ବିଶେଷ ଭାବରେ ଆଲୋକର ପର୍ବ ଦୀପାବଳି ରେ ମାତା ଲକ୍ଷ୍ମୀ ଏବଂ ଗଣପତି ଙ୍କୁ ପୂଜନ କରାଯାଇଥାଏ, ମାନ୍ୟତା ରହିଛି ଯେ ଏହିଦିନ ଗଣପତି ଏବଂ ଲକ୍ଷ୍ମୀ ଙ୍କୁ ପୂଜନ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l କୁହାଯାଏ ଯେ ଦୀପାବଳି ରେ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ଧନ ର ଅଭାବ ରୁହେ ନାହିଁ, ଏବଂ ଗଣେଶ ଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ବିଘ୍ନ ର ବିନାଶ ହୋଇଥାଏ l କିନ୍ତୁ ଦୀପାବଳି ରେ ଲକ୍ଷ୍ମୀ ଓ ଗଣପତି ଙ୍କୁ ପୂଜନ କରିବା ପାଇଁ ବିଶେଷ ମନ୍ତ୍ର ପାଠ ମଧ୍ୟ କରାଯାଇଥାଏ l
ଦୀପାବଳି କାର୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ହୋଇଥାଏ, ଏହିଦିନ ପିତୃ ପୁରୁଷ ଙ୍କୁ ମଧ୍ୟ ବଡ଼ବଡ଼ୁଆ ଡାକ ଦିଆଯାଇଥାଏ l ଦୀପାବଳି ର ସନ୍ଧ୍ୟା ସମୟ ରେ ପିତୃ ପୁରୁଷଙ୍କ ନିମିତ୍ତ ପୂଜା ଅର୍ପଣ କରାଯାଇ ଲକ୍ଷ୍ମୀ ଓ ଗଣପତି ଙ୍କୁ ପୂଜା କରାଯାଏ l
ମାନ୍ୟତା ରହିଛି ଯେ ଏହିଦିନ ଗଣେଶ ଶାସ୍ତ୍ରକ ପାଠ କରିବା ଦ୍ୱାରା ଲକ୍ଷ୍ମୀ ଓ ଗଣେଶ ସନ୍ତୁଷ୍ଟ ହୋଇଥାଆନ୍ତି l ଏବଂ ଲକ୍ଷ୍ମୀଙ୍କୁ ପୂଜାରେ ପଦ୍ମ ଫୁଲ ଅର୍ପଣ କରିବା ଦ୍ୱାରା କୃପା ପ୍ରାପ୍ତ ହୋଇଥାଏ l
* ଦୀପାବଳି ଦିନ ଗଣପତିଙ୍କୁ ପୂଜା କରିବା ସମୟ ରେ ‘ଓଂ ଗଂ ଗଣପତୟେ ନମଃ ‘ମନ୍ତ୍ରକୁ ପାଠ କରନ୍ତୁ, ଏହା ଗଣପତିଙ୍କର ସବୁଠୁ ଶକ୍ତିଶାଳୀ ମନ୍ତ୍ର, ଯାହା ଜୀବନ ରେ ସୁଖ-ସମୃଦ୍ଧି ର ଆଗମନ ଆଣିଥାଏ l
* ଏବଂ ମା ଲକ୍ଷ୍ମୀଙ୍କ ପାଇଁ ‘ଓଂ ଶ୍ରୀଙ୍ଗ ହ୍ରୀଙ୍ଗ କ୍ଳିଙ୍ଗ ମହାଲକ୍ଷ୍ମୟେ ନମଃ ‘ ମନ୍ତ୍ରକୁ ପାଠ କରନ୍ତୁ , ଏହି ମନ୍ତ୍ର ସମସ୍ତ ଦୁଃଖର ବିନାଶ ଅଟେ ଏବଂ ଜୀବନ ରେ ସୁଖ-ସମୃଦ୍ଧିର ଆଗମନ ଆଣିଥାଏ l
* ଦୀପାବଳି ରେ ଗଣେଶ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ୨ଟି ନୁହେଁ ଗୋଟିଏ କଳସ ସ୍ଥାପନା କରନ୍ତୁ, ଏବଂ ଗଣେଶ ଙ୍କୁ ଦୁବ ଘାସ , ଗୋଟା ପାନ, ବିଡିଆ ପାନ, ବେଲପତ୍ର ଅର୍ପଣ ନିହାତି କରନ୍ତୁ ଏଥିସହିତ ପଦ୍ମ ଫୁଲ ଟିଏ ମଧ୍ୟ ଅର୍ପଣ କରନ୍ତୁ l ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ଦୁବ ସହିତ ବରକୋଳି ପତ୍ର , ଗୋଟା ପାନରେ ଚନ୍ଦନ ସିନ୍ଦୁର ଲଗାଇ ଅର୍ପଣ କରନ୍ତୁ, ଏବଂ ତିଳକ ରେ ହଳଦୀ ଏବଂ ଚାଉଳ ସିନ୍ଦୁର ଲଗାଇ ଅର୍ପଣ କରନ୍ତୁ , ଏବଂ ଲକ୍ଷ୍ମୀ ଙ୍କ ପାଦରେ ପଦ୍ମ ଫୁଲ ଟିଏ ଅର୍ପଣ କରନ୍ତୁ l ଏହାଦ୍ୱାରା ସୁଖ ସମୃଦ୍ଧିର ଆଗମନ ହୋଇଥାଏ l