Odisha news

ଟ୍ରକ ଧକ୍କାରେ ୨ ବାଇକ ଆରୋହୀ ଆହତ

0

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନେଉଳପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ଟ୍ରକ ଧକ୍କାରେ ୨ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି ।

ଯାଜପୁର ଜିଲ୍ଲା ଖଣ୍ଡରା ଗ୍ରାମର ରାଜେଶ କୁମାର ଦାସ (୨୯) ଓ ନିରାକାର ପଣ୍ଡା( ୩୪) ରବିବାର ଦିନ ଓଡି ୦୪-୯୧୯୪ ସ୍କୁଟରରେ ଘରକୁ ଯାଉଥିଲା ବେଳେ ଆଜି ସନ୍ଧ୍ୟାରେ ନେଉଳପୁର ଠାରେ ଓଡି ୩୩ କ୍ୱୁ ୫୪୯୧ ଟ୍ରକ ସହିତ ଧକ୍କା ହୋଇଥିଲା ।

ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ହୋଇଯାଇଥିଲା । ଖବର ପାଇ ଦୁର୍ଘଟଣା ଗ୍ରସ୍ତ ବାଇକ ଆରୋହୀଙ୍କୁ ଚଣ୍ଡିଖୋଲ ଦମକଳ ବାହିନୀ ଉଦ୍ଧାର କରି  ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟା କେନ୍ଦ୍ରରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ସ୍ଥାନାନ୍ତରେ କରାଯାଇଛି ।

Leave A Reply