ବୋରିଗୁମ୍ମା (କେ.ସାକିଲି ଦୋରା)—ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବି ସିଂହପୁର ଥାନା ଅଧୀନ ଚାବେରୀ ନଦୀରେ ଗୋଡ଼ ଖସି ଜଣେ ବ୍ୟକ୍ତିଙ୍କ ମୃତୁ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ମୃତ ବ୍ୟକ୍ତିଙ୍କ ନାମ ଅତୁରୁ ମୁଦୁଲି ବୟସ ୫୦ ବର୍ଷ। ତାଙ୍କ ଘର ହରଡ଼ାଗୁଡା ପଞ୍ଚାୟତ ଅଧିନ ପତାରଙ୍ଗଣି ଗ୍ରାମରେ ବୋଲି ସୂଚନା ମିଳିଛି।
ଆଜି ସକାଳୁ ଅତୁରୁ ମୁଦୁଲି ଡମ୍ବତୁରୁଞ୍ଜି ଘାଟ ନିକଟରେ ଚାବେରୀ ନଦୀ ପାର ହେଉଥିବା ବେଳେ ଅସ୍ଥାୟୀ ପୋଲ ରେ ହଠାତ ଗୋଡ଼ ଖସି ଯାଇଥିଲା। ସେଠାରେ ସେ ଭାସି ଭାସି ଯାଇ ଏକ ହ୍ୟୁମ ପାଇପ ରେ ଲାଗିଯାଇଥିଲେ।ସେଠାରେ ସେ ମୃତୁବରଣ କରିଥିଲେ।ପୋଲିସ ଓ ଦମକଳ ଅଧିକାରୀ ମାନେ ପହଞ୍ଚି ଅତୁରୁ ଙ୍କ ଶବ କୁ ଉଦ୍ଧାର କରିଥିଲେ। ଚାବେରୀ ନଦୀ ରେ ପ୍ରତିବର୍ଷ କେହି ନା କେହି ବୁଡି ମରୁଥିବା ଦେଖାଦେଇଛି। ଆସନ୍ତାକାଲି ବୁଧବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।
