ହିମାଂଶୁ ଶେଖର ଆଚାର୍ଯ୍ୟ : କିଛିଦିନ ଧରି ମହାମାରି କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟିକରିଛି ବୋଧହୁଏ ଦୁଇଦୁଇଟି ବିଶ୍ୱଯୁଦ୍ଧ ପରେ ଏହି ରୋଗରେ ମୃତକଙ୍କ ସଂଖ୍ୟା ଯଥେଷ୍ଟ ଆଗରେ । ଗୋଟିଏ ପଟେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ସ୍ୱାସ୍ଥ୍ୟା ସେବା କ୍ଷେତ୍ରରେ ଆମେ ଉଲ୍ଲେଯୋଗ୍ୟ ସଫଳତା ହାସଲ କରିଥିଲା ବେଳେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ରୋଗ ଆମପାଇଁ ମୃତୁ୍ୟର କାରଣ ହୋଇଛି । ଭୟଙ୍କର କ୍ୟାନ୍ସର ଠାରୁ ଆରମ୍ଭ କରି ଏଡ୍ସ ପ୍ରଯ୍ୟନ୍ତ, ପ୍ଲେଗ୍ ଠାରୁ ଆରମ୍ଭକରି ସାଇନ୍ଫ୍ଲୁ ଏପରିକି ଯକ୍ଷ୍ମା,ହଇଜା ଇତ୍ୟାଦି ମହାମାରୀ ମଣିଷ ସମାଜର ଅସ୍ତିତ୍ୱପ୍ରତି ବିପଦ ସୃଷ୍ଟି କରିଆସୁଛି । ସବୁକୁ ବଳିପଡିଛି କରୋନାର ପ୍ରକୋପ ।ଅଦ୍ୟାବଧି ପ୍ରାୟ ୨୧୫ ଟି ଦେଶ ଏହି ରୋଗର ଭୂତାଣୁରେ ଆକ୍ରାନ୍ତ । ଏହି ମହାମାରୀ ଯୋଗୁଁ ସାରା ବିଶ୍ୱରେ ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭, ୯୨୧ ,୬୧୫ ଥିବା ବେଳେ ମୃତକଙ୍କ ସଂଖ୍ୟା ୪, ୩୩,୩୦୨ ରେ ପହଞ୍ଚିଛି ।ସେହିପରି ଆମ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩, ୨୧,୧୦୮ଥିବା ବେଳେ ମୃତକଙ୍କ ସଂଖ୍ୟା ୯,୧୯୬ ରେ ପହଞ୍ଚିଛି । ସେହିପରି ଆମ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୦୯ ଥିବା ବେଳେ ମୃତୁ୍ୟ ସଂଖ୍ୟା ୧୧ରେ ପହଞ୍ଚିଛି । ସଟ୍ଡାଉନରେ ଓ ଲକ୍ଡାଉନରେ ବି ଥମୁନି କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢିଚାଲିଛି । ଆଗାମୀ ଜୁନ୍ ମାସ ଆମ ପାଇଁ ବିପଦପୂର୍ଣ୍ଣ ବୋଲି କୁହାଯାଉଛି ।
ଏହି ସଂକଟ ଜନକ ପରିସ୍ଥିତିରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ମାନେ ଦିନରାତି ଏକ କରି କରୋନ ଆକ୍ରାନ୍ତଙ୍କ ସେବାରେ କାର୍ଯ୍ୟରତ ଅଛନ୍ତି । ଭାରତ ତଥା ବିଶ୍ୱକୁ ଏହି ଭୂତାଣୁ କନଳରୁ ରକ୍ଷାକରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ।ଏହି ରୋଗ ପ୍ରାଣଘାତି ହୋଇଥିବା ଜାଣି ମଧ୍ୟ ସେମାନେ ନିଜ ଜୀବନକୁ ବାଜି ଲଗେଇଦେଇଛନ୍ତି ।