Odisha news

ସଡକ ଦୁର୍ଘଟଣାରେ ଚିକିସ୍ଥିତ ଯବାନକଂ ମୃତ୍ୟୁ

0

ଢ଼େଙ୍କିକୋଟ ତା ୨୬. ୪ = ଘଟଗାଁବ୍ଲକ୍ ଅନ୍ତର୍ଗତ ବାଣକାଣ୍ଡ ଗ୍ରାମର କ୍ଷୀରେଦ କୁମାର୍ ମିଶ୍ର ଗତ ୫ ତାରିଖରେ ବାଇକ ଯୋଗେ କେନ୍ଦୁଝରରୁ ଘରକୁ ଫେରିବାବେଳେ ସନ୍ଧ୍ୟା ବେଳେ ଖଜୁରିଜୁଆଣୀ ଠାରେ ତାଂକୁ ଏକ ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେଇ ଚାଲିଯାଇଥିଲା  l  ସେ ଭୁବନେଶ୍ବରରେ ଏକ ଘରୋଇ ହସପିଟାଲରେ ଚିକିସ୍ଥିତ ହେଉଥିଲେ  l ସେ ଭାରତୀୟ ଆର୍ମି ବିଭାଗରେ ଦଶବର୍ଷ ହେବ ଚାକିରିକରି ଘରକୁ ଆସିଥିଲେ l  ତେବେ ଦୁର୍ଘଟଣାରେ ତାଂକର ମୁଣ୍ଡରେ ଗଭିର ଆଘାତ ଲାଗିଥିଲା  ଏବଂ ସେ କୋମା ଅବସ୍ତାରେ ଥିଲେ l  ତେବେ ଆଜି ଚିକିସ୍ଥିତ ଅବସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଛି  l  ଏହି ଖବର ଗ୍ରାମରେ ପହଞ୍ଚିବା ପରେ  ଗ୍ରାମରେ ଶୋକରଛାୟା ଖେଳିଯାଇଛି  l  ଘରେ ତାଂକର ବିଧବା ପତ୍ନୀ ଓ ଛୋଟ ପୁଅଟିଏ  l ଆଜି ତାଙ୍କର ମରଶରୀର ଗ୍ରାମରେ ପହଞ୍ଚିବା ପରେ ଅନେକଲୋକ ତାଂକର ଶେଷ ଦର୍ଶନ କରିଥିଲେ  l

Leave A Reply