Odisha news

ଖମୋଳରେ ୩୭୩ ଜଣଙ୍କର କରୋନା ଆଂଟିଜେନ୍ ଟେଷ୍ଟ

0

ଡେରାବିଶ : ଡେରାବିଶ ବ୍ଳକ ଖମୋଳ ପଂଚାୟତର ଖମୋଳ ଗ୍ରାମରୁ ଗତ ୬ ତାରିଖରେ ଦୁଇଜଣ ଲୋକାଲ୍ କରୋନା ପଜେଟିଭ୍ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପଡୋଶୀଙ୍କ ନିମନ୍ତେ ଆଜି ପଂଚାୟତ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଆଂଟିଜେନ୍ ଟେଷ୍ଟ ଶିବୀର ଅନୁଷ୍ଠିତ ହୋଇଯାଇଛି ।

ଆଜିର ଶିବିରରେ ଜିଲ୍ଲାପାଳ ସମର୍ଥ ବର୍ମା, ଡେରାବିଶ ବିଡ଼ିଓ ଗୋପବନ୍ଧୁ ଭୋସାଗର, ଏବିଡ଼ିଓ ଭଞ୍ଜ କିଶୋର ନାୟକ, ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମହାନ୍ତି, ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡକ୍ଟର ଚିତରଞ୍ଜନ ବେହେରା, ସରପଂଚ ଲିଲିମା ପରିଡ଼ା, ପୂର୍ବତନ ସମିତିସଭ୍ୟ ଗୌତମ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଆଂଟିଜେନ୍ ପରୀକ୍ଷା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।

ଆଜି ଗ୍ରାମର ୩୭୩ ଜଣଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିଲା । ସେହିପରି ଗତକାଲି ହରିଅଙ୍କ ପଂଚାୟତରେ ଆୟୋଜିତ କରୋନା ଆଂଟିଜେନ୍ ଟେଷ୍ଟ ଶିବିରରୁ ୧୧ ଜଣଙ୍କ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲା । ଏଥିମଧ୍ୟରୁ ୪ ଜଣଙ୍କୁ ଛତା କୋଭିଡ଼୍ ହସପିଟାଲ୍କୁ ପଠାଯାଇଥିବା ବେଳେ ଅନ୍ୟ ୭ ଜଣଙ୍କୁ ହୋମ୍ ଆଇସୋଲେସନ୍ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଗତକାଲିର ପରୀକ୍ଷା ଶିବୀରରେ ବିଡ଼ିଓ ଗୋପବନ୍ଧୁ ଭୋସାଗର, ଏବିଡ଼ିଓ ଭଞ୍ଜ କିଶୋର ନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରାୀ ଡାକ୍ତର ଚିତରଞ୍ଜନ ବେହେରା, ସରପଂଚ ଯୁଗଳ କିଶୋର ମହାନ୍ତି ଓ ନିକଟସ୍ଥ ହରିଅଙ୍କ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀମାନେ ଯୋଗ ଦେଇଥିଲେ

Leave A Reply