ସେମାନେ ହିଁ ଏହି ଲଢେଇର ପକୃତ ଯୋଦ୍ଧା । ଏବେ କିନ୍ତୁ ସଙ୍କଟରେ ପଡିଛନ୍ତି ଏମାନେ । ପ୍ରାୟ ୫୮ ଜଣ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ସଂକ୍ରମଣ ହୋଇଥିବାର ଜଣାପଡିଛି । ଏଥି ସହିତ ବହୁ ସରପଞ୍ଚ ଓ ଅନ୍ୟ ସରକାରୀ କର୍ମଚାରୀ ମଧ୍ୟ କରୋନା ସଂକ୍ରମଣର ଶିକାର ହଉଛନ୍ତି । ଅନ୍ୟ ପକ୍ଷରେ ଏନଡିଆରଏଫ ଏବଂ ଓଡ୍ରାଫର ପ୍ରାୟ ୬୨ ଜଣ ଜବାନ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଅବଦାନକୁ ଅସ୍ୱୀକାର କରିହେବନି ।ଏଥିସହିତ ଡାକ୍ତର ଓ ସ୍ୱାସ୍ଥ୍ୟକ୍ରର୍ମୀଙ୍କୁ କରୋନା ସଂକ୍ରମଣ ଏବେ ଚିନ୍ତାର କାରଣ ହୋଇଛି । କରୋନା ମୁକାବିଲାର ଦାୟିତ୍ୱରେ ରହିଥିବା ଏହି ଦ୍ୱିତୀୟ ଈଶ୍ୱର ମାନେ ଯଦି ସଂକ୍ରମଣର ଶିକାର ହେବେ ତେବେ ସାଧାରଣ ଲୋକଙ୍କୁ କିଏ ଏଥିରୁ ରକ୍ଷା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରମୁଖ ଯୋଦ୍ଧାଙ୍କ ସଂକ୍ରମଣ ନେଇ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।ସାଧାରଣତଃ ସମସ୍ତେ ନିଜ ଜୀବନକୁ ସୁରକ୍ଷା ଦେବାକୁ ଚିନ୍ତା କରିଥାନ୍ତି । ଡାକ୍ତର ଓ ସ୍ୱାସ୍ଥ୍ୟକ୍ରର୍ମୀଙ୍କ ଜୀବନ ଆମ ପାଇଁ ସବୁଠାରୁ ମୂଲ୍ୟବାନ ।
ତେଣୁ ସେମାନଙ୍କୁ ସୁରକ୍ଷାଦେବା ସାହାଯ୍ୟ ଓ ସହଯୋଗ କରିବା ଆମର ପ୍ରଧାନ କର୍ତ୍ତବ୍ୟ । ଏସବୁ ସତ୍ତ୍ୱେ କେତେକ ସ୍ଥାନରେ ଡାକ୍ତର ଓ ସ୍ୱାସ୍ଥ୍ୟକ୍ରର୍ମୀଙ୍କୁ ର୍ଦୁବ୍ୟବହାର କରିବା, ତାଙ୍କୁ ସହଯୋଗ ନକରିବା ଏବଂ ତାଙ୍କ ପରାମର୍ଶ ନମାନିବା ଘଟଣା ମାନ ଦୃଷ୍ଟିଗାଚର ହେଉଛି ।ଆମକୁ ମନେ ରଖିବାକୁ ହେବ ଯେ, ଡାକ୍ତରଙ୍କ ପରାମର୍ଶ ନମାନିବା ଅର୍ଥ ଆମେ ନିଜ ଜୀବନ ତଥା ନିଜ ପରିବାର ପ୍ରତି ବିପଦକୁ ଡାକି ଆଣିବା ।ଆମ ଦେଶର ଜନସଂଖ୍ୟା ତୁଳନାରେ ଡାକ୍ତର, ସ୍ୱସ୍ଥ୍ୟକ୍ରର୍ମୀ ଓ ସମ୍ବଳ ଆବଶ୍ୟକତା ତୁଳନାରେ ପର୍ଯ୍ୟାପ୍ତ ନଥିବାରୁ ସୀମିତ ସୁବିଧା ସୁଯୋଗକୁ ନେଇ ଆମେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ୱସ୍ଥ୍ୟସେବା ପାଇଁ ସହଯୋଗର ହାତ ବଢାଇବାକୁ ପଡିବ । ସେମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ପାଇଁ ସମ୍ମାନ ଦେବାକୁ ଯାଇ ଆମେ ଜନତାକର୍ଫୁ୍ୟ ଦିନ ଥାଳି, ଘଣ୍ଟ, ଘଣ୍ଟା ବଜାଇ ସାରିଛେ । ସେହିପରି ଆମ ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିବେଦନ କ୍ରମେ ମେ ୩୦ତାରିଖ ଦିନ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ରଚିତ ବନେ୍ଦ ‘ଉକôଳ ଜନନୀ’ ଗାନ କରି ସାରିଛେ । ଏହା ସେମାନଙ୍କ ସେବା କରିବାର ଆଗ୍ରହ ଓ ମନବଳକୁ ଦୃଢ କରିଥିବ ନିଶ୍ଚୟ । ଏଥିରେ ସାମିଲ ହୋଇଥିବା ସମସ୍ତ ଦେଶବାସୀ ଓ ରାଜ୍ୟବାସୀ ପ୍ରଶଂସାର ପାତ୍ର ।
ଏହି ସାମାଜିକ ସଂକଟ ସମୟରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟକ୍ତି ବିଶେଷ ସାହାଯ୍ୟ ସହଯୋଗ ଓ ବଦାନ୍ୟତାର ହାତ ବଢାଇଛନ୍ତି ସେଥିପାଇଁ ସେମାନେ ପ୍ରଶଂସା ପାଇବାର ହକ୍ଦାର । ଅନ୍ୟପଟେ କିଛି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ସାହାଯ୍ୟ ଓ ସହଯୋଗର ହାତ ମଧ୍ୟ ବଢାଇଛନ୍ତି ।ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ । ନିକଟରେ କିଲେ ଆଳୁକୁ ପାଞ୍ଚଜଣ ଦାନକରି ଫଟୋ ଉଠାଇ ତାକୁ ସୋସିଆଲ ମିଡିଆ ବା ଗଣମାଧ୍ୟମରେ ପ୍ରଚାର କରିବା ଏହାର ଗୋଟିଏ ନଗ୍ନ ଉଦାହରଣ । ସେମିତି କିଛି ରେସନ ସାମଗ୍ରୀ ,ମାସ୍କ ,ପ୍ରବାସୀଙ୍କ ଗ୍ରସ୍ଥ ଖର୍ଚ୍ଚ ବା କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର ସହିତ ବାହାବାଃ ସାଉଁଟିବା ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ ।ଏଭଳି ଘଟଣା ଗରିବଙ୍କ ପ୍ରତି ଉପହାସ ନୁହେଁକି? ।ବଦାନ୍ୟତା ବିଜ୍ଞାପିତ ହେଲେ ତାହା ତାମସିକ ଓ ରାଜସିକ ହୋଇଥାଏ । ଏକାଥା ପ୍ରତି ଆମକୁ ଧ୍ୟାନ ଦେବାକୁ ହେବ ।ମୋ ମତରେ ବିନା ମୁଲ୍ୟରେ ବିନା ପ୍ରଚାରରେ କାହାକୁ ସାହାଯ୍ୟ କରିବା ଓ ତାକୁ ଭୁଲିଯିବା ଏକ ସମାଜସେବୀର ଲକ୍ଷଣ । ଯେଉଁମାନେ ସମାଜର ମଙ୍ଗଳ କାମନା କରନ୍ତି ସେମାନେ ହିଁ ଯଥାର୍ଥରେ ସମାଜସେବୀ ।
