ନୂଆଦିଲ୍ଲୀ : ୩୧ ବର୍ଷୀୟ ଜଣେ ଯୁବକ କ୍ୱାରେନଟିନ ସେଣ୍ଟରରୁ ବାହାରି ପ୍ରତେକ ଦିନ ନିଜ ବାନ୍ଧବୀକୁ ଦେଖାକରିବାକୁ ଯାଉଥିଲା l କରୋନା କାରଣରୁ ଯୁବକଟିକୁ କ୍ୱାରେନଟିନରେ ରହିବାକୁ କୁହାଯାଇଥିଲା ,କିନ୍ତୁ ସେ ଏହି ନିୟମ ଭାଙ୍ଗିବା ହେତୁ ୬ ମାସ ପାଇଁ ଜେଲଦଣ୍ଡ ଶୁଣାଯାଇଛି l ଯୁବକଟିକୁ ଗୋଟିଏ ହୋଟେଲରେ କ୍ୱାରେନଟିନ କରାଯାଇଥିଲା ଦୁଇ ସପ୍ତାହ ପାଇଁ l ଏହି ମାମଲାଟି ଅଷ୍ଟ୍ରେଲିଆର ପର୍ଥର ଅଟେ l କ୍ୱାରେନଟିନ ନିୟମକୁ ଭାଙ୍ଗିଥିବା ଯୁବକର ନାଁ ହେଉଛି ୟୁସୁଫ କାରାକୟା l
ୟୁସୁଫ ଅଷ୍ଟ୍ରେଲିଆର ସିଡନୀ ସହରରୁ ଜୁଲାଇ ୩୦ ରେ ପର୍ଥ ପହଞ୍ଚିଥିଲା ,ଯେଉଁଠାରେ ତାକୁ କ୍ୱାରେନଟିନ ହେବାପାଇଁ କୁହାଯାଇଥିଲା l ସେ ପର୍ଥର ଗୋଟିଏ ହୋଟେଲରେ ତୃତୀୟ ମହଲାରେ କ୍ୱାରେନଟିନରେ ରହିଥିଲା l ପ୍ରତେକ ଦିନ ସେ ନିଜ ରୁମରୁ ଝରକାବାଟେ ବାହାରକୁ ଯାଏ ,ପରେ ସେ ଗୋଟିଏ ସୀଢୀ ଜରିଆରେ ନିଜ ରୁମ ଭିତରକୁ ଆସେ l ଅଗଷ୍ଟ ୧ ତାରିଖ ଦିନ ଜଣେ ହୋଟେଲ ଷ୍ଟାଫ ସେହି ସିଢ଼ିଟିକୁ କାଢି ନେଇ ଯାଇଥିଲେ l ତାପର ଦିନ ଆଉ ଗୋଟିଏ ସୀଢୀ ସେଠାରେ ଲଗାଇ ରୁମ ଭିତରକୁ ଆସିଥିଲା l ଏହାପରେ ପୋଲିସ ତାକୁ ପିଛା କରି ଅଗଷ୍ଟ ୨ ତାରିଖ ଦିନ ତାର ବାନ୍ଧବୀ ଘରୁ ଗିରଫ କଲା l
ୟୁସୁଫ ଯେତେବେଳେ ଗିରଫ ହେଲା ତାକୁ ପୋଲିସ ପଚାରିବାରୁ ସେ କହିଥିଲା ତାର ବାନ୍ଧବୀର ଜନ୍ମଦିନ ପାଳନ ପାଇଁ ସେ ଆସିଥିଲା ଯଦି ସେ ଆସିନଥାନ୍ତା ତେବେ ବହୁତ ଅସୁବିଧା ହୋଇଥାନ୍ତା l ପୋଲିସ ୟୁସୁଫକୁ କହିଥିଲା ଯେ କ୍ୱାରେନଟିନର ନିୟମ ଭାଙ୍ଗିଥିବା ହେତୁ ତାକୁ ଜେଲ ଯିବାକୁ ପଡିବ l ୟୁସୁଫର ଓକିଲ କୋର୍ଟରେ କହିଥିଲେ ଯେ ୟୁସୁଫ କରୋନା ପଜେଟୀଭି ନୁହେଁ l କୋର୍ଟରେ ନିୟାଧିଶ ୬ ମାସର ଜେଲଦଣ୍ଡ ୟୁସୁଫକୁ ଶୁଣାଇଲେ l ବର୍ତ୍ତମାନ ୟୁସୁଫ ନିଜର ବାନ୍ଧବୀଙ୍କ ଯୋଗୁ ହାଜତରେ ଅଛନ୍ତି l