ଡେରାବିଶ ୧୭/୯ – ଏବେ କରୋନା ରୋଗର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ବ୍ୟସ୍ତ ରହିଥିବା ବେଳେ ସାଧାରଣ ରୋଗୀମାନେ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି । ଏପରିକି ଜୀବନ ମଧ୍ୟ ହରାଉଛନ୍ତି । ଏହିଭଳି ଘଟଣା ଘଟିଛି ଡେରାବିଶ ବ୍ଳକ ଚାନେ୍ଦାଳ ପଂଚାୟତ ଅନ୍ତର୍ଗତ ଖରିଦାସାହି ଗ୍ରାମର ଲକ୍ଷ୍ମଣ ମିଶ୍ରଙ୍କ କ୍ଷେତ୍ରରେ ।
ଉଚ୍ଚରକ୍ତଚାପ ରୋଗରେ ପୀଡ଼ିତ ଲକ୍ଷ୍ମଣ (୬୦)ଙ୍କୁ ଚିକିତ୍ସା ପାଇଁ ଗତକାଲି ରାତିରେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବେସରକାରୀ ଚିକିତ୍ସାଳୟରେ କରୋନାର ଅହେତୁକ ଭୟରେ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କ ତରଫରୁ ଚିକିତ୍ସା ସୁବିଧା ନମିଳିବାରୁ ତାଙ୍କ କଟକ ବଡ଼ ମେଡ଼ିକାଲ୍କୁ ଚିକିତ୍ସା ପାଇଁ ନେଇଥିଲେ ।
ସେଠାରେ ମଧ୍ୟ କରୋନା ଭୟ ଯୋଗୁ ସାଧାରଣ ରୋଗୀଙ୍କ ପାଇଁ ଆବଶ୍ୟକ ଚିକିତ୍ସା ନପାଇ ପ୍ରାଣ ହରାଇଥିଲେ । ଆଜି ସକାଳେ ଗ୍ରାମ ଶ୍ମଶନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।