ଏବେ କିନ୍ତୁ କରୋନାକୁ ନେଇ ଯେତିକି ଚିନ୍ତା ବଢୁନି କରୋନା ଯୋଦ୍ଧା କିଏ ହେବ ସେ ନେଇ ଚିନ୍ତା ବଢୁଛି । ଗାଁ, ଗଣ୍ଡା, ସହର, ବଜାର ସମେତ ‘ଚା’ ଦେକାନ ଠାରୁ ଆରମ୍ଭ କରି ପାନ ଦୋକାନ ସବୁଠି ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା । ଏଥିପାଇଁ ମଧ୍ୟ ପ୍ରତିଯୋଗିତା କମ୍ ନୁହେଁ । ଯେନତେନ ପ୍ରକାରେ ପ୍ରଶଂସା ପତ୍ରଟିଏ ଆଣିବା ବା ସାବସି ସାଉଁଟିବା ହୋଇଛି ମୂଳ ଲକ୍ଷ୍ୟ । ପରିସ୍ଥିତି ଏପରି ହୋଇଛି ଯେ, ଆଗେ ଫଟୋଉଠା ତାପରେ ଦାନ । ପୁଣି ଦାନ କରିବା ପଛରେ ରହିଛି ସମ୍ବର୍ଦ୍ଧନାର ମୋହ ସରକାରୀ ସ୍ତରରେ ହେଉ ବା ବେସରକାରୀ ସ୍ତରରେ ହେଉ । ବିଶେଷକରି ମହାମାରୀ କରୋନା ସମୟରେ ଯୁଦ୍ଧ ରତ ଯୋଦ୍ଧାଙ୍କୁ ଯୁଦ୍ଧ କ୍ଷେତ୍ରରୁ ଆଣି ସମ୍ବର୍ଦ୍ଧନା ଦେବା ଆତ୍ମପ୍ରଚାର ଛଡା କଣ ବା ହୋଇପାରେ? ଯୁଦ୍ଧ ସରିନି, ଶତ୍ରୁ ସେନା କାୟା ବିସ୍ତାର କରି ଚାଲିଛି । ଏ ସମୟରେ ସମ୍ବର୍ଦ୍ଧନା ଦେବା ଓ ନେବା କେତେ ଯୁକ୍ତି ଯୁକ୍ତ ତାହା ବିଚାର କରିବାର ଅଛି ।
କୋଭିଡ୍-୧୯ ର ମୁକାବିଲାପଇଁ ି ସରକାର, ସରକାରୀ ପ୍ରଶାସନ, ପୋଲିସ ପ୍ରଶାସନ, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ଶିକ୍ଷକ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଓ ବ୍ୟକ୍ତି ବିଶେଷ ତଥା ଗଣମାଧ୍ୟମର ପ୍ରତିନିଧି ବିଭିନ୍ନ ସ୍ତରରେ ନିଜକୁ ସାମିଲ କରିଛନ୍ତି । ପ୍ରକୃତରେ କରୋନା ଯୋଦ୍ଧା ଆମ ଭିତରେ କିଏ?କେହିକେହି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରକୃତ କରୋନା ଯୋଦ୍ଧା ବୋଲି କହୁଛନ୍ତି ।କାରଣ ସେମାନେ ହିଁ ଦ୍ୱିତୀୟ ଈଶ୍ୱର । ଈଶ୍ୱର ସିନା ଜୀବନ ଦିଅନ୍ତି, କିନ୍ତୁ ଦ୍ୱିତୀୟ ଈଶ୍ୱର ଜୀବନ ରକ୍ଷାକରନ୍ତି ଏହାହିଁ ନିରାଟ ସତକଥା ।ଆଉ କେହି ସାହାଯ୍ୟ ସହଯୋଗର ହାତ ବଢାଇ, ଫେଟା ଉଠାଇ, ଅଡିଓ, ଭିଡିଓ କରି ହ୍ୱାଟସ୍ଅଫ୍ ଓ ଫେସବୁକ୍ ଜରିଆରେ ପ୍ରଚାର କରି ଏପରିକି ବିଭିନ୍ନ ଖବରକାଗଜରେ ଭିନ୍ନଭିନ୍ନ ଭାବରେ ନିଜ ଦାତା ପଣିଆକୁ ବିଭିନ୍ନ ବିଶେଷଣ ଦେଇ ଯଥା ବିପଦର ସାଥି , ଅସହାୟର ସାଥି ବୋଲି ଛାପି ନିଜକୁ କରୋନା ଯୋଦ୍ଧାଭାବେ ପ୍ରତିପାଦିନ କରିବାରେ ଲାଗିପଡିଛନ୍ତି ।
