Odisha news

ଏହି ଦେଶରେ ଗଧକୁ କାହିଁକି ଆଲିଙ୍ଗନ କରୁଛନ୍ତି କରୋନା ଯୋଦ୍ଧା : ଆସନ୍ତୁ ଜାଣିବା…

0

ନୂଆଦିଲ୍ଲୀ : କରୋନା ମହାମାରୀ ଭଳି ଭୟଙ୍କର ରୋଗ ସହିତ ସାରା ବିଶ୍ୱ ଲଢ଼ଇ କରୁଛି ,ଏହି କାମରେ ଆମର ଜୀବନ ବଞ୍ଚାଉଛନ୍ତି ଆଗଧାଡିର ଯୋଦ୍ଧା ଡାକ୍ତର ,ସ୍ୱାସ୍ଥ୍ୟକର୍ମୀ ଓ ନର୍ସ l ଧୀରେ ଧୀରେ ଏହି ରୋଗ ମୂଳ ପୋଛ ହେବବୋଲି ସମସ୍ତେ ଆଶା ରଖିଛନ୍ତି l କିନ୍ତୁ ଏବେ ଦେଖା ଦେଉଛି ସ୍ୱାସ୍ଥ୍ୟ କର୍ମୀ ମାନେ ଧୀରେ ଧୀରେ ଅବସାଦ ଗ୍ରସ୍ତ ହେଉଛନ୍ତି l ସ୍ୱାସ୍ଥ୍ୟ ସେବାରେ ଲାଗିଥିବା ଏହି ସ୍ୱାସ୍ଥ୍ୟ କର୍ମୀ ମାନଙ୍କର ଅବସାଦକୁ ଦୂର କରିବା ପାଇଁ ସ୍ପେନରେ ଗଧ ମାନଙ୍କର ସାହାରା ନିୟl ଯାଇଛି l

ସ୍ପେନରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ମାଗଣାରେ ଗଧ ଚିକିତ୍ସା ଦିଆଯାଉଛି ,କାରଣ ସେମାନେ ଅବସାଦରୁ ମୁକ୍ତି ପାଇପାରିବେ l ଏହାକୁ ପଶୁ ସହାୟତା ଚିକିତ୍ସା ଭାବରେ ଧାରା ଯାଇଥାଏ l ଏହି ଉପଚାର ଦ୍ୱାରା ଗଧ ଜରିଆରେ ମାନସିକ ଦୁଶ୍ଚିନ୍ତା ,ଅବସାଦ ସହିତ ଶାରୀରିକ ଓ ମାନସିକ ବିକାର ମଧ୍ୟ ଦୂର ହୋଇଥାଏ l ଏହା ଏକ ପ୍ରକାରର ଥେରାପି ଅଟେ ,ଏହି ଥେରାପିରେ ସ୍ୱାସ୍ଥ୍ୟ କର୍ମୀ ମାନେ ଗଧକୁ ଆଲିଙ୍ଗନ କରିଥାନ୍ତି ଯାହା ଦ୍ୱାରା ତାଙ୍କର ଅବସାଦ ଦୁରାଇଥାଏ l ସ୍ପେନ୍ ରେ ଏହି କାର୍ଯ୍ୟକୁ “ଦ ହାପି ଲିଟିଲ ଡଙ୍କୀ ” ନାମକ ସଂସ୍ଥା ପରିଚାଳନା କରୁଛି ,ଏହି କାର୍ଯ୍ୟରେ ତାଙ୍କ ସହିତ ୨୩ ଟି ଗଧ ରହିଛନ୍ତି l

ବିଶେଷଜ୍ଞ ମାନଙ୍କ ମତରେ ଗଧ ନିଜର କୋମଳ ଶୋଭାବ ପାଇଁ ଓ ବ୍ୟକ୍ତିଗତ ସ୍ଥାନ ପାଇଁ ମାନସିକ କିମ୍ବା ଅବସାଦ ବିକାରକୁ ଦୂର କରିବାରେ ସାହାଯ୍ୟ କରିଥାନ୍ତି l ଏହି କାମକୁ ଘୋଡା ମାନଙ୍କ ସାହାଯ୍ୟରେ ମଧ୍ୟ କରାଯାଇ ପାରିବ ,କିନ୍ତୁ ଘୋଡ଼ାମାନେ ଟିକେ ଚଞ୍ଚଳ ଶୋଭାବର ଅଟନ୍ତି l ଜଣେ ୨୫ ବର୍ଷୀୟ ଡାକ୍ତରୀ ଛାତ୍ର କହିଛନ୍ତି ସ୍ପେନରେ ବର୍ତ୍ତମାନ କରୋନାର ଦୁତୀୟା ଲହରୀ ଚାଲିଛି l ରୋଗୀ ମାନଙ୍କୁ ଲଗାତାର ଭାବରେ ମୃତ୍ୟୁ ବାରଣ କରୁଥିବାର ଦେଖି ଡାକ୍ତର ମାନେ ଅବସାଦ ଗ୍ରସ୍ତ ହୋଇଯାଉଛନ୍ତି l କିନ୍ତୁ ଏହି ଥେରାପି ଦ୍ୱାରା ଆମମାନଙ୍କୁ ରିଲାକ୍ସ ଲାଗୁଛି l

ଡାକ୍ତର ଗଧ ପରି ଯୋଜନା ଆରମ୍ଭ ହୋଇଥିଲା ଜୁନ ମାସର ଶେଷ ବେଳକୁ , ଯାହାକି ଗୋଟିଏ ଜୀବାଣୁ ସହିତ ଯୋଡି ହୋଇଥିବା ଲୋକ ମାନଙ୍କୁ ଆରମ୍ଭ ଦେବା ପାଇଁ ଗୋଟିଏ ଚିକିତ୍ସା ଭାବରେ ଆରମ୍ଭ କରାଯାଇଥିଲା l  କରୋନା ଭାଇରସ କାରଣରୁ ସ୍ପେନରେ ପାଖାପାଖି ୩୩୪୦୦ ଲୋକ ମୃତ୍ୟୁ ବାରଣ କରିଛନ୍ତି l

Leave A Reply