Odisha news

ଆପଣ ଜାଣନ୍ତି କି : ସନ୍ଦେହ କରିବା ଏକ ଭୟଙ୍କର ରୋଗର ଲକ୍ଷଣ

0

ସନ୍ଦେହ କରିବା ଅଭ୍ୟାସକୁ ଏକ ରୋଗ ଭାବରେ ଆଜିକାଲି ଗଣନା କରାଯାଉଛି l ସନ୍ଦେହୀ ମଣିଷର ମନ ସବୁବେଳେ ଅଶାନ୍ତ ରହିଥାଏ ,ଏହାକୁ ଏକ ନକରତ୍ମକ ମନବୃତି ବୋଲି ଧରାଯାଏ l ଏଥିରୁ ନିଜକୁ ନିବୃତ ରଖିବା ଅତ୍ୟନ୍ତ ଜରୁରୀ ଅଟେ l ଆପଣ ସାମସ୍ତାଙ୍କ ଉପରେ ଭରସା କରି ପାରିବେନି ,କିନ୍ତୁ ନିଜର ଅତି ପ୍ରିୟ ମଣିଷ ଉପରେ ସନ୍ଦେହ କରିବାଟା ଠିକ ନୁହେଁ l ସମୟ ଥିବା ସମୟରେ ଯଦି ଆମେ ନିଜର ଏହି ମନବୃତିକୁ ବଦଳାଇ ପାରିବାନି ତେବେ ହୁଏତ ଭବିଷ୍ୟତରେ ମାନସିକ ରୋଗରେ ଆକ୍ରାନ୍ତ ହେବ l

ଏପରି କାହିଁକି ହୁଏ -ବ୍ୟକ୍ତିତ୍ୱର ବିକାଶ ପିଲାବେଳୁ କରାଯାଇଥାଏ l ଏହାକୁ ବିଗାଡିବା ଉପରେ ପରିବାରର ଯୋଗଦାନ ରହିଥାଏ l ଯଦି ମାତାପିତା ସନ୍ଦେହ ଶୋଭାବର ହୋଇଥାନ୍ତି ଓ ତାଙ୍କ ପିଲାକୁ ଗୋଟିଏ ସୁରକ୍ଷିତ ସ୍ଥାନ ଦେଇ ପାରନ୍ତି ନାହିଁ ଏହି କାରଣରୁ ବ୍ୟକ୍ତିଙ୍କ ମନରେ ସନ୍ଦେହରେ ଭାବନା ଘରକରୀ ଯାଇଥାଏ l ଯଦି ଏହି ସମସ୍ୟାକୁ ସମୟ ଥିବା ସମୟରେ ଅଟକା ଯାଇପାରିବ ନାହିଁ ତେବେ ଏହା ଆଗକୁ ଯାଇ ଗଂଭୀର ସମସ୍ୟା ଉତ୍ପନ କରିବା l

ସନ୍ଦେହର ଲକ୍ଷଣ -କାହାରି ସହିତ ବି ସମ୍ପର୍କ ଭଲ ନହେବା l ନିଜ ନିକଟତର ଲୋକ ମାନଙ୍କୁ ବିଶ୍ୱାସ ନକରିବା l ସବୁବେଳେ ଦୁଖୀ ଓ ଏକୁଟିଆ ରହିବା l ମସ୍ତିଷ୍କରେ ସବୁବେଳେ ଚାଲିଥିବା ଯେ ମୋ ସହିତ ଧୋକା ହୋଇଛି l ନିଜ ସହିତ କାମ କରୁଥିବା ଲୋକ ମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା l

ସନ୍ଦେହ ରୋଗରୁ କିପରି ନିଜକୁ ଦୁରେଇ ରଖିବେ –

* ଯଦି ଆପଣ ଜାଣି ପାରୁଥିବେ ଯେ ଆପଣଙ୍କୁ ସନ୍ଦେହ କରିବାର ଅଭ୍ୟାସ ରହିଛି ତାହାକୁ ଦୂର କରିବା ପାଇଁ ନିଜେ ଚେଷ୍ଟା କରନ୍ତୁ l ଏହାକୁ ଆପଣ ନିଜ ଅନୁଭବ ମାଧ୍ୟମରେ ଦୁରେଇ ପାରିବେ l ଆପଣ ମାନେ ପକାନ୍ତୁ ଯେଉଁ ବ୍ୟକ୍ତିଟିକୁ ଆପଣ ସନ୍ଦେହ କରୁଛନ୍ତି ସେ ଆପଣଙ୍କ ସହିତ ଜୀବନରେ ଏମିତି କିଛି ଭଲ କାମ ମଧ୍ୟ କରିଥିବ l ତେଣୁ ନିଜକୁ ପରିବର୍ତନ କରିବା ଆବଶ୍ୟକ l

* ସକାରତ୍ମକ ଦୃଷ୍ଟି କୋଣ ରଖୁଥିବା ଲୋକ ମାନଙ୍କ ସାହିତ ସମ୍ପର୍କ ବଢ଼ାନ୍ତୁ ,ହୁଏତ ସେମାନଙ୍କ ମଧ୍ୟରେ ଥିବା କିଛି ଭଲ ଗୁଣ ଓ କଥା ଦ୍ୱାରା ଆପଣଙ୍କ ଭିତରର ପରିବର୍ତନ ହୋଇ ପାରିବ l

* ସବୁବେଳେ ମାନେ ରଖନ୍ତୁ ଯେ ଭରସା କରୁଥିବା ବ୍ୟକ୍ତି ଭୁଲ ହୋଇନଥାଏ ,ଧୋକା ଦେଉଥିବା ବ୍ୟକ୍ତି ଭୁଲ ହୋଇଥାଏ l

* ଯଦି କୌଣସି ବ୍ୟକ୍ତିକୁ ଦେଖି ଆପଣଙ୍କ ମନରେ ସନ୍ଦେହ ଆସୁଛି ତେବେ ସେହି ବ୍ୟକ୍ତି ସହିତ କଥା ହୋଇ ନିଜ ମନର ଭୁଲ ଧାରଣାକୁ ଦୁରକରନ୍ତୁ l

* ଯଦି ଏହି ସମସ୍ତ ପ୍ରୟାସ ପରେ ଆପଣଙ୍କୁ ଲାଗୁଛି କି ଆପଣଙ୍କ ଭିତରେ କୌଣସି ପରିବର୍ତନ ଆସି ନାହିଁ ତେବେ ମନ ବିଜ୍ଞାନୀଙ୍କ ପରାମର୍ଶ ନିଅନ୍ତୁ ଓ ଏଥିପାଇଁ ମନରେ କୌଣସି ସଙ୍କୋଚ ରଖନ୍ତୁ ନାହିଁ l

 

Leave A Reply