ଧର୍ମଶାଳା ୧୭ ।୮: ଧର୍ମଶାଳା ଥାନା ଅନତର୍ଗତ ନେଉଳପୁର ଗ୍ରାମରେ ଜଣେ ନାବାଳିକାକୁ ବଳକ୍ରାର ଉଦ୍ୟମ ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅଭିଯୋଗ ମୁତାବକ ନେଉଳପୁର ଗ୍ରାମର କାଠିଆ ଦେଉରୀ (୧୯) ରବିବାର ପଡୋଶୀ ଘରେ କେହି ନଥିବା ର ସୁଯୋଗ ନେଇ ଜଣେ ନାବାଳିକାକୁ ବଳାକ୍ରାର ଉଦ୍ୟମ କରିଥିଲା ।
ଏସମ୍ପର୍କରେ ନାବାଳିକା ଜଣକ ତାର ପରିବାର ଲୋକଙ୍କୁ କହିବା ପରେ ତାର ବାପା ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୩୨୦/୨୦ ନମ୍ବରରେ ଏକ କେଶ ରୁଜୁ କରି ଅଭିଯୁକ୍ତ କାଠିଆକୁ ରାତିରେ ଗିରଫ କରିଥିଲା । ଆଜି ଯାଜପୁର ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇ ଅଭିଯୁକ୍ତ କାଠିଆକୁ ଯାଜପୁର କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସରୋଜ କୁମର ସାହୁ ସୂଚନା ଦେଇଛନ୍ତି ।