Odisha news

ଅର୍ବାନ ବ୍ୟାଙ୍କ ଚାନେ୍ଦାଳ ଶାଖା ୨ ଦିନ ସଟଡାଉନ୍

0

ଡେରାବିଶ : କେନ୍ଦ୍ରାପଡ଼ା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ଚାନେ୍ଦାଳ ଶାଖାର ଜଣେ କର୍ମଚାରୀଙ୍କର କରୋନା ପଜେଟିଭ୍ ଆସିବା ପରେ ସତର୍କତା ପଦକ୍ଷେପ ସ୍ୱରୂପ ଏହି ଶାଖାକୁ ଦୁଇଦିନ ପାଇଁ ଶାଖା ପରିଚାଳକ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଘଟଣାରୁ ପ୍ରକାଶ ଏହି ଶାଖାର ଜଣେ କର୍ମଚାରୀ ୪ ଦିନ ଧରି ଜ୍ୱରରେ ପୀଡ଼ିତ ହେବା ପରେ ଗତକାଲି ନିଜ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ନିଜର ସ୍ୱାବ୍ ପରୀକ୍ଷା କରାଇଥିଲେ ।

ପରୀକ୍ଷା ରିପୋର୍ଟ ପଜେଟିଭ୍ ଆସିବା ପରେ ଆଜି ଏହି ଶାଖା ପରିଚାଳକ ଚଳିତ ମାସ ୮ ତାରିଖ ଓ ୯ ତାରିଖ ଦୁଇଦିନ ପାଇଁ ଚାନେ୍ଦାଳ ଶାଖାକୁ ସଟ୍ଡାଉନ୍ କରିଛନ୍ତି । ଏହି ସମୟରେ ବ୍ୟାଙ୍କ ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଇବା ସହ ଅନ୍ୟ ସମସ୍ତ କର୍ମଚାରୀମାନେ ନିଜ ନିଜର ସ୍ୱାବ୍ ପରୀକ୍ଷା ପାଇଁ ଶାଖା ପରିଚାଳକ ପରାମର୍ଶ ଦେଇଛନ୍ତି । ତେବେ ଚାନେ୍ଦାଳ ଶାଖାର ଆକ୍ରାନ୍ତ ଅଧିକାରୀ ଜଣକ ଦାପ୍ତରିକ କାର୍ଯ୍ୟରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟକୁ ବାରମ୍ବାର ଯାଇଥିବାରୁ ସତର୍କତା ପଦକ୍ଷେପ ସ୍ୱରୂପ ଆଜି ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀମାନେ ନିଜ ନିଜର ସ୍ୱାବ୍ ପରୀକ୍ଷା କରିଥିବା ଜଣାଯାଇଛି ।

Leave A Reply