Odisha news

ଅଜୟ ଦାସଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ତଦନ୍ତ କରିବ ଇଡି

0

ଭୁବନେଶ୍ୱର,(ନି.ପ୍ର):ରାଜସ୍ୱ ବିପର୍ଯ୍ୟ ପ୍ରଶମନ ବିଭାଗର ପୂବତନ ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ କରିବ ଇଡି(ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅଜୟ ଦାସଙ୍କୁ ଭିଜିଲାନ୍ସ ଗତ ଅଗଷ୍ଟ ୧୩ ତାରିଖରେ ଗିରଫ କରିଥିଲା । କୋଟିଏରୁ ଉଦ୍ଧ୍ୱର୍ ଟଙ୍କା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିବାବେଳେ ଆହୁରି ଅଧିକ ସମ୍ପତ୍ତି ତାଙ୍କ ନିୟନ୍ତ୍ରଣରେ ଥିବା ସୂଚନା ମିଳିବାପରେ ଇଡିକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ।

କେଉଁଠି କେତେ ପରିମାଣର ସ୍ଥାବର ଅସ୍ଥାବର ସମ୍ପତ୍ତି ଲୁଚାଇ ରଖିଛନ୍ତି ଇଡି ତଦନ୍ତରୁ ଜଣାପଡିବ । ଭିଜିଲାନ୍ସ ତାଙ୍କୁ ଗିରଫ କରିବାପରେ ନଗଦ ଟଙ୍କା, ସୁନା ଗହଣା, ଗାଡି, ଚାରୋଟି ସ୍ଥାନରେ ଜମି ଓ କୋଠା ପ୍ରଭୃତି ଠାବ କରିଥିଲା । ଇଡି ଭିଜିଲାନ୍ସଠାରୁ ଦାୟିତ୍ୱ ନେଇ ତଦନ୍ତକୁ ତ୍ୱରାନ୍ୱିତ କରିବାପରେ ସମ୍ପତ୍ତି ଠୁଳ ମାମଲାର ପର୍ଦ୍ଧାଫାଶ ହେବ ।

ଏଠାରେ ସୂଚନା ଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଶ୍ରୀ ଦାସଙ୍କୁ ଗତ ଅଗଷ୍ଟ ୧୩ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଚଢାଉ ସମୟରେ ତାଙ୍କର ଭୁବନେଶ୍ୱର ଓ ପୁରୀରେ ଏକାଧିକ ଫ୍ଲାଟ୍, ବାଲେଶ୍ୱରରେ କୋଠା, ବିଭିନ୍ନ ସ୍ଥାନରେ ପ୍ଲଟ୍, ୫୦ ଲକ୍ଷ ୮୩ ହଜାର ଟଙ୍କାର ବ୍ୟାଙ୍କ ଓ ଫିକ୍ସଡ୍ ଡିପୋଜିଟ୍ ମିଳିଥିଲା । ଏଥି ସହିତ ୧ କେଜିରୁ ଅଧିକ ସୁନା ଓ ରୁପା ଅଳଙ୍କାର ଠାବ ହୋଇଥିଲା ।

୮୧ ଲକ୍ଷ ୫୩ ହଜାର ଟଙ୍କାର ଜୀବନ ବୀମା ପଲିସି ଓ ନଗଦ ୨ ଲକ୍ଷ ୬୯ ହଜାର ଟଙ୍କା ମଧ୍ୟ ଭିଜିଲାନ୍ସ ଜବତ କରିଥିଲା । ଶ୍ରୀ ଦାସଙ୍କ ଜବତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜ୍ଞାନରଂଜନ ମହାନ୍ତି ମାମଲା ପରିଚାଳନା କରୁଥିଲେ । ଗିରଫ ପରେ ସେ ବର୍ତ୍ତମାନ ଜେଲ୍ରେ ଥିବା ସୂଚନା ମିଳିଛି

Leave A Reply