Odisha news

ନିଜ ଜୀବନକୁ ବାଜି ଲଗାଇ ଗର୍ଭବତୀ କୁକୁର ନିଆଁରୁ ୪ଜଣଙ୍କୁ ଉଦ୍ଧାର କଲା

0

ନୂଆଦିଲ୍ଲୀ : କୁକୁରକୁ ମଣିଷ ମନଙ୍କର ସବୁଠୁ ବିଶ୍ୱାସ ଯୋଗ୍ୟ ପଶୁ ଓ ସାଙ୍ଗ ବୋଲି କାହିଁକି କୁହାଯାଇଥାଏ ତାହାର ଗୋଟିଏ ଜ୍ୱଳନ୍ତ ଉଦାହରଣ ରୁଷରେ ଦେଖିବାକୁ ମିଳିଛି l ସ୍ଥାନୀୟ ଗଣମାଧ୍ୟମ ଖବର ଅନୁସାରେ ରୁଷର ଗୋଟିଏ ଗର୍ଭବତୀ କୁକୁର ଏକ ଘରୋଇ ଧର୍ମଶାଳା କେନ୍ଦ୍ରରେ ବିସ୍ଫୋଟ ହେବାପରେ ୪ଜଣ ବୟସ୍କ ଲୋକଙ୍କୁ ବଂଚାଇବାରେ ସାହାଯ୍ୟ କରିଛି l

ଏହି ଘଟଣା ସମୟରେ କୁକୁରଟି ମଧ୍ୟ ନିଆଁରେ ଜାଳି ଯାଇଥିଲା l ବର୍ତମାନ ସେହି କୁକୁରର ଚିକିତ୍ସା ଉପଚାର ପାଇଁ ସହରର ଲୋକମାନେ ପଇସା ଏକାଠି କରିବାରେ ଲାଗି ପଡିଛନ୍ତି l ରୁଷର ସେଣ୍ଟ ପୀଟର୍ସ ବର୍ଗ ନିକଟରେ ଲେନିନ ଗ୍ରାଦ ଅଂଚଳରେ ଏକ ଘରୋଇ ଧର୍ମଶାଳା କେନ୍ଦ୍ରରେ ନିଆଁ ଲାଗିଯାଇଥିଲା l

ମାଟିଲଡା ନାମକ କୁକୁରଟି ୪ଜଣ ବୟସ୍କ ବ୍ୟକ୍ତିଙ୍କୁ ସତର୍କ କରିବା ପାଇଁ ଭୁକିବାକୁ ଲାଗିଲା ଭୁକିବ କାରଣରୁ ଅଗ୍ନିଶ୍ରମ ବିଭଗକୁ ଜଳୁଥିବା କଥାତଳେ ୪ଜଣ ବୟସ୍କ ବ୍ୟକ୍ତି ଫସି ରହିଥିବାର ତଥ୍ୟ ମିଳିଥିଲା l ଯେଉଁ ସ୍ଥାନରେ ନିଆଁ ଲାଗିଥିଲା ସେଠାରେ ବୟସ୍କ ମାନଙ୍କୁ ବାହାର କରାଯାଇ ତୁରନ୍ତ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତି କରାଗଲା l ମିଟିଲଡାର ପ୍ରତିକ୍ରିୟା କାରଣରୁ ୪ଜଣଙ୍କୁ ରକ୍ଷା କରାଯାଇଥିଲେ ମଧ୍ୟ ଭୁଲ ବଶତଃ ଅଗ୍ନିଶ୍ରମ ବିଭାଗ ମାଟିଲଡାକୁ ସେଠାରେ ଛାଡି ଦେଇ ଯାଇଥିଲେ l ଜଳୁଥିବା କିଛି କାଠ ଖଣ୍ଡ ସାହାଯ୍ୟରେ ସେ ମଧ୍ୟ ପଡିଗଲା l କିଛି ସମୟପରେ ଲୋକମାନଙ୍କୁ ତାର ଚିନ୍ତା ଆସିବାରୁ ମାଟିଲଡାକୁ ସେଠାରୁ ବାହାର କରି ପଶୁ ଡାକ୍ତରଖାନାରେ ଭର୍ତି କରାଗଲା l ବର୍ତ୍ତମନ ସେ ପୂର୍ବ ଅପେକ୍ଷା ସୁସ୍ଥ ଅଛି l

Leave A Reply