ଡୋନାଲଡ ଟ୍ରମ୍ପ ଙ୍କ ଟେରୀଫ ୱାର ମଧ୍ୟରେ ଭାରତୀୟ ମୁଦ୍ରାରେ ଐତିହାସିକ ହ୍ରାସ, ସାଧାରଣ ଭାରତୀୟ ପକେଟ ଉପରେ ପଡିବ ପ୍ରଭାବ
ଡୋନାଲଡ ଟ୍ରମ୍ପ ଙ୍କ ଟେରୀଫ ୱାର ଦୁନିଆର ସମସ୍ତ ଦେଶ ଙ୍କ ମୁଦ୍ରା କୁ ପ୍ରଭାବିତ କରିଛି, ଷୋମବାର ଦିନ ଭାରତୀୟ ମୁଦ୍ରା ୪୪ ପଇସାରୁ ହ୍ରାସ ହୋଇ ୮୭,୯୪୦୦ ପ୍ରତି ଡଲାର ର ଐତିହାସିକ ଭାବରେ ନିମ୍ନ ସ୍ତରରେ ପହଂଚି ଯାଇଛି, କୁହାଯାଉଛି ଯେ ଏହି ହ୍ରାସ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କ ଷ୍ଟିଲ ଓ ଆଲୁମିନିୟମ ଇମ୍ପୋର୍ଟ ଉପରେ ୨୫ ପ୍ରତିଶତ ଟେରୀଫ ଲଗାଇବାକୁ ନେଇ ହୋଇଛି l ମୁଦ୍ରା ରେ ହ୍ରାସ ପରେ ଭାରତୀୟ ସେୟାର ମାର୍କେଟ ରେ ମଧ୍ୟ ବଡ଼ ଧରଣର ପତନ ହୋଇଛି, ବିଶେଷ ଭାବରେ ମେଟାଲ ଜିନିଷ ରେ ସେୟାର ବଜାର ରେ ହ୍ରାସ ଦେଖିବାକୁ ମିଳିଛି l
ଡଲାର ତୁଳନାରେ ଭାରତୀୟ ମୁଦ୍ରା ହ୍ରାସ କାରଣରୁ ସାଧାରଣ ଭାରତୀୟ ଙ୍କ ପାକେଟ ଉପରେ ସିଧାସଳଖ ପ୍ରଭାବ ପଡିବ, ବିଶେଷ ଭାବରେ ସେୟାର ମାର୍କେଟ ରେ ମୁଦ୍ରା ହ୍ରାସ କାରଣରୁ ବାହାରୁ ଆସୁଥିବା ଜିନିଷ ଗୁଡିକ ର ଦରଦାମ ଦ୍ରୁତ ଗତିରେ ବୃଦ୍ଧି ପାଇବ, ଯେଉଁ କାରଣରୁ ଦେଶରେ ସବୁ ଜିନିଷ ମାହାଙ୍ଗା ହୋଇଯିବ l ମୁଦ୍ରା ହ୍ରାସ କାରଣରୁ ପେଟ୍ରୋଲ ଜାତୀୟ ଜିନିଷ ର ମଧ୍ୟ ଡର ବୃଦ୍ଧି ହୋଇଯିବ l ଯାହାର ପ୍ରଭାବ ଉପୋଭୋକ୍ତା ଙ୍କ ପାକେଟ ଉପରେ ପଡିବ l
ମୁଦ୍ରା ଦର ହ୍ରାସ କାରଣରୁ ରପ୍ତାନି ଓ ଆମଦାନୀ ହେଉଥିବା ଜିନିଷ ଗୁଡିକ ର ବ୍ୟବସାୟ ପାଇଁ ଗୋଟିଏ ଆହ୍ୱାନ ଦେଖାଯିବ l ବିଶେଷ ଭାବରେ ଆଇଟି, ଫାର୍ମା , ଜେମ୍ସ ଓ ଜୁଏଲାରୀ ଭଳି କ୍ଷେତ୍ର କୁ ଏହାର ଲାଭ ମିଳିବ l କାହିଁକି ନା ଏହିସବୁ ଜିନିଷ କୁ ବିଦେଶ ରୁ ଡଲାର ହିସାବ ରେ ପେମେଂଟ ଆସିଥାଏ l