ସମୟରେ ସେ ଦେଶ ପାଇଁ କାରାବରଣ କରିଥିଲେ । ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରେ ନୀଳକଣ୍ଠ କଂଗ୍ରେସ ଦଳର ମଙ୍ଗ ଧରିଥିଲେ । ୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା ପରେ ୧୯୩୭ ପ୍ରଥମ ବିଧାନସଭା ନିର୍ବାଚନରେ ପଣ୍ଡିତ ନୀଳକଣ୍ଠଙ୍କ ନେତୃତ୍ୱରେ କଂଗ୍ରେସ ଦଳ ବିପୁଳ ସଂଖ୍ୟାଗରିଷ୍ଠତା ପାଇ ସରକାର ଗଢିଥିଲା ।

ଏହି ନିର୍ବାଚନରେ ନୀଳକଣ୍ଠ କୈାଣସି ଆସନରେ ପ୍ରତିଦ୍ୱନ୍ଦିତା ନକରି ରାଜ୍ୟରେ କଂଗ୍ରେସ ଦଳକୁ ଜିତାଇବା ପାଇଁ ଲାଗିପଡିଥିଲେ । ସେତେବେଳେ ଯୋଜନା ଥିଲା ଯେ, ଥରେ ଦଳ ନିର୍ବାଚନ ଜିଣି ଆସିଲା ପରେ ସେ ବିଧାୟକ ଦଳ ନେତା ନିର୍ବାଚିତ ହୋଇ ସରକାର ଗଠନ କରିବେ ଏବଂ ପରେ ଉପ ନିର୍ବାଚନ ଜିଣି ବିଧାନ ସଭାକୁ ଆସିବେ । ମାତ୍ର ନୀଳକଣ୍ଠ ନିଜେ ପ୍ରଧାନମନ୍ତ୍ରୀ(ମୁଖ୍ୟମନ୍ତ୍ରୀ) ଦୂରେ, ଥାଉ ସାଧାରଣ ମନ୍ତ୍ରୀଟିଏ ବି ହୋଇପାରିଲେ ନାହିଁ । କାରଣ ସେତେବେଳେ ଦଳର ପରିଚାଳନା ପାଇଁ ଏକ ନିୟମ ପ୍ରଣୟନ କରାଯାଇଥିଲା ଯେ, ନିର୍ବାଚିତ ସଭ୍ୟଙ୍କ ଛଡା ଅନ୍ୟ କେହି ବିଧାୟକ ଦଳର ନେତୃତ୍ୱ ନେଇପାରିବେନାହିଁ ।

ଘଟଣା ଚକ୍ରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସଂଖ୍ୟାଲଘୁ ସରକାର ଭାଙ୍ଗିବା ପରେ ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠିତ ହେଲା ଏବଂ ନୀଳକଣ୍ଠ ଦାସ ବାହାରେ ରହିଲେ । ଏନେଇ ନୀଳକଣ୍ଠ ଦାସଙ୍କ କିଛି କ୍ଷୋଭ ଥିଲା । ସ୍ୱାଧୀନତା ପରେ ୧୯୫୨ ନିର୍ବାଚନରେ ସେ ‘ସ୍ୱାଧୀନ ଜନସଂଘ’ ନାମରେ ଏକ ଦଳ ଗଢିଲେ ଏବଂ ନିଜେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀଙ୍କ ବିରୁଦ୍ଧରେ ଲଢିଲେ । ସେଠାରେ ତାଙ୍କ ବିରୁଦ୍ଧରେ କଂଗ୍ରେସ ପ୍ରାର୍ଥୀ ସତ୍ୟବାଦୀ ନନ୍ଦଙ୍କ ଛଡା ଆଉ ଦୁଇ ଜଣ ସ୍ୱାଧୀନ ପ୍ରାଥୀ ଆର୍ତ୍ତବନ୍ଧୁ ଦାସ ଓ ନବକିଶୋଇ ପଟ୍ଟନାୟକ ଲଢୁଥିଲେ ମଧ୍ୟ ପଣ୍ଡିତ ନୀଳକଣ୍ଠ ବିଜୟୀ ହେଲେ ।

ତାହା ଥିଲା ତାଙ୍କ ଲୋକପ୍ରିୟତାର ପ୍ରମାଣ । ୧୯୫୭ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଅନୁରୋଧ କ୍ରମେ ସେ ପୁଣି କଂଗ୍ରେସରେ ଯୋଗଦେଇ ସତ୍ୟବାଦୀ ଆସନରୁ ନିର୍ବାଚନ ଲଢିଲେ । ଏଥର କିନ୍ତୁ ଏକ ଅଭୂତପୂର୍ବ ଘଟଣା ଘଟିଲା । ନୀଳକଣ୍ଠଙ୍କର ବ୍ୟକ୍ତିତ୍ୱ ଓ ଜନପ୍ରିୟତାକୁ ସମ୍ମାନ ଦେଖାଇ ତାଙ୍କ ବିରୋଧରେ କେହି ବି ପ୍ରାର୍ଥୀ ରହିଲେ ନାହିଁ । ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ । ସେତେବେଳେ ରାଜ୍ୟରେ ଦଳୀୟ ରାଜନୀତି ବେଶ୍ ସକ୍ରିୟ ହୋଇସାରିଥାଏ । ଏଭଳି ପରିସ୍ଥିତିରେ ସତ୍ୟବାଦୀ ଭଳି ଏକ ଆସନରୁ ନିଦ୍ୱର୍ନ୍ଦ୍ୱରେ ଜିଣିବା ଏକ ବିରଳ ଘଟଣା ଥିଲା ।

Leave A Reply