Odisha news

ବିନା ଫ୍ରୀଜ୍ ରେ ଧନିଆ ପତ୍ରକୁ ୧୫ ଦିନ କିପରି ସତେଜ ରଖିପାରିବେ

0

ଧନିଆ ପତ୍ର ଯେକୌଣସି ଖାଦ୍ୟର ସ୍ୱାଦ ବଢ଼ାଇ ଦେଇଥାଏ l ଖାସ କରି ତରକାରୀରେ ଯଦି ସବୁଜ ଧନିଆ ପତ୍ର ବ୍ୟବହାର ହୁଏ ତେବେ ତାର ସ୍ୱାଦ ଅନେକ ମାତ୍ରାରେ ବଢ଼ିଯାଏ l କିନ୍ତୁ ଧନିଆ ପତ୍ରକୁ ସତେଜ ରଖିହୁଏ ମାତ୍ର ଦୁଇ ତିନି ଦିନ ପାଇଁ ତାହା ପୁଣି ଫ୍ରୀଜ୍ ର ସାହାଯ୍ୟରେ l ଦୁଇ ତିନି ଦିନ ପରେ ଫ୍ରୀଜ୍ ରେ ରହିଥିବା ଧନିଆ ପତ୍ର ଆଉ ବ୍ୟବହାର ଯୋଗ୍ୟ ନଥାଏ l ଧନିଆ ପତ୍ରକୁ କିପରି ଅନେକ ଦିନ ପର୍ଯ୍ୟନ୍ତ ସତେଜ ରଖି ପାରିବେ ସେ ବିଷୟରେ ଆପଣଙ୍କୁ ଆମେ କହୁଛୁ l

* ଯେବେବି ଆପଣ ବଜାରରୁ ସତେଜ ଧନିଆ ପତ୍ର ଆଣୁଛନ୍ତି ତାର ଚେରକୁ ଛିଡ଼ାଇ ଅଲଗା କରି ଦିଅନ୍ତୁ l

* ଏହାପରେ ଗୋଟିଏ ପାତ୍ରରେ କିଛି ପାଣି ନିଅନ୍ତୁ ଓ ସେଥିରେ ଏକ ଚାମଚ ହଳଦୀ ଗୁଣ୍ଡ ପକାନ୍ତୁ l

* ତାପରେ ଧନିଆ ପତ୍ର ଗୁଡିକୁ ପାଖାପାଖି ୩୦ ମିନିଟ ପର୍ଯ୍ୟନ୍ତ ଏହି ପାଣିରେ ପକାଇ ରଖନ୍ତୁ l

* ଏହା ପରେ ପତ୍ର ଗୁଡିକୁ ପାଣିରୁ ବାହାର କରି ଖାଲି ପାଣିରେ ଧୋଇ ପାଣି ନିଗିଡିବା ପାଇଁ ରଖି ଦିଅନ୍ତୁ l

* ପାଣି ଭଲକରି ନିଗିଡି ଗଲା ପରେ ତାକୁ ଗୋଟିଏ ଶୁଖିଲା କପଡା ସାହାଯ୍ୟରେ ପୋଛି ନିଅନ୍ତୁ,ଯେପରି ଧନିଆ ପାତ୍ରରେ ଟିକେବି ପାଣି ରହିବ ନାହିଁ l

* ଆପଣ ଯେତେବେଳେ ଅନୁଭବ କରିବେ ଧନିଆ ପାତ୍ରରେ ଆଉ ଟିକେବି ପାଣି ନାହିଁ ତାପରେ ଗୋଟିଏ କାଚ ଡବାରେ ଧନିଆ ପତ୍ରକୁ ପୁରାଇ ତାର ଢ଼ାଙ୍କୁଣୀକୁ ଟାଇଟରେ ବନ୍ଦକରି ରଖି ଦିଅନ୍ତୁ lଏହି ପରି କରବା ଦ୍ୱାରା ଧନିଆ ପତ୍ର ଦୁଇ ସପ୍ତାହ ପର୍ଯ୍ୟନ୍ତ ସତେଜ ରହି ପାରିବ l

ସବୁଜ ଧନିଆରୁ କି ଲାଭ ମିଳିଥାଏ-

ମଧୁମେହ ରୋଗ ପାଇଁ ଧନିଆ ପତ୍ର ଅତ୍ୟନ୍ତ ଲାଭ ଦାୟକ l ମଧୁମେହ ରୋଗୀମାନେ କଲରା ରସ ସହିତ ଧନିଆ ପତ୍ରର ରସ ମଧ୍ୟ ପିଇ ପାରିବେ l ଧନିଆ ପତ୍ର ପାଚନ ଶକ୍ତି ବଢ଼ାଇଥାଏ ,କୋଲେଷ୍ଟ୍ରଲ କମାଇଥାଏ ,ଆନିମିଆରୁ ମଧ୍ୟ ମୁକ୍ତି ଦେଇଥାଏ l ଆନିମିଆ ରୋଗୀମାନେ ନିଜ ଖାଦ୍ୟରେ ପ୍ରତେକ ଦିନ କିଛି ସବୁଜ ଧନିଆ ପତ୍ର ଖାନ୍ତୁ ଏହା ତାଙ୍କପାଇଁ ଲାଭ ଦାୟକ ହେବ l

Leave A Reply