Odisha news

ରାମକୋ କାରଖାନା ସମ୍ମୁଖରେ ଚାଲିଥିବା ଧାରଣା ପ୍ରତ୍ୟାହୃତ

0

ଧର୍ମଶାଳା୨୪ ।୯: ବିଭିନ୍ନ ଦାବି ନେଇ ଧର୍ମଶାଳା ବ୍ଲକ ହରିଦାସପୁରସ୍ଥିତ ରାମକୋ ସିମେଂଟ୍ କାରଖାନା ସମ୍ମୁଖରେ ବୁଧବାର ଠାରୁ ଚାଲିଥିବା ଧାରଣା ଆଜି ସାମୟିକ ଭାବେ ପ୍ରତ୍ୟାହୃତ ହୋଇଛି । କଂପାନୀ ପ୍ରତିଷ୍ଠା ହେବା ପୂର୍ବରୁ ସ୍ଥାନୀୟ ପଂଚାୟତବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନକରିବା ପ୍ରତିବାଦରେ ରାମକୋ ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଏହି ଧାରଣା ଦିଆଯାଇଥିଲା ।

କଂପାନୀ କର୍ତୃପକ୍ଷ ସ୍ଥାନୀୟ ପଂଚାୟତ ପ୍ରତିନିଧିଙ୍କ ଜାଲ ଦସ୍ତଖତ କରି ଗୋଚର ଓ ଦେବୋତର ଜମି ହାତେଇବା, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନମିଳିବା, ପ୍ରଦୂଷଣ ସୃଷ୍ଟି କରିବା ଭଳି ବିଭିନ୍ନ ଅଭିଯୋଗ ଆଣିବା ସହ ୧୩ଦଫା ଦାବି ନେଇ ଥାନୁଆଳ, ଆରୁହା ଏବଂ ହରିଦାସପୁର ପଂଚାୟତର ଶତାଧିକ ଲୋକେ କଂପାନୀ ଗେଟ୍ ସମ୍ମୁଖରେ ଧାରଣାରେ ବସି ରହିଥିଲେ ।

ଯାଜପୁର ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଆଜି ଏଡିଏମ ଘଟଣା ସ୍ଥଳରେ ପହଁଚି କମ୍ପାନୀ କତୃପକ୍ଷଙ୍କୁ ନେଇ ଆନେ୍ଦାଳକାରୀଙ୍କ ସହ ଆଲୋଚନା କରିଥିଲେ । ଆଜି ଅପରାହ୍ନରେ କମ୍ପାନୀ କତୃପକ୍ଷଙ୍କ ସହିତ ପ୍ରତିରୋଧ ସଂଗ୍ରାମ ସମିତିର ପ୍ରତିନିଧିମାନେ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ସ୍ଥିର କରାଯିବା ପରେ ଆନେ୍ଦାଳନକାରୀମାନେ ଧାରଣାରୁ ଓହରିଛନ୍ତି । ତେବେ ଆଲୋଚନା ସଫଳ ନହେଲେ ଆଗକୁ ପୁଣି ଆନେ୍ଦାଳନ କରାଯିବ ବୋଲି ଧାରଣାକାରୀମାନେ ଚେତାବନୀ ଦେଇଛନ୍ତି ।

Leave A Reply