Odisha news

ଡାକ୍ତର ତିଆରି କଲେ ମେସିନ : ବାୟୁ ରୁ ଟାଣିଆଣି ରୋଗୀଙ୍କୁ ଦିଆହେବ ଅପାତକାଳୀନ ଅକ୍ସିଜେନ

0

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ର ଆଗର ମଲାବ ଜିଲ୍ଲାରେ ରୋଗୀ ମାନଙ୍କ ପାଇଁ ଲଗାତାର ଅକ୍ସିଜେନ ର ଅଭାବ ଦେଖା ଦେଉଛି l ତେଣୁ ସରକାରୀ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀ ତିଆରି କଲେ ଅକ୍ସିଜେନ ଦେବା ପାଇଁ କମ୍ପ୍ରେସର ମେସିନ l ଏହି ମେସିନ ସାହାଯ୍ୟରେ ବାୟୁମଣ୍ଡଳରୁ ଅକ୍ସିଜେନ ଅଣାଯାଇ ରୋଗୀ ମାନଙ୍କୁ ଦିଆଯାଇ ପାରିବ l ଯାହାଦ୍ୱାରା ଅପାତକାଳୀନ ଭାବରେ ରୋଗୀମାନେ ଅକ୍ସିଜେନ ପାଇପାରିବେ l

ଆପଣ ଥ୍ରୀ ଇଡିଅଟ ଚଳଚିତ୍ର ଦେଖିଥିବେ ,ଯେଉଁଥିରେ ଅମୀର ଖାନ ଆବଶ୍ୟକତା ପଡିବାରୁ ବ୍ୟାକୁମ ମେସିନ ସାହାଯ୍ୟରେ ପ୍ରସବ ମଧ୍ୟ କରାଇ ଦେଇଥିଲେ l ସେହିଭଳି ସରକାରୀ ଡାକ୍ତର ଅକ୍ସିଜେନ ର ଅଭାବକୁ ଦୂର କରିବା ପାଇଁ ଏହି ମେସିନ କୁ ପ୍ରସ୍ତୁତ କରିଛନ୍ତି l ରୋଗୀ ମାନଙ୍କ ଅସୁବିଧାକୁ ଦେଖି ଡାକ୍ତର ବ୍ରଜ ଭୂଷଣ ପାଟିଦାର ଦାନ୍ତ ଚିକିତ୍ସା ବିଭାଗକୁ ଆସୁଥିବା କମ୍ପ୍ରେସର ମେସିନ ରେ କିଛିଟା ପରିବର୍ତନ କରିଛନ୍ତି ଯେ ଯାହାଦ୍ୱାରା ବାୟୁମଣ୍ଡଳରୁ ଅକ୍ସିଜେନ ଆଣି ରୋଗୀ ମାନଙ୍କୁ ଦିଆଯାଇପାରିବ l

ସେ କହିଛନ୍ତି ଯେ ଗତ କିଛିଦିନ ହେଲାଣି ଅକ୍ସିଜେନ ର ଆବଶ୍ୟକତା ଅଧିକ ଦେଖା ଦେଉଥିଲେ ଯେଉଁ କାରଣରୁ ତାଙ୍କୁ ମେସିନ ତିଆରି କରିବା ପାଇଁ ଚିନ୍ତା ଆସିଲା l ଦାନ୍ତ ଚିକିତ୍ସା ପାଇଁ ଉପଲବ୍ଧ କମ୍ପ୍ରେସର ରେ ୨୦ -୨୫ ହଜାର ଟଙ୍କା ଖର୍ଚ କରି ଏହି ମେସିନ ତିଆରି କରାଯାଇଛି l ଏହି ମହାମାରୀ ସମୟରେ ସୀମିତ ସାଧନ ଦ୍ୱାରା ଲୋକମାନଙ୍କ ଜୀବନ ରକ୍ଷା କରି ପାରିଥିବାରୁ ତାଙ୍କୁ ଆମର ସଲାମ l

Leave A Reply