Odisha news

ଡିପ୍ରେସନ ଦୂର କରିବା ପାଇଁ ପ୍ରେମାନନ୍ଦ ଗୁରୁଜୀଙ୍କ ଚମତ୍କାର ମନ୍ତ୍ର ଟିପ୍ସ

0

ଆଜିର ବ୍ୟସ୍ତବହୁଳ ଜୀବନ ରେ ଆମେ ସମସ୍ତେ କୌଣସୀନା କୌଣସି ମାନସିକ ଉତେଜନା ମଧ୍ୟରେ ରହୁଚୁ, ଯାହା ଆମକୁ ମାନସିକ ଶାନ୍ତି ଠାରୁ ଦୁରେଇ ରଖୁଛି ଏବଂ ସାଙ୍ଘାତିକ ଡିପ୍ରେସନ ଆଡକୁ ମଧ୍ୟ ଟାଣି ନେଉଛି l  ଏଭଳି ସ୍ଥିତିରେ ଆମେ ଔଷଧର ସାହାରା ନେଉଛୁ, ଯେଉଁ କାରଣରୁ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ବିଭିନ୍ନ ରୋଗରେ ପୀଡିତ ହେଉଚୁ l

ଏପରି ସ୍ଥିତିରେ କଥାବାଚକ ପ୍ରେମାନନ୍ଦ ଗୁରୁଜୀ ଙ୍କ  ମତରେ ପୂଜା-ପାଠ ରେ ମନୋନିବେଶ କରିବା ଜରୁରୀ ଏବଂ ନିଜକୁ ଆଧ୍ୟାତ୍ମିକ ଚେତନାରେ ଅନୁ ପ୍ରଣୀତ କରନ୍ତୁ l କିନ୍ତୁ ଆଜିକାଲି ମାନସିକ ଉତେଜନା ହ୍ରାସ କରିବା ପାଇଁ ପ୍ରାୟ ସମସ୍ତେ ଔଷଧର ସାହାଯ୍ୟ ନେଉଛନ୍ତି, କିନ୍ତୁ ସବୁବେଳେ ଔଷଧ ସେବନ ଠିକ ନୁହେଁ l ସେଥିପାଇଁ କିଛିଟା ମନ୍ତ୍ର ରହିଛି ଯାହାକି ମାନସିକ ଚାପ ନିକଟରୁ ଆମକୁ ଦୁରେଇ ରଖିଥାଏ l

ପ୍ରଥମ ମନ୍ତ୍ର –
ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କିଛି ସମୟ ମେଡ଼ିଟେସନ କରିବା ଜରୁରୀ, ଏହାଦ୍ୱାରା ମାନସିକ ଶାନ୍ତି ମିଳିଥାଏ ଏବଂ ଜୀବନରୁ ନକାରାତ୍ମକ ଉର୍ଜା ଦୂର ହୋଇଥାଏ l ତେଣୁ ଶାସ୍ତ୍ର ଅନୁସାରେ ଜୀବନରେ ସୁଖ ସମୃଦ୍ଧି ପାଇଁ, ଏବଂ ଦେବାଦେବୀ ଙ୍କ କୃପା ଲାଭ କରିବା ପାଇଁ, କୌଣସି ଦେବତା ଙ୍କ ନାମ ଜପ କରନ୍ତୁ l ମାନସିକ ଶାନ୍ତି ଲାଭ ହେବ l

ଦ୍ଵିତୀୟ ମନ୍ତ୍ର –
ଜୀବନରେ ଶାନ୍ତି ପାଇଁ ଓଂ ଶାନ୍ତି ମନ୍ତ୍ର ଜପ କରନ୍ତୁ l ଯାହାକି ଜୀବନ ରେ ଶୁଭ ପ୍ରଭାବ ପକାଇଥାଏ l ଏହାକୁ ଜପ କରିବା ଦ୍ୱାରା ନିକଟର ବାତାବରଣ ଶାନ୍ତ ରହିଥାଏ ଏବଂ ଉତେଜନା ରୁ ମୁକ୍ତି ମିଳିଥାଏ l

ତୃତୀୟ ମନ୍ତ୍ର –
ଯଦି ଆପଣ ନକାରାତ୍ମକ ଉର୍ଜା ର ସମୁଖୀନ ହେଉଛନ୍ତି ତେବେ ‘ଓଂ ହିଂ ନମଃ ଶିବାୟ ‘ ମନ୍ତ୍ର ଜପ କରନ୍ତୁ l ଏହାଦ୍ୱାରା ସକାରାତ୍ମକ ଉର୍ଜା ର ସଂଚାର ହୋଇଥାଏ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ l

ଚତୁର୍ଥ ମନ୍ତ୍ର –
ଯଦି ମନରେ ଅଶାନ୍ତି ଦେଖା ଯାଉଛି ତେବେ ନିୟମିତ ଓଂ ନମୋ ନାରାୟଣ ମନ୍ତ୍ର ନିୟମିତ ପାଠ କରନ୍ତୁ l ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ରୋଗ ଠାରୁ ଦୁରେଇ ରହିବେ, ରକ୍ତଚାପ ମଧ୍ୟ ସନ୍ତୁଳିତ ରହିବ l

ପଞ୍ଚମ ମନ୍ତ୍ର –
ପ୍ରତିଦିନ ‘ଓଂ ଏଂ ସରସ୍ଵତୀ ନମଃ ‘ମନ୍ତ୍ର ପାଠ କରିବା ଦ୍ୱାରା ଏକାଗ୍ରତା କାର୍ଯ୍ୟରେ ଅଧିକ ବଢିବ ଏବଂ ଚାକିରୀ ହେଉ କିମ୍ବା ବ୍ୟବସାୟ ସଫଳତା ଲାଭ ହେବ l

ପ୍ରତିଦିନ ଏହି ମନ୍ତ୍ର ଗୁଡିକୁ ପାଠ କରି ଜୀବନକୁ ଶାନ୍ତି ମୟ କରନ୍ତୁ, ଏବଂ ଜୀବନକୁ ସୁଖ-ସମୃଦ୍ଧି ରେ ପରିପୂର୍ଣ କରନ୍ତୁ l

Leave A Reply