ଏପରି ବ୍ୟକ୍ତି ମାନଙ୍କୁ ଚିହ୍ନିବାର ଅଛି ।ଏପରିକି ସମ୍ବର୍ଦ୍ଧନା ଦେବା ପୂର୍ବରୁ ଅନୁଷ୍ଠାନ ଗୁଡିକ ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଜୀବନ ଓ ସାମାଜିକ ଜୀବନର ମୂଲ୍ୟାୟନକରି ସମ୍ବର୍ଦ୍ଧିତ କରିବାର ଅଛି । ତା ନହଲେ ଧୁଆମୂଳା ଓ ଅଧୁଆମୂଳା ସବୁ ସମାନ ହୋଇଯିବେ । ଏଇଠି ମନେପଡେ ମହାରାଜା ଇନ୍ଦ୍ରଦୁ୍ୟମ୍ନଙ୍କ କଥା । ଶ୍ରୀମନ୍ଦିର ପ୍ରତିଷ୍ଠା ପରେ ଯେତେବେଳେ ସୃଷ୍ଠି କର୍ତ୍ତା ବ୍ରହ୍ମା ଇନ୍ଦ୍ରଦୁ୍ୟମ୍ନଙ୍କୁ ବର ମାଗିବାକୁ କହିଲେ ସେତେବେଳେ ଉତ୍ତରରେ ସେ ଯାହା କହିଲେ ତାହା ହେଉଛି-‘ଏ ମନ୍ଦିର ମୋ ବାପା ବା ଜେଜେବାପା କରିଥିଲେ ବୋଲି ମୋ ବଂଶରେ କେହି ନରୁହନ୍ତୁ’ । ଏଥିରୁ ଆମକୁ ସବୁକଥା ବୁଝିବାକୁ ହେବ ।
ଅତୀତରେ ଅନେକ ଭୂତାଣୁ ଆସିଛନ୍ତି ଓ ଯାଇଛନ୍ତି । ମାନବ ସମାଜକୁ ମହାସଙ୍କଟରୁ ରକ୍ଷାକରିବା ପାଇଁ ଡାକ୍ତର ଓ ବିଶେଷଜ୍ଞମାନେ ଏଥିପାଇଁ ଟୀକା, ଔଷଧ ଏବଂ ଅନ୍ୟାନ୍ୟ ଚିକିସôା ପଦ୍ଧତି ବାହାର କରିଛନ୍ତି । ଏପରିକି କ୍ୟାନସର, ଏଡସ୍, ଯକ୍ଷ୍ମା, ପ୍ଲେଗ୍, ଓ ସାଇନ୍ଫ୍ଲୁ ଭଳି ଦୁରାରୋଗ୍ୟର ପ୍ରତିଷେଧକ ବାହାର କରିବାରେ ଆମର ଦ୍ୱିତୀୟ ଈଶ୍ୱରମାନେ ସମର୍ଥ ହୋଇପାରିଛନ୍ତି । ଅଦ୍ୟାବଧି ମହାମାରୀ କରୋନାର ମୁକାବିଲା ପାଇଁ ଟୀକା ବା ଔଷଧ ବାହାରିନଥିବାରୁ ବର୍ତ୍ତମାନ ସାମାଜିକ ଦୁରତା ମାସ୍କପରିଧାନ ଓ ସଙ୍ଗରୋଧକୁ ଗୁରୁତ୍ୱ ଦିଆଯାଉଛି । ଏବେ ଦ୍ୱିତୀୟ ଈଶ୍ୱରଙ୍କ ଭରସାରେ ସାରା ବିଶ୍ୱ । କୋଭିଡ୍-୧୯ର ପ୍ରତିଷେଧକ ବାହାର କରିବାପଇଁ ବିଶ୍ୱରେ ଗବେଷଣା ଜାରିରହିଛି ।ଆମ ଦେଶ ମଧ୍ୟ ଏଥିରୁ ବାଦ୍ ପଡିନି । ନିକଟରେ ବାବା ରାମଦେବ ଖବର କାଗଜ ମାଧ୍ୟମରେ ବିବୃତି ଦେଇଛନ୍ତି ଯେ ଏହି କରୋନା ରୋଗ ଚିକିସôା ଆର୍ୟୁବେଦିକ ପଦ୍ଧତିରେ କରାଯାଇପାରିବ । ତାଙ୍କ ପାତଞ୍ଜଳି ସଂସ୍ଥା ଦ୍ୱାରା ପ୍ରସ୍ତୁତ ଔଷଧ ଆଇନ୍ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତି ପାଇସାରିଛି । ଏହା ଆମ ମନରେ ଆଶା ସଞ୍ଚାର କରିଛି । କେନ୍ଦ୍ର ସରକାର ଓ ବିଶେଷଜ୍ଞ ମାନେ ଗଭୀର ଭାବେ ଚିନ୍ତା କରିବାର ଅଛି । ଆଜି ନହଲେ ବି କାଲି ଆମ ଦ୍ୱିତୀୟ ଇଶ୍ୱର ମାନେ କରୋନା ପ୍ରତିଷେଧକ ବାହାରକରିବାରେ ସଫଳ ହେବେ ବୋଲି ଆମର ବିଶ୍ୱାସ ।
 
						 
			 
						