Odisha news

ଲକ୍ଷ ଲକ୍ଷ ଦୀପରେ ଆଲୋକିତ ହେଲା ମା ଗଙ୍ଗାଙ୍କ ଘାଟ : ଦୀପ ପ୍ରଜ୍ୱଳିତ କଲେ ପ୍ରଧାନମନ୍ତ୍ରୀ ମୋଦି

0

ନୂଆଦିଲ୍ଲୀ : ଦେବ ଦୀପାବଳୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତରେ ଯାଇଥିଲେ l ହିନ୍ଦୁ ଧର୍ମ ଅନୁସାରେ କାର୍ତିକ ମାସର ପୂର୍ଣ୍ଣମୀ ଦିନଟିରେ ଦେବ ଦୀପାବଳୀ ପାଳନ କରାଯାଇଥାଏ l ଚଳିତ ବର୍ଷ ଦେବ ଦୀପାବଳୀ ଗଙ୍ଗା ନଦୀର ଉଭୟ ପାର୍ଶ୍ୱରେ ଲକ୍ଷ ଲକ୍ଷ ଦୀପ ଜଳାଯାଇ ପାଳନ କରାଯାଇଥିଲା l ପ୍ରଧାନମନ୍ତ୍ରୀ ମୋଦି ନିଜ ସଂସଦୀୟ କ୍ଷେତ୍ରରେ ୫୦ କିଲୋମିଟର ଆକାଶ ମର୍ଗରେ ବିମାନ ଯୋଗେ ଓ ୪୦ କିଲୋମିଟର ସଡକ ମାର୍ଗରେ ଯାତ୍ରା କରିଥିଲେ l ପ୍ରଧାନମନ୍ତ୍ରୀ ମୋଦି ଏହା ପୂର୍ବରୁ ଫେବୁଆରି ମସରେ ବାରାଣସୀ ଯଇଥିଲେ l

କରୋନା ମହାମାରୀ ପରେ ଏହା ତାଙ୍କର ପ୍ରଥମ ବାରଣାସୀ ଗସ୍ତ l କୃତ୍ତିକା ପୂର୍ଣ୍ଣମୀ ଦିନ ବାରଣାସୀରେ ଦେବ ଦୀପାବଳୀର ଆୟୋଜନ ବର୍ଷ ବର୍ଷରୁ ହେଉଛି l ମାନ୍ୟତା ରହିଛି ଯେ ଆହି ଦିନ ଦେବତା ମାନେ ଶିବଙ୍କ ନଗରୀରେ ଦୀପାବଳୀ ପର୍ବ ପାଳନ କରିଥିଲେ ,ସେହି ଦିନ ଠାରୁ ଦେବ ଦୀପାବଳୀ ବୋଲି ଏହି ଦିନକୁ କୁହାଯାଇଥାଏ l କାଶୀ ଆସ୍ଥାର ରଙ୍ଗରେ ରଙ୍ଗୀନ ହୋଇଥିଲା l ପ୍ରଧନମନ୍ତ୍ରୀ ମୋଦି ଦୀପ ପ୍ରଜ୍ବଳିତ କରି ଦେବ ଦୀପାବଳୀ ଉତ୍ସବକୁ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ୱବେ ସାଇଡ଼ର ଉଦଘଟାନ କରିଛନ୍ତି l

ଚେତସିଂହ ଘଂଟାରେ ଯେଉଁଠାରେ ଲେଜର ସୋ ଜରିଆରେ ଦେବ ଦୀପାବଳୀର ମହତ୍ୱ ସମସ୍ତଙ୍କୁ ଜଣେଇ ଦିଆ ଯାଇଥିଲା ସେଠାରେ ବିଶ୍ୱନାଥ କରିଡର ସ୍ଥିତ ରାଜଘାଟରେ ପ୍ରଥମ ଦୀପ ଜଳାଇ ଦେବ ଦୀପାବଳୀର ପାରମ୍ପରିକ ଭାବରେ ଶୁଭାରମ୍ଭ ହୋଇଥିଲା l କରୋନା ମହାମାରୀ ଯୋଗୁ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ବାରଣାସୀ ଗସ୍ତରେ ଯାଇଛନ୍ତି ,ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତକୁ ନେଇ ପବିତ୍ର ସହର ବାରଣାସୀରେ ସୁରକ୍ଷା କଡ଼ାକଡି କରାଯାଇଥିଲା ସୁରକ୍ଷା ବଳ ଅଧିକ ସଂଖ୍ୟାରେ ମୁତୟନ ହେବ ବ୍ୟତୀତ ଡ୍ରେନ୍‌ କ୍ୟାମେରାର ମଧ୍ୟ ଉପଯୋଗ କରାଯାଇଥିଲା l ପ୍ରଧାନମନ୍ତ୍ରୀ ମୋଦି କାଶୀ ବିଶ୍ୱନାଥ ମନ୍ଦିରରେ ପହଂଚି ପୂଜାଅର୍ଚନା କରିଥିଲେ ଓ ଏହା ପରେ ପ୍ରଧାନମନ୍ତ୍ରୀ କରିଡ଼ର ପ୍ରକଳ୍ପର ଅନୁଧ୍ୟାନ କରି ଦୀପଦାନ କରିଥିଲେ l

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ” ଆଜି ମା ଗଙ୍ଗାଙ୍କର ଆଶୀର୍ବାଦ ଯୋଗୁ କାଶୀ ପ୍ରକାସର ଉତ୍ସବ ପାଳନ କରୁଛି l ମତେ ମଧ୍ୟ ମହାଦେବଙ୍କ ଆଶୀର୍ବଦରୁ ଏହି ପ୍ରକାଶ ଗଙ୍ଗାରେ ବୁଡ଼ ପକାଇବାର ସୌଭାଗ୍ୟ ମିଳିଛି l କାଶୀ ପାଇଁ ମଧ୍ୟ ଏହା ଏକ ବିଶେଷ ଅବସର ଅଟେ କଲି ମଧ୍ୟ ମୁଁ ମନକି ବାତ୍ ରେ କହିଥିଲି l ୧୦୦ ବର୍ଷ ପୂର୍ବରୁ ମାତା ଅର୍ଣ୍ଣ ପୂର୍ଣ୍ଣ ଙ୍କର ଯେଉଁ ମୂର୍ତ୍ତି କାଶୀରୁ ଚୋରି ହୋଇଥିଲା ,ତାହା ପୁଣି ଆଉଥରେ କାଶୀକୁ ଫେରୁଛି l”

Leave A